‘ଝନକ’ ଫେମ୍‌ ଡଲି ସୋହିଙ୍କ ୪୮ ବର୍ଷରେ ପରଲୋକ, ଗୋଟେ ଦିନ ପୂର୍ବରୁ ଭଉଣୀଙ୍କର ହୋଇଥିଲା ଦେହାନ୍ତ

ଟିଭି କଳାକାର ଡଲି ସୋହୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ସେ କ୍ୟାନସର ଦୀର୍ଘଦିନରୁ ପୀଡିତ ଥିଲେ । ଆଜି ସକାଳେ ତାଙ୍କର ନିଧନ ହୋଇଛି । ‘କୁମକୁମ ଭାଗ୍ୟ’ ଏବଂ ‘ଦେବୋ କେ ଦେ ମହାଦେବ’ ଭଳି ଟିଭି ଶୋରେ କାମ କରି ଲୋକପ୍ରିୟ ହୋଇଥିଲେ ।

ଟିଭି ଜଗତ ପାଇଁ ଦୁଃଖଦ ଖବର । ଟିଭି କଳାକାର ଡଲି ସୋହୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ସେ କ୍ୟାନସର ଦୀର୍ଘଦିନରୁ ପୀଡିତ ଥିଲେ । ଆଜି ସକାଳେ ତାଙ୍କର ନିଧନ ହୋଇଛି । ‘କୁମକୁମ ଭାଗ୍ୟ’ ଏବଂ ‘ଦେବୋ କେ ଦେ ମହାଦେବ’ ଭଳି ଟିଭି ଶୋରେ କାମ କରି ଲୋକପ୍ରିୟ ହୋଇଥିଲେ । ଡଲିଙ୍କ ମୃତ୍ୟୁରେ ଟିଭି ଇଣ୍ଡଷ୍ଟ୍ରୀକୁ ବଡ ଝଟକା ଲାଗିଛି । ଡଲିଙ୍କ ଭଉଣୀ ଅମନଦୀପଙ୍କର ଗୋଟେ ଦିନ ପୂର୍ବରୁ ମୃତ୍ୟୁ ହୋଇଥିଲା । ଡଲିଙ୍କ ଭଉଣୀ ଅମନଦୀପଙ୍କ ମୃତ୍ୟୁ ଜଣ୍ଡିସ ଯୋଗୁଁ ହୋଇଥିଲା ।

ଝନକଙ୍କ ମୃତ୍ୟୁ ଖବର ଶୁଣି ସମଗ୍ର ଇଣ୍ଡଷ୍ଟ୍ରୀକୁ ଝଟକା ଲାଗିଛି । ତାଙ୍କ ମୃତ୍ୟୁରେ ଫ୍ୟାନ୍ସ ଏବଂ ବନ୍ଧୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଭଉଣୀ ଅମନଦୀପଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ଡଲିଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପରେ ତାଙ୍କ ପରିବାର ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛି ।

ଡଲି ସୋହୀ ୨୦୨୩ରୁ ସର୍ଭାଇକାଲ କ୍ୟାନସରରେ ପୀଡିତ ଥିଲେ । ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଏହାପରେ ଚଳିତ ବର୍ଷ ଆରମ୍ଭରେ ତାଙ୍କୁ ହସିପଟାଲରେ ଆଡମିଟ୍‌ କରାଯାଇଥିଲା ।

ଡଲି ୨୦୦୦ ମସିହାରେ ସିରିଅଲ ‘କଲସ’ ଆରମ୍ଭ କରିଥିଲେ । ଏହାପରେ କମାଲ, କୁସୁମ, ଭାଭି, ତୁଝ ସଙ୍ଗ ପ୍ରିତ ଲଗାଇ ସଜନା, ହିଟଲର ଦିଦି, ଭଳି ଟିଭି ଶୋକରେ କାମ କରିଛନ୍ତି । ଶେଷ ଥର ପାଇଁ ଝନକରେ କାମ କରିଥିଲେ ଡଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.