କବୀର ବେଦୀ ମାଗିଲେ ସନି ଲିଓନିଙ୍କ ପର୍ସନାଲ ନମ୍ବର, ‘ବେବି ଡଲ୍‌’ ଦେଲେ ସ୍ୱାମୀଙ୍କ କନ୍‌ଟାକ୍ଟ, ଭୁରି ଭୁରି ପ୍ରଂଶସା କଲେ ଫ୍ୟାନ୍‌

ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ନିଜ କାମ ଛଡ଼ା ସ୍ୱଭାବକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥାଆନ୍ତି। ସନି ସମସ୍ତଙ୍କ ସହ ବହୁତ ଶାଳୀନତା ସହ କଥା ହୋଇଥାଆନ୍ତି। ଆଉ ଲୋକେ ତାଙ୍କ ଆକ୍ଟିଂ ଏବଂ ଡ୍ୟାନ୍ସ ଛଡ଼ା ଗୁଣ ମଧ୍ୟ ପସନ୍ଦ କରିଥାଆନ୍ତି। ଭଲ ସେନ୍ସ ଅଫ୍‌ ହ୍ୟୁମର ଥିବା ଏହି ଅଭିନେତ୍ରୀ ଡବ୍ଦୁ ରତ୍ନାନୀଙ୍କ ଇଭେଣ୍ଟରେ ଯାହା କଲେ, ତାହାକୁ ଶୁଣିଲେ ସବୁ ଫ୍ୟାନ୍‌ଙ୍କ ଚେହେରାରେ ସ୍ମାଇଲ ଆସିଯିବ।

 

View this post on Instagram

 

Thank you @dabbooratnani @manishadratnani @dabbooratnanistudio for another amazing calendar shot !!!! Love it !!! Xoxo!!!!

A post shared by Sunny Leone (@sunnyleone) on

ରିପୋର୍ଟ ମୁତାବକ, ବଲିଉଡ୍‌ର ବରିଷ୍ଠ କଳାକାର କବୀର ବେଦୀ ଡବ୍ଦୁଙ୍କ କ୍ୟାଲେଣ୍ଡର ଲଞ୍ଚିଂ ବେଳେ ସନିଙ୍କୁ ତାଙ୍କ କନ୍‌ଟାକ୍ଟ ନମ୍ବର ମାଗିଥିଲେ। ସନି ନିଜ ପର୍ସନାଲ କନ୍‌ଟାକ୍ଟ ନମ୍ବର ଦେବା ବଦଳରେ କବୀର ବେଦୀଙ୍କୁ ନିଜ ସ୍ୱାମୀ ଡେନିୟଲ୍‌ େଓ୍ଵବରଙ୍କ ନମ୍ବର ଦେଇଥିଲେ। ଏହି କଥାକୁ ଯିଏ ଶୁଣିଥିଲା, ଯିଏ ନିଜ ହସକୁ ରୋକିପାରି ନ ଥିଲା।