‘RRR’ର ସଫଳତା: ଜୁନିୟର ଏନ୍‌ଟିଆର ନେଲେ ହନୁମାନ ଦୀକ୍ଷା! ଫୁଙ୍ଗୁଳା ପାଦରେ ରହିବେ ୨୧ ଦିନ, ଖାଇବେ ସ୍ୱାତ୍ତ୍ୱିକ ଆହାର

‘RRR’ ରିଲିଜ୍‌ ପରେ ଅଭିନେତା ରାମ ଚରଣ ସବରୀମାଳା ମନ୍ଦିରର ଦୀକ୍ଷା ଗ୍ରହଣ କରିଥିଲେ। ଆଉ ଏବେ ଖବର ଆସିଛି ଯେ ଫିଲ୍ମର ସଫଳତାକୁ ଦେଖି ଆକ୍ଟର ଜୁନିୟର ଏନ୍‌ଟିଆର ମଧ୍ୟ ଧାର୍ମିକ ହୋଇ ଯାଇଛନ୍ତି। ସେ ହନୁମାନ ଦୀକ୍ଷା ଗ୍ରହଣ କରିଛନ୍ତି। ଏଥିପାଇଁ ତାଙ୍କୁ ପାଖାପାଖି ୨୧ ଦିନ ପର୍ଯ୍ୟନ୍ତ ଫୁଙ୍ଗୁଳା ପାଦରେ ରହିବାକୁ ପଡ଼ିବ। ଏସ୍‌ଏସ୍‌ ରାଜାମୌଳୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘RRR’ର ଲିଡ୍‌ ଅଭିନେତା ଜୁନିୟର ଏନ୍‌ଟିଆର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ରିଲିଜ୍‌ ହେଉ ହେଉ ‘RRR’ ସିନେମାଘରେ ବୋବାଲ ପ୍ରଦର୍ଶନ କରିଥିଲା। ରିଲିଜ୍‌ର ୨୪ ଦିନ ପରେ ମଧ୍ୟ ଏହି ଫିଲ୍ମ ଭଲ ରୋଜଗାର କରୁଛି। ରାମ ଚରଣ ଓ ଜୁନିୟର ଏନ୍‌ଟିଆରଙ୍କ ଅଭିନୀତ ଏହି ଫିଲ୍ମ ୧୦୦୦ କୋଟି କ୍ଲବରେ ବହୁ ପୂର୍ବରୁ ହିଁ ଜାଗା ବନାଇ ସାରିଛି। ଏଥି ସହିତ ଫିଲ୍ମର ହିନ୍ଦୀ ଭର୍ସନକୁ ଦର୍ଶକଙ୍କର ଜବରଦସ୍ତ ରେସ୍‌ପନ୍ସ ମିଳିଛି। ଏବେ ସୋସିଆଲ ମିଡିଆରେ ଜୁନିୟର ଏନ୍‌ଟିଆରଙ୍କର ଏକ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋରେ ସେ ଗେରୁଆ ରଙ୍ଗର କୁର୍ତ୍ତା-ପାଇଜାମା ସହ ବେକରେ ମାଳା ଏବଂ ମଥାରେ ତିଳକ ଲଗାଇଥିବା ଦେଖାଯାଉଛନ୍ତି।

କୁହାଯାଉଛି, ଜୁନିୟର ଏନ୍‌ଟିଆର ହନୁମାନ ଜୟନ୍ତୀରେ ଏକ ମନ୍ଦିରରେ ପୂଜା କରିବାକୁ ଏବଂ ଦୀକ୍ଷା ଗ୍ରହଣ କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଗେରୁଆ ବସ୍ତ୍ରରେ ଦେଖିବାକୁ ମିଳିଥିଲା। ତାଙ୍କ ବେଶ ଦେଖି ଅନୁମାନ କରାଯାଉଛି ଯେ ସେ ଦୀକ୍ଷାକୁ ସମ୍ପୂର୍ଣ୍ଣ ନିୟମର ସହ ପାଳନ କରୁଛନ୍ତି। ସୂଚନା ମୁତାବକ, ଜୁନିୟର ଏନ୍‌ଟିଆର ପାଖାପାଖି ୨୧ ଦିନ ପର୍ଯ୍ୟନ୍ତ ଖାଲି ପାଦରେ ରହିବେ ଏବଂ ସାତ୍ତ୍ୱିକ ଖାଦ୍ୟ ଖାଇବେ। କହି ରଖୁଛୁ, ଜୁନିୟର ଏନ୍‌ଟିଆରଙ୍କ ପୂର୍ବରୁ ମେଗାଷ୍ଟାର ରାମ ଚରଣ ମଧ୍ୟ ଅୟପ୍ପା ଦୀକ୍ଷା ନେଇଥିଲେ। ସେ ଏବେ ପୂରା ୪୫ ଦିନର ନିୟମ ପାଳନ କରୁଛନ୍ତି।

 

View this post on Instagram

 

A post shared by JR NTR 🔵 (@ntr_the_tiger)

Leave A Reply

Your email address will not be published.