ମନୋରଂଜନ

ଦୀର୍ଘ ୨୫ ବର୍ଷ ପରେ ନିଜ ବିବାହ ରହସ୍ୟରୁ ପରଦା ଉଠାଇଲେ ଅଭିନେତ୍ରୀ ଜୁହି ଚାୱଲା

ଅଭିନେତ୍ରୀ ଜୁହି ଚାଓଲା ନିଜ ଚୂଳବୁଲି ଅନ୍ଦାଜ ପାଇଁ ବର୍ଷ ବର୍ଷ ଧରି ଦର୍ଶକ ମାନଙ୍କ ହୃଦୟରେ ରାଜ କରିଥିଲେ । କ୍ୟାରିୟର ର ଶୀର୍ଷରେ ଥିବା ବେଳେ ହିଁ ଜୁହି ୧୯୯୫ ମସିହାରେ ଜୟ ମେହେଟାଙ୍କ ସହ ବିବାହ କରିଥିଲେ । ଲୁଚାଛପାରେ ହୋଇଥିବା ଏହି ବାହାଘରରେ କେବଳ କେତେ ଜଣ ବନ୍ଧୁ ପରିଜନ ହିଁ ଉପସ୍ଥିତ ଥିଲେ । ଏତେ ବର୍ଷ ଧରି ନିଜର ଏହି ରହସ୍ୟକୁ ଲୁଚାଇ ରଖିଥିବା ବେଳେ ନିକଟରେ ହିଁ ଜୁହି ଏ ବିଷୟରେ ଏକ ସାକ୍ଷାତକାର ସମୟରେ ପ୍ରକାଶ କରିଛନ୍ତି । ଏକ ଟିଭି ଚ୍ୟାନେଲକୁ ଦେଉଥିବା ଇଣ୍ଟରଭିଉ ସମୟରେ ଜୁହି କହିଛନ୍ତିକି, ‘ସେହି ସମୟରେ ଇନ୍ଟରନେଟ ସୁବିଧା ନଥିଲା କି ପ୍ରତି ଫୋନରେ କ୍ୟାମେରା ସୁବିଧା ନଥିଲା । ସେ ସମୟରେ ଇଣ୍ଡଷ୍ଟ୍ରିରେ ବି ମୋର ଖୁବ ନାଁ ଥିଲା ।

ମୁଁ ନିଜ କ୍ୟାରିୟରକୁ ଆଗକୁ ବଢାଇବାକୁ ଚାହୁଁଥିଲି । ଠିକ ସେହି ସମୟରେ ହିଁ ବିବାହ ହଟାତ ହେବା କାରଣରୁ ମୁଁ ଏକଥା କାହାକୁ ବି କହି ନଥିଲି ।’ ଖାଲି ସେତିକି ନୁହେଁ ଜୟଙ୍କ ସହ ପ୍ରେମ କାହାଣୀ ସମ୍ପର୍କରେ ବି ଜୁହି କହିଛନ୍ତି । ବଲିଉଡରେ ପ୍ରବେଶ ପୂର୍ବରୁ ହିଁ ତାଙ୍କର ଜୟଙ୍କ ସହ ଦେଖା ହୋଇଥିଲା । କିନ୍ତୁ ମଝିରେ ଏହି ସମ୍ପର୍କ ଭାଙ୍ଗିଥିବା ବେଳେ ପୁଣି କିଛି ବର୍ଷ ପରେ ସାଙ୍ଗର ଏକ ରାତ୍ରି ଭୋଜନରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା । ତାହା ପରେ ହିଁ ଆମ ସମ୍ପର୍କ ଧୀରେ ଧୀରେ ମଜବୁତ ହେବାରେ ଲାଗିଲା । ଜୁହିଙ୍କ ଅନୁଯାୟୀ, ବହୁ ସମୟରେ ଜୟ ତାଙ୍କୁ ଫୁଲ ତଥା ଉପହାର ମାନ ଦେଇଥାନ୍ତି । ଏମିତିକି ଏକ ଜନ୍ମ ଦିନରେ ତାଙ୍କୁ ଏକ ଟ୍ରକ ଭର୍ତ୍ତି ଲାଲ ଗୋଲାପ ଉପହାର ଭାବେ ଦେଇଥିଲେ ।

କହି ରଖିବା ଉଚିତକି, ନିଜ କ୍ୟାରିୟର ଭିତରେ ଜୁହି ବଲିଉଡକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି । ୧୯୮୪ ମସିହାରେ ମିସ ଇଣ୍ଡିଆ ହେବା ପରେ ହିଁ ଅଭିନୟ ଜଗତରେ ପାଦ ଥାପିବେ ବୋଲି ନିଷ୍ପତି ନେଇଥିଲେ । କୟାମତ ସେ କାୟମତ ତକ, ବୋଲ ରାଧା ବୋଲ, ସ୍ୱର୍ଗ, ହମ ହେଁ ରାହି ପ୍ୟାର କେ , ଡର, ୟେସ ବୋଷ ପରି ସିନେମା ମାନ ଭେଟି ଦେଇଥିଲେ ।

 

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

8 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

14 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

28 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago