#MeTooର ପ୍ରଭାବ, କୈଳାଶ ଖେରଙ୍କୁ ଇଭେଣ୍ଟରୁ ବିଦା କଲେ ରାଜସ୍ଥାନ ସରକାର

ମୁମ୍ବାଇ : ବଲିଉଡ଼ର ଜଣାଶୁଣା ଗାୟକ କୌଳାଶ ଖେରଙ୍କ ଉପରେ ବିଗତ କିଛି ଦିନ ପୂର୍ବେ ଯୌନ ନିର୍ଯାତନାର ଅଭିଯୋଗ ଆସିଥିଲା। ଗୋଟିଏ ପରେ ଗୋଟିଏ ତାଙ୍କ ଉପରେ ମହିଳାଙ୍କର ଆରୋପ ବଢ଼ିଚାଲିଥିଲା। ଖାଲି ତାହା ନୁହଁ ଏଥିକାରଣରୁ ନିକଟରେ ଉଦୟପୁରରେ ହେବାକୁ ଥିବା ଏକ ସରକାରୀ ମ୍ୟୁଜିକ୍ ଇଭେଣ୍ଟରୁ ମଧ୍ୟ ତାଙ୍କୁ ବାହାର କରାଯାଇଛି।

ସୂଚନାଯୋଗ୍ୟ, ଉଦୟପୁରରେ ଅକ୍ଟୋବର ୩୦ ତାରିଖରେ ଦିପାବଳୀ ଉପଲକ୍ଷେ ସଂଙ୍ଗୀତ ବା ମ୍ୟୁଜିକାଲି କାର୍ଯ୍ଯକ୍ରମ ଆୟୋଜିତ ହେବାକୁ ଥିଲା। ଏଥିରେ ଗାୟକ ଭାବେ କୈଳାଶ ଖେରଙ୍କୁ ଆମନ୍ତ୍ରିତ କରାଯାଇଥିଲା। କିନ୍ତୁ ଯେତେବେଳେ ତାଙ୍କ ଉପରେ #MeToo ବା ଯୌନ ନିର୍ଯାତନାର ଆରୋପ ଲାଗିଲା ସେବେ ତାଙ୍କୁ ରାଜସ୍ଥାନ ସରକାର ଇଭେଣ୍ଟରୁ ବାହାର କରିଦେଇଥିଲେ ।

kailash

ମିଡ଼ିଆ ସହିତ କଥାବାର୍ତ୍ତା ସମୟରେ ଉଦୟପୁରର ମେୟର ଚନ୍ଦ୍ର କୋଠାରୀ କହିଛନ୍ତି, ଏହା ଏକ ସରକାରୀ କାର୍ଯ୍ଯକ୍ରମ। ଏଣୁ ଏଠାରେ କୌଣସି ପ୍ରକାରର ବିବାଦ ହେଉ ତାହା ଆମେ ଚାହୁଁ ନାହୁଁ। ଏଣୁ କୈଳାଶ ଖେରଙ୍କ ଉପରେ ଲାଗିଥିବା ଆରୋପ ବିଷୟରେ ଶୁଣିବାପରେ ଆମେ ତାଙ୍କୁ ଇଭେଣ୍ଟରୁ ଅଲଗା କରିବାର ନିର୍ଣ୍ଣୟ ନେଇଥିଲୁ। ଏବେ ତାଙ୍କ ସ୍ଥାନରେ ଆମେ ବଲିଉଡ଼ ଗାୟକ ଦର୍ଶନ ରାୱଲଙ୍କୁ ଆମନ୍ତ୍ରିତ କରିଛୁ।

Kailash-kher-1

ଆପଣଙ୍କ ସୂଚନା ପାଇଁ, କିଛି ଦିନ ପୂର୍ବେ ଗାୟିକା ସୋନା ମହାପାତ୍ର ଗାୟକ କୈଳାଶ ଖେରଙ୍କ ବିରୁଦ୍ଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିବା ପରେ ଏବେ ଆଉ ଏକ ମହିଳା ମଧ୍ୟ ସେହି ସମାନ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଲଗାଇଥିବା ସେହି ମହିଳା କୌଳାଶଙ୍କ ପରିବାରିକ ସାଙ୍ଗ ଅଟନ୍ତି। ମହିଳା ତାଙ୍କ ନାମର ଖୁଲାସା ନକରି ମିଡ଼ିଆକୁ କହିଥିଲେ, ୨୦୦୪ ମସିହାରେ କୈଳାଶ ତାଙ୍କ ସହିତ ଅନୁଚିତ ବ୍ୟବହାର କରିଥିଲେ। ମହିଳା କୈଳାଶଙ୍କ ଜନ୍ମ ଦିନରେ ଶୁଭେତ୍ସା ଜଣାଇଥିବା ବେଳେ ଗାୟକ ତାଙ୍କୁ ବଦଳରେ ଅନେକ ସେସ୍କସୁଆଲ ସିମ୍ବଲ ପଠାଇଥିଲେ। ଏହା ପୂର୍ବରୁ ଦୁଇ ମହିