ଜନ୍‌ ଆବ୍ରାହମ୍‌ଙ୍କ ପାଖରେ ଅଛି ଏହି ସବୁ ମହଙ୍ଗା ବାଇକ୍‌, ଭିଡିଓ ପୋଷ୍ଟ କରି ଦେଖାଇଲେ କଲେକ୍ସନ

ସମସ୍ତଙ୍କୁ ଜଣା ବଲିଉଡ୍‌ ଆକ୍ଟର ଜନ୍‌ ଆବ୍ରାହମ୍‌ ଜଣେ ବାଇକ୍‌ ପ୍ରେମୀ। ନିକଟରେ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ଜନ୍‌ ନିଜ ଗ୍ୟାରେଜ୍‌ରେ କେଉଁ କେଉଁ ବାଇକ୍‌ ରଖିଛନ୍ତି, ତାହା ଦେଖାଇଥିଲେ। ଗ୍ୟାରେଜ୍‌ରେ ତାଙ୍କର Kawasaki Ninja ZX-14 R ଠାରୁ ଆରମ୍ଭ କରି Aprilia RSV4 RF ପଯ୍ୟର୍ନ୍ତ, ସବୁ ଭେରାଇଟିର ବାଇକ୍‌ ରହିଛି।

ଏହାସହ ପଢ଼ନ୍ତୁ: ଟ୍ରେନରଙ୍କ ସହ ଫେଭରାଇଟ୍‌ ଏକ୍ସରସାଇଜ୍‌ କରିବାର ନଜର ଆସିଲେ କୃତି, ଭାଇରାଲ ହେଲା ଭିଡିଓ

ଏହି ଭିଡିଓରେ ଜନ୍‌ Kawasaki Ninja ZX-14Rକୁ ଦେଖାଇଛନ୍ତି, ଯେଉଁଥିରେ ୪ଟି ସିଲିଣ୍ଡର ଥିବା ୧୪୪୧ ସିସିର ଇଞ୍ଜିନ୍‌ ଅଛି। ଏଥିରେ ୨୦୮ ବିଏଚ୍‌ପି ସହ ୧୫୪ ଏନ୍‌ଏମ୍‌ର ପିକ୍‌ ଟର୍କ ଜେନେରେଟ୍‌ ହୋଇଥାଏ। ଏହାପରେ ତାଙ୍କ ପାଖରେ Aprilia RSV4 RF ରହିଛି, ଯେଉଁଥିରେ ୯୯୯ ସିସି ଥିବା ୪ଟି ସିଲିଣ୍ଡର ଥିବା ଇଞ୍ଜିନ୍‌ ରହିଛି। ଏହା ୧୯୫ ବିଏଚ୍‌ପି ସହ ୧୧୫ ଏନ୍‌ଏମ୍‌ର ଟର୍କ ଜେନେରେଟ୍‌ କରିଥାଏ।

