ମୁମ୍ବାଇ ଏୟାରପୋର୍ଟ ହଜିଗଲା ଜୁହିଙ୍କ ହୀରା କାନଫୁଲ, ଯିଏ ଖୋଜି ଦେବ ତାକୁ ପୁରସ୍କାର ମିଳିବ ବୋଲି ଟ୍ବିଟ କଲେ ଅଭିନେତ୍ରୀ

ଅଭିନେତ୍ରୀ ଜୁହି ଚାୱଲାଙ୍କ ଡାଇମଣ୍ଡର କାନଫୁଲ ମୁମ୍ବାଇ ବିମାନ ବନ୍ଦରରେ କୌଣସି ଏକ ସ୍ଥାନରେ ପଡିଯାଇଛି। ଏନେଇ ରବିବାର ଜୁହି ଚାୱଲା ଟ୍ୱିଟ୍ କରି କହିଛନ୍ତି । ତାଙ୍କ କାନଫୁଲ ହଜି ଯାଇଥିବାରୁ ଜୁହି ଚାୱଲା ଚିନ୍ତାରେ ଅଛନ୍ତି। ଆଉ ଯିଏ ଏହି ହଜିଯାଇଥିବା କାନଫୁଲ ଖୋଜିଦେବ ତାଙ୍କୁ ପୁରସ୍କାର ମିଳିବ ବୋଲି ମଧ୍ୟ କୁହାଯାଇଛି। ଏବେ ଜୁହିଙ୍କ ଏହି ପୋଷ୍ଟ ଭାଇରଲ ହେବାରେ ଲାଗିଛି।

ଜୁହି କହିଛନ୍ତି ଯେ, ଯିଏ ତାଙ୍କୁ ତାଙ୍କର କାନଫୁଲ ଖୋଜି ଫେରାଇବ, ଜୁହି ତାଙ୍କୁ ପୁରସ୍କାର ଦେବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କର ଟ୍ୱିଟ୍ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ ଟ୍ୱିଟରେ ଜୁହି କହିଛନ୍ତି- ‘ସକାଳେ ମୁଁ ମୁମ୍ବାଇ ବିମାନ ବନ୍ଦରର ଗେଟ୍ ନମ୍ବର ୮କୁ ଯାଉଥିଲି। ମୁଁ ଏମିରେଟ୍ସ କାଉଣ୍ଟରରେ ଚେକ୍ଇନ୍ କରିଥିଲି, ସିକ୍ୟୁରିଟି ଯାଞ୍ଚ କରାଯାଇଥିଲା, କିନ୍ତୁ ମଝିରେ କୌଣସି ଏକ ସ୍ଥାନରେ ମୋର ହୀରାର କାନଫୁଲ ଖସିଯାଇଛି।

ଜୁହି ଆହୁରି କହିଛନ୍ତି ଯେ, ଯଦି କେହି ମୋତେ ସାହାଯ୍ୟ କରିପାରନ୍ତି, ତେବେ ମୁଁ ବହୁତ ଖୁସି ହେବି। ତୁମେ ପୋଲିସକୁ ସୂଚନା ଦିଅ, ମୁଁ ତୁମକୁ ପୁରସ୍କାର ଦେବି । ମୁଁ ଏହି କାନଫୁଲକୁ ୧୫ ବର୍ଷ ଧରି କ୍ରମାଗତ ଭାବରେ ପିନ୍ଧୁଛି, ଦୟାକରି ଏହାକୁ ଖୋଜିବାରେ ମୋତେ ସାହାଯ୍ୟ କରନ୍ତୁ । ଏହା ସହିତ ଜୁହି ସେହି ହୀରା କାନଫୁଲର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ସେ ସେହି କାନଫୁଲକୁ ତାଙ୍କ ହାତରେ ଧରିଛନ୍ତି ।

Leave A Reply

Your email address will not be published.