ଜନଙ୍କର ହାଇ ଡିମାଣ୍ଡ, ‘ଏକ ଭିଲେନ ରିଟର୍ଣ୍ଣସ’ ପାଇଁ ନେଲେ ୨୧ କୋଟି ଟଙ୍କା

ନିଜର ଦମଦାର ସ୍ୱାସ୍ଥ୍ୟ ଓ ସାନଦାର ଆକ୍ସନ୍‌ରେ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତା ଜନ୍ ଆବ୍ରାହମଙ୍କ ଫିଲ୍ମକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଆଉ ଏପଟେ ସୋସିଆଲ ମିଡିଆରେ ଜନଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ ବଢିବଢି ଚଲିଛି। କିନ୍ତୁ ଏହା ମଧ୍ୟରେ ଯେଉଁ ଖବର ସାମ୍ନାକୁ ଆସିଛି, ହୁଏତ ସମସ୍ତେ ଜାଣିଲେ ଚକିତ ହୋଇପଡିବେ। ଶୁଣିବାକୁ ମିଳୁଛି, ଜନ କୁଆଡେ ତାଙ୍କ ଫିଲ୍ମ ଚାର୍ଜ ବଢାଇଦେଇଛନ୍ତି।

ବଲିଉଡ୍ ହଙ୍ଗାମାର ଏକ ରିପୋର୍ଟ ମୁତାବକ, ଜନ୍ ଆବ୍ରାହମ୍ ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ପଠାନ୍’ ପାଇଁ ୨୦ କୋଟି ଟଙ୍କା ଫିସ୍ ନେଇଛନ୍ତି। କୁହାଯାଉଛି ଏକ ଲମ୍ବା ସମୟର ବ୍ୟବଧାନ ପରେ ଏହି ଫିଲ୍ମରେ ଶାହରୁଖ୍ କମ୍ ବ୍ୟାକ୍ କରୁଛନ୍ତି। ଏହି ଫିଲ୍ମରେ ଦୀପିକା ପାଦୁକୋନ୍ ନଜର ଆସିବେ । ଏହା ବାଦ ଜନ୍ ଅନ୍ୟ ଏକ ଫିଲ୍ମ ମଧ୍ୟ ସାଇନ୍ କରିଛନ୍ତି, ଯେଉଁଥିପାଇଁ ସେ ୨୦ କୋଟି ଟଙ୍କାରୁ ଅଧିକ ଫିସ୍ ଦାବି କରିଛନ୍ତି।

ରିପୋର୍ଟ ମୁତାବକ, ଜନ୍ ଆବ୍ରାହମ୍ ମୋହିତ୍ ସୁରୀଙ୍କ ଫିଲ୍ମ ‘ଏକ ଭିଲାନ୍ ରିଟର୍ଣ୍ଣସ’ରେ ମଧ୍ୟ ସାଇନ୍ କରିଛନ୍ତି । ଆଉ ଏହି ଫିଲ୍ମ ପାଇଁ ସେ ୨୧ କୋଟି ଟଙ୍କା ଫିସ୍ ନେଇଛନ୍ତି। ଜନ୍ ତାଙ୍କ ଫିସ୍ ଲଗାତାର ବଢ଼ାଇ ଚାଲିଛନ୍ତି। ଜନ୍ ‘ବାଟଲା ହାଉସ’ ଫିଲ୍ମ ପାଇଁ ‘ସତ୍ୟମେବ ଜୟତେ-୨’ଠାରୁ ବି ଅଧିକ ଟଙ୍କା ନେଇଥିଲେ, ତଥାପି ‘ସତ୍ୟମେବ ଜୟତେ-୨’ ରେ ବି ଅଧିକ ଟଙ୍କା ବଢ଼ାଇଥିଲେ। ଗତ ତିନିବର୍ଷ ମଧ୍ୟରେ ଜନ୍‌ଙ୍କ ଫିସ୍ ୭ କୋଟିରୁ ୨୧କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତ ତିନିବର୍ଷ ମଧ୍ୟରେ ଜନ୍‌ଙ୍କ ଫି ତିନି ଗୁଣ ବୃଦ୍ଧି ପାଇଛି। କୁହାଯାଉଛି ଯେ କୋଭିଡ୍ କାଳରେ କିଛି ଅଭିନେତା ସିନେମା ପାଇଁ ତାଙ୍କ ଫିସ୍ ହ୍ରାସ କରିଥିବା ବେଳେ ଜନ୍ କିନ୍ତୁ ତାଙ୍କ ଫିସ୍ ବୃଦ୍ଧି କରିଥିଲେ।

‘ଏକ ଭିଲାନ ରିଟର୍ଣ୍ଣସ’ ଫିଲ୍ମ ଜୁଲାଇ ୨୦୨୨ରେ ରିଲିଜ ହେବ। ଫିଲ୍ମରେ ଜନଙ୍କ ସହିତ ଅର୍ଜୁନ କପୁର, ଦିଶା ପଟାନୀ ଏବଂ ତାରା ସୁତାରିୟା ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ମୋହିତ ସୁରୀ କରୁଛନ୍ତି। ଫିଲ୍ମଟି ସିଦ୍ଧାର୍ଥ, ଶ୍ରଦ୍ଧା କପୁର ଏବଂ ରିତେଶ ଦେଶମୁଖଙ୍କ ଫିଲ୍ମ ‘ଏକ ଭିଲେନ’ର ସିକ୍ୱେଲ। ଫିଲ୍ମର ସୁଟିଂ ସରିସାରିଛି।

ଜନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ, ୩ ଦିନ ପୂର୍ବରୁ ସେ ଆଉ କାହା ସଂପର୍କରେ ଆସିଥିଲେ। ଯାହା ପରେ ସେ କରୋନା ପଜିଟିଭ ହୋଇଥିଲେ। ପ୍ରିୟା ଆଉ ମୁଁ କରୋନା ଟେଷ୍ଟ କରିଥିଲୁ। ଏଥିରୁ ଆମେ ଦୁହେଁ ପଜିଟିଭ ଆସିବା ପରେ ଘରେ କ୍ୱାରେଣ୍ଟାଇନରେ ରହୁଥିଲୁ। ମୁଁ ଦୁଇଟି ଯାକ ଭ୍ୟାକସିନ ନେଇଛି ଆଉ ଆମକୁ ହାଲକା ଲକ୍ଷଣ ରହିଛି। ଜନ ଆହୁରି ମଧ୍ୟ ଲେଖିଥିଲେ, ପ୍ଲିଜ୍‌ ଆପଣମାନେ ସୁସ୍ଥ ରହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.