jn

ଭିଡିଓରେ ଜନ୍‌ କହିଛନ୍ତି, ସେ ବାଇକ୍‌ରେ SC exhaust ଇନ୍‌ଷ୍ଟାଲ୍‌ କରାଇଛନ୍ତି, ଯାହାକି ବାଇକ୍‌ଗୁଡ଼ିକୁ ହାଲୁକା ବନାଇ ଦେଇଥାଏ। ଏହାପରେ ସେ ଗ୍ୟାରେଜ୍‌ରେ ଥିବା Yamaha – the YFZ-R1 ବାଇକ୍‌ ଦେଖାଇଥିଲେ। ଜନ୍‌ କହିଥିଲେ, ତାଙ୍କର ଏହି କଲେକ୍ସନରେ ଏକ ନୂଆ ବାଇକ୍‌ ଅଛି, ଯେଉଁଥିରେ ସେ Akrapovic ଲଗାଇବାକୁ ଚାହୁଁଛନ୍ତି। Yamaha R1ରେ ୯୯୮ ସିସି ସହ ୪ଟି ସିଲିଣ୍ଡର ଇଞ୍ଜିନ୍‌ ରହିଛି। ଏଥିରେ ୧୯୭ ବିଏଚ୍‌ପି ଏବଂ ୧୧୨ ଏନ୍‌ଏମ୍‌ର ଟର୍କ ଜେନେରେଟ୍‌ ହୋଇଥାଏ। ଏହାପରେ ସେ ନିଜ ନୂଆ Ducati Panigale V4କୁ ଦେଖାଇଥିଲେ। ଚଳିତ ବର୍ଷ ଏହା ସବୁଠାରୁ ଚହିଦା ଥିବା ବାଇକ୍‌ ଅଟେ। ଏହି ଇଟାଲିୟନ୍‌ ବାଇକ୍‌ରେ ୧୧୦୩ ସିସି, ୯୦ ଡିଗ୍ରୀ ଭି୪ ଇଞ୍ଜିନ ଅଛି, ଯାହାକି ୨୧୧ ସିସି ଏବଂ ୧୨୪ ଏନ୍‌ଏମ୍‌ର ଟର୍କ ଜେନେରେଟ୍‌ କରିଥାଏ।

ଏହାସହ ପଢ଼ନ୍ତୁ: ସେହି ସତ ଯାହା ଆଜି ଯାଏ ଆପଣ ବି ଜାଣିନାହାନ୍ତି, ଯେବେ ଅଣ୍ଡରଟେକରଙ୍କ ସହିତ ଲଢିଥିଲେ ଅକ୍ଷୟ କୁମାର

jn3

ଜନ୍‌ଙ୍କ କଲେକ୍ସନରେ MV Agusta F3 800 ମଧ୍ୟ ସାମିଲ୍‌ ଅଛି। ଏଥିରେ ୭୯୮ ସିସି ସହ ୩ଟି ସୁପର କୁଲଡ୍‌ ଇଞ୍ଜିନ୍‌ ରହିଛି, ଯାହା ୧୫୦ ବିଏଚ୍‌ପି ଏବଂ ୮୮ ଏନ୍‌ଏମ୍‌ର ଟର୍କ ଜେନେରେଟ୍‌ କରିଥାଏ। ଏହାଛଡ଼ା ଜନ୍‌ ନିଜ Yamaha Vimaxକୁ ଦେଖାଇଥିଲେ। ଏହି ବାଇକ୍‌ରେ ୧୬୯୯ ସିସିର ଭି-ଟ୍ଵିନ୍‌ ଇଞ୍ଜିନ୍‌ ଅଛି, ଯାହା ୧୯୭ ବିଏଚ୍‌ପି ସହ ୧୬୬ ଏନ୍‌ଏମ୍‌ର ଟର୍କ ଜେନେରେଟ୍‌ କରିଥାଏ।

ଏହାସହ ପଢ଼ନ୍ତୁ: ପାଦରେ ଛଅଟି ଆଙ୍ଗୁଳି ପାଇଁ ଟ୍ରୋଲ ହେଉଛନ୍ତି ଫେମସ୍‌ ମଡେଲର୍‌, ଯୁଜର୍ସ ଦେଲେ ଏମିତି କମେଣ୍ଟ

ସୂଚନାଥାଉ କି, ଜନ୍‌ ମୋଟରସାଇକେଲ୍‌ ସହ ଜଡ଼ିତ ଏକ ଫିଲ୍ମକୁ ପ୍ରଯୋଜନା କରିବାକୁ ଯାଉଛନ୍ତି। ଏହି ଫିଲ୍ମ ଚଳିତବର୍ଷ ଆସିବା ନେଇ ତାଙ୍କ ଫ୍ୟାନ୍‌ମାନେ ଆଶା ରଖିଛନ୍ତି।

 

View this post on Instagram

 

My babies !! . . #superbikes

A post shared by John Abraham (@thejohnabraham) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.