କରନ୍‌ ସିଂହ ଗ୍ରୋଭରଙ୍କଠାରୁ ଛାଡ଼ପତ୍ର ନେବାର ୭ ବର୍ଷ ପରେ ମୁହଁ ଖୋଲିଲେ ଜେନିଫର ଓ୍ଵିଙ୍ଗେଟ୍‌, ସେୟାର କଲେ ମନ କଥା

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଜେନିଫର ଓ୍ଵିଙ୍ଗେଟ୍‌ ଗତ କିଛି ଦିନ ହେଲାଣି ଚର୍ଚ୍ଚାରେ ଅଛନ୍ତି। ଏଇ ନିକଟରେ ଜେନିଫର ନିଜ ଜନ୍ମ ଦିନ ପାଳନ କରିଛନ୍ତି। ଜନ୍ମଦିନ ପରେ ସେ ପୁଣିଥରେ ନିଜ କାମରେ ବ୍ୟସ୍ତ ହୋଇଯାଇଛନ୍ତି। ତେବେ ନିକଟରେ ଜେନିଫର ଓ୍ଵିଙ୍ଗେଟ୍‌ ନିଜ ଛାଡ଼ପତ୍ର ନେଇ ବଡ଼ ବୟାନ ଦେଇଛନ୍ତି। ଜେନିଫର ଖୁଲାସା କରିଛନ୍ତି ଯେ କରନ୍‌ ସିଂହ ଗ୍ରୋଭରଙ୍କ ସହ ଛାଡ଼ପତ୍ର ପରେ ତାଙ୍କ ଅବସ୍ଥା କେମିତି ଥିଲା।

ଜେନିଫର କହିଛନ୍ତି, କରନ୍‌ ସିଂହ ଗ୍ରୋଭରଙ୍କ ଠାରୁ ଛାଡ଼ପତ୍ର ପରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ଲୋକଙ୍କ କମେଣ୍ଟ ତାଙ୍କୁ ବହୁତ ବ୍ୟତି ବ୍ୟସ୍ତ କରୁଥିଲା। ସେହି ସମୟରେ ଉଭୟେ ପ୍ରାଇଭେସୀ ଚାହୁଁଥିଲେ। କିନ୍ତୁ ଲୋକମାନେ ତାଙ୍କ ପ୍ରାଇଭେସୀକୁ ଆଦୌ ଗୁରୁତ୍ୱ ଦେଇନଥିଲେ। ଲୋକମାନେ ସବୁବେଳେ ନିଜ ଇଚ୍ଛା ଅନୁସାରେ ହିଁ ତାଙ୍କ ଜୀବନକୁ ନେଇ ଟାହିଟାପରା କରିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ସେହି ସମୟରେ ସେ ନିଜକୁ କାମରେ ଏତେ ବ୍ୟସ୍ତ ରଖି ଦେଲେ ଯେ ଏସବୁକୁ ସହଜରେ ଭୁଲିଗଲେ।

 

View this post on Instagram

 

A post shared by Jennifer Winget (@jenniferwinget1)

ଏକ ଇଣ୍ଟରଭ୍ୟୁରେ ଜେନିଫର ଓ୍ଵିଙ୍ଗେଟ୍‌ କହିଥିାଲ- ମୋ ଛାଡ଼ପତ୍ର ସମୟରେ ବହୁତ କଷ୍ଟ ଦାୟକ ଥିଲା। ଲୋକମାନେ ମୋର ଓ କରନ୍‌ ସିଂହ ଗ୍ରୋଭରଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ ଖରାପ ଖରାପ କଥା ଲେଖୁଥିଲେ। ଲୋକେ ଆମ ବିଷୟରେ ବହୁ ମନ ଗଢ଼ା କଥା ବି କହୁଥିଲେ। କିନ୍ତୁ ଏବେ ସେ ଛାଡ଼ପତ୍ର ପରେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ଜେନିଫର।
ପ୍ରତ୍ୟେକ ଜିନିଷ ଆମ ଭଲ ପାଇଁ ହୋଇଥାଏ ବୋଲି ସେ ବିଶ୍ୱାସ କରନ୍ତି। ଏଣୁ ଜୀବନର ସବୁଠୁ କଷ୍ଟଦାୟକ ସମୟରେ ବି ସେ ଧୈର୍ଯ୍ୟହରା ହୋଇନଥିଲେ। ଛାଡ଼ପତ୍ର ପରେ ମୁଁ ଜଣେ ଅଲଗା ଜେନିଫରଙ୍କୁ ଭେଟିଥିଲି ବୋଲି କହିଛନ୍ତି ଜେନିଫର। ତେବେ ଏହି ଇଣ୍ଟରଭ୍ୟୁ ବେଳେ ଜେନିଫର ବିପାଶା ବସୁଙ୍କ ବିଷୟରେ କିଛି ବି କହିନଥିଲେ।

ପ୍ରକାଶ ଯେ ୨୦୧୫ ମସିହାରେ ଜେନିଫର ଓ୍ଵିଙ୍ଗେଟ୍‌ କରନ୍‌ ସିଂହ ଗ୍ରୋଭରଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ। ଛାଡ଼ପତ୍ରର ୭ ବର୍ଷ ପରେ ଏ ବିଷୟରେ କଥା ହୋଇଛନ୍ତି ଜେନିଫର। ଅନ୍ୟପଟେ କରନ୍‌ ସିଂହ ଗ୍ରୋଭର ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ତାଙ୍କର ଓ ଜେନିଫରଙ୍କ ବିବାହ ତାଙ୍କ ଜୀବନର ସବୁଠୁ ବଡ଼ ଭୁଲ ଥିଲା।

Also Read: ପାକିସ୍ତାନୀ ସାଂସଦ ଆମିର ଲିୟାକତ ହୁସେନଙ୍କର ସନ୍ଦେହଜନକ ମୃତ୍ୟୁ, ପୂର୍ବ ରାତିରେ ପ୍ରବଳ କାନ୍ଦିଥିବା ସୂଚନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.