ଜିୟା ଖାନଙ୍କ ଭଉଣୀ ଖୋଲିଲେ ସାଜିଦ ଖାନଙ୍କ ଗୁମର, ଅଭିନେତ୍ରୀଙ୍କୁ ଟପଲେସ ହେବାକୁ କହିଥିଲେ ଏହି ନିର୍ଦ୍ଦେଶକ

ବଲିଉଡର ଜଣାଶୁଣା ଅଭିନେତ୍ରୀ ଜିୟା ଖାନଙ୍କ ଜୀବନୀ ଉପରେ ନିର୍ମିତ ‘ଡେଥ ଇନ୍ ବଲିଉଡ’ର ପ୍ରଥମ ଏପିସୋଡ ଗତ ସପ୍ତାହରେ ବିବିସିରେ ପ୍ରସାରିତ ହୋଇଥିଲା। ଜିୟା ଖାନଙ୍କ ମ୍‌ତ୍ଯୁ ଆଜି ପର୍ଯ୍ଯନ୍ତ ମଧ୍ୟ ରହସ୍ଯ ଘେରରେ ରହିଛି। ଖବର ମୁତାବକ, ‘ଡେଥ ଇନ ବଲିଉଡ’ର ଦ୍ବିତୀୟ ଏପିସୋଡରେ ବହୁତ ସାରା ଗୁମର ଖୋଲିଛି। ଯାହାକୁ ନେଇ ଜିୟାଙ୍କ ପ୍ରଶଂସକ ଆଶ୍ଚର୍ଯ୍ଯ ହୋଇପଡିଛନ୍ତି। ଏହି ୱେବ୍ ସିରିଜର ଦ୍ୱିତୀୟ ଏପିସୋଡରେ ଜିୟା ଖାନଙ୍କର ଭଉଣୀ କରିସ୍ମା କଥାବାର୍ତ୍ତା ସମୟରେ ଫିଲ୍ମ ଡାଇରେକ୍ଟର ସାଜିଦ୍ ଖାନଙ୍କୁ ଟାର୍ଗେଟ୍ କରିଥିଲେ ।

ଜିୟାଙ୍କ ଭଉଣୀ କରିସ୍ମା କହିବାନୁଯାୟୀ, ସେବେ ରିହର୍ସଲର ସମୟ ଥିଲା। ଜିୟା ସ୍କ୍ରିପ୍ଟ ପଢ଼ୁଥିଲେ। ଏହି ସମୟରେ ସାଜିଦ୍ ଜିୟାଙ୍କୁ ଟପଲେସ୍ ହେବା ପାଇଁ କହିଥିଲେ। ସେ ବୁଝିପାରିନଥିଲେ କଣ କରିବେ। ସେ କହିଥିଲେ କି ଫିଲ୍ମର ସୁଟିଂ ଏବେ ଆରମ୍ଭ ମଧ୍ୟ ହୋଇନାହିଁ, ହେଲେ ଏମିତି ସବୁ ହେଲାଣି। ସେ ଘରକୁ ଆସି ବହୁତ କାନ୍ଦିଥିଲେ। ଏହା ହେବା ପରେ ମଧ୍ୟ ଭୟରେ ଜିୟା ସେହି ଫିଲ୍ମରେ କାମ କରିଥିଲେ। ସୂଚନା ଯେ, ଏହା ଘଟଣା ‘ହାଉସଫୁଲ’ ଫିଲ୍ମ ସୁଟିଂ ସମୟରେ ହୋଇଥିଲା ।

jiya

ପୂର୍ବରୁ ସାଜିଦ୍ ଖାନଙ୍କ ନାଁରେ ୨୦୧୮ରେ ଇଣ୍ଡଷ୍ଟ୍ରୀର କିଛି କଳାକାର ଯୌନ ଶୋଷଣ ଅଭିଯୋଗ ଲଗାଇଥିଲେ। ଏବେ ପୁଣି ଥରେ ତାଙ୍କ ଉପରେ ସେକ୍ସୁଆଲ ହାରାସମେଣ୍ଟର ଅଭିଯୋଗ ଲାଗିଛି। ଏଥର ତାଙ୍କ ଉପରେ ଏହି ଅଭିଯୋଗ ସ୍ବର୍ଗତ ଅଭିନେତ୍ରୀ ଜିୟା ଖାନଙ୍କ ଭଉଣୀ କରିସ୍ମା ଲଗାଇଛନ୍ତି । ତାଙ୍କ ମୁତାବିକ ସାଜିଦ୍ ଖାନ ଜିୟାଙ୍କୁ ଯୌନ ଶୋଷଣ କରୁଥିଲେ। ଉଲ୍ଲେଖନୀୟ ଯେ, ଜିୟା ଖାନ ୨୦୧୩ ମସିହାରେ ଆତ୍ମହତ୍ୟା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.