ନୋରା ଏବଂ କରୀନାଙ୍କ ପରେ ଜନ୍‌ ହେଲେ କୋଭିଡ ଆକ୍ରାନ୍ତ, ମାସେ ଭିତରେ ବଲିଉଡ ଇଣ୍ଡଷ୍ଟ୍ରୀରେ ମାଡିଗଲାଣି କରୋନା

ଦେଶରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଆଉ କରୋନା କାୟା ବଲିଉଡ ଇଣ୍ଡଷ୍ଟ୍ରୀରେ ମଧ୍ୟ ବିସ୍ତାର କରିବାରେ ଲାଗିଛି। ବଲିଉଡ ଇଣ୍ଡଷ୍ଟ୍ରୀର ନାମୀଦାମୀ କଳାକାର ଏବେ କରୋନା ପଜିଟିଭି ଚିହ୍ନଟ ହେଉଛନ୍ତି। କିଛି ଦିନ ତଳେ କରୀନା କପୁର, ନୋରା ଫତେହୀ, ମୃଣାଳ ଠାକୁର, ଅର୍ଜୁନ କପୁର ପ୍ରମୁଖ କରୋନାର ଶିକାର ହୋଇଥିବା ବେଳେ ଏବେ ଜନ ଆବ୍ରାହମ ଏବଂ ତାଙ୍କ ପତ୍ନୀ କରୋନା ପଜିଟିଭ ହୋଇଛନ୍ତି। ଜନ ନିଜ ଇନଷ୍ଟା ଷ୍ଟୋରୀରେ ଏହି ଖବର ଦେଇଛନ୍ତି।

ଜନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ୩ ଦିନ ପୂର୍ବରୁ ସେ ଆଉ କାହା ସଂପର୍କରେ ଆସିଥିଲେ। ଯାହା ପରେ ସେ କରୋନା ପଜିଟିଭ ହୋଇଥିଲେ। ପ୍ରିୟା ଆଉ ମୁଁ କରୋନା ଟେଷ୍ଟ କରିଥିଲୁ। ଏଥିରୁ ଆମେ ଦୁହେଁ ପଜିଟିଭ ଆସିବା ପରେ ଘରେ କ୍ୱାରେଣ୍ଟାଇନରେ ରହୁଥିଲୁ। ମୁଁ ଦୁଇଟି ଯାକ ଭ୍ୟାକସିନ ନେଇଛି ଆଉ ଆମକୁ ହାଲକା ଲକ୍ଷଣ ରହିଛି।’

ଜନ ଆହୁରି ମଧ୍ୟ ଲେଖିଛନ୍ତି, ପ୍ଲିଜ୍‌ ଆପଣମାନେ ସୁସ୍ଥ ରହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ। ଏପଟେ ଜନ୍‌ କରୋନା ପଜିଟିଭ ଆସିବା ପରେ ଆଉ ଜଣେ ଫିଲ୍ମ ମେକର ରାହୁଲ ରଓ୍ଵାଲି ମଧ୍ୟ କରୋନା ପଜିଟିଭ ଆସିଛନ୍ତି। ଫିଲ୍ମ ‘ବେତାବ ଏବଂ ଅର୍ଜୁନ୍‌’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ରାହୁଲ ଏବେ ଘରେ କ୍ୱାରେଣ୍ଟାଇନରେ ରହିଛନ୍ତି।

ଏହି ବଲିଉଡ କଳାକାରଙ୍କ ଛଡା ମଲାଇକା ଆରୋରା, ରିୟା କପୁର, ସୀମା ଖାନ, ମହୀପ କପୁର, ଅମୃତା ଆରୋରା ପ୍ରମୁଖ କରୋନା ପଜିଟିଭ ହୋଇଥିଲେ। ଆଉ ସବୁ କଳାକାର ଫ୍ୟାନ୍ସଙ୍କୁ କରୋନା ଯୋଗୁଁ ସାବଧାନ ରହିବା ପାଇଁ ନିବେଦନ ମଧ୍ୟ କରିଛନ୍ତି।

ଶନିବାର ଅଭିନେତ୍ରୀ ମୃଣାଳ ଠାକୁରଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ସେ ତାଙ୍କର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କରୋନା ଟେଷ୍ଟ୍‌ ପଜିଟିଭ ବିଷୟରେ ପ୍ରଶଂସକଙ୍କୁ ଅବଗତ କରାଇ ଏଥିରେ କ୍ୟାପସନରେ ଲେଖିଛନ୍ତି,- ମୋ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୋ’ଠାରେ କରୋନାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି। କିନ୍ତୁ ମୁଁ ଏବେ ଭଲ ଅଛି, ମୋର ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଭାଗ ଦେଇଥିବା ନିର୍ଦ୍ଦେଶାବଳୀକୁ ଅନୁସରଣ କରୁଛି। ଏହା ସହିତ ମୃଣାଳ କହିଛନ୍ତି, ସମସ୍ତଙ୍କୁ ନିବେଦନ କରୁଛି, ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସମସ୍ତେ କରୋନା ଟେଷ୍ଟ କରାଇ ନିଅନ୍ତୁ। ଘରେ ରୁହନ୍ତୁ। ସୁସ୍ଥ ରୁହନ୍ତୁ।

Leave A Reply

Your email address will not be published.