ଫିଲ୍ମ ‘ଦେବରା ପାର୍ଟ ୧’ର ପ୍ରଥମ ଗୀତ ହେଲା ରିଲିଜ୍, ଆକ୍ସନ୍ ମୋଡ୍ରେ ନଜର ଆସିଲେ ଜୁନିଅର ଏନଟିଆର
ନିକଟରେ ଫିଲ୍ମ 'ଦେବରା ପାର୍ଟ ୧'ର ଟ୍ରେଲର ମଧ୍ୟ ରିଲିଜ ହୋଇଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ସମୟ ମଧ୍ୟରେ ଫିଲ୍ମର ପ୍ରଥମ ଗୀତ ମଧ୍ୟ ରିଲିଜ ହୋଇଛି, ଯେଉଁଥିରେ ଜୁନିଅର ଏନଟିଆରଙ୍କ ଦମ୍ଦାର ଆକ୍ସନ୍ ମୋଡ୍ ଦେଖିବାକୁ ମିଳିଛନ୍ତି ।

ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା ପାର୍ଟ ୧’ ପାଇଁ ବହୁତ ଦିନ ଧରି ଚର୍ଚ୍ଚାରେ ଅଛନ୍ତିି । ତେବେ କୋରତାଲା ଶିବଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ଏକ ମଲ୍ଟି ଷ୍ଟାରର । ନିକଟରେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ସମୟ ମଧ୍ୟରେ ଫିଲ୍ମର ପ୍ରଥମ ଗୀତ ମଧ୍ୟ ରିଲିଜ ହୋଇଛି, ଯେଉଁଥିରେ ଜୁନିଅର ଏନଟିଆରଙ୍କ ଦମ୍ଦାର ଆକ୍ସନ୍ ମୋଡ୍ ଦେଖିବାକୁ ମିଳିଛନ୍ତି ।
ତେବେ ଜୁନିଅର ଏନଟିଆର ଜନ୍ମଦିନ ପୂର୍ବରୁ ତାଙ୍କ ପ୍ରଶଂସକଙ୍କୁ ସର୍ପ୍ରାଇଜ୍ ଦେଇଛନ୍ତି । ଯେଉଁଥିରେ ‘ଦେବରା ପାର୍ଟ ୧’ର ପ୍ରଥମ ଗୀତ ‘ଫିୟର ସଙ୍ଗ’ ରିଲିଜ୍ ହୋଇଛି, ଯେଉଁଥିରେ ଅଭିନେତାଙ୍କ ଭୟଙ୍କର ଲକ୍ ଦେଖିବାକୁ ମିଳିଛି । ତେବେ ରକ୍ତପାତ ସହିତ ସମୁଦ୍ର ମଧ୍ୟରେ ଜୁନିଅର ଏନଟିଆରଙ୍କ ଆକ୍ସନ୍ ମୋଡ୍ ଦେଖିବାକୁ ମିଳିଛି । ଗୀତରେ ଅଭିନେତାଙ୍କ ଲୁକ୍ ଏବଂ ଷ୍ଟାଇଲ୍କୁ ଦର୍ଶକମାନେ ପ୍ରଶଂସା କରୁଛନ୍ତି । କେବଳ ଏତିକି ନୁହେଁ, ଗୀତ ସହିତ ଗୀତ ବିଟ୍ ପ୍ରଶଂସକଙ୍କ ମନ ଜିତିଛି । ଏହି ଗୀତ ରିଲିଜ୍ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ଲକ୍ଷ ଲକ୍ଷ ଭ୍ୟୁ ହୋଇଛି । ତେବେ ଅନିରିଦ୍ଧ ରବିଚାନ୍ଦର ଏହି ଗୀତକୁ ମ୍ୟୁଜିକ ଦେଇଛନ୍ତି ଏବଂ ଭଏସ୍ ମଧ୍ୟ ଦେଇଛନ୍ତି । ଏହି ଗୀତଟି ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।
ଫିଲ୍ମ ‘ଦେବରା’ରେ ଜାହ୍ନବୀ ଏବଂ ଏନଟିଆରଙ୍କ ସହ ସୈଫ ଅଲି ଖାନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହା ଜାହ୍ନବୀଙ୍କ ପ୍ରଥମ ତେଲୁଗୁ ଫିଲ୍ମ । ଏହା ପୂର୍ବରୁ ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ କରିଥିଲେ । ଏବେ ଫିଲ୍ମ ନିର୍ମାତା କୋରାତାଲା ଶିବଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦୁଇଟି ଭାଗରେ ରିଲିଜ୍ ହେବ । ତେବେ ଅକ୍ଟୋବର ୧୦, ୨୦୨୪ରେ ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲାମରେ ଫିଲ୍ମ ‘ଦେବରା ପାର୍ଟ ୧’ ସାରା ବିଶ୍ୱରେ ମୁକ୍ତିଲାଭ କରିବ ।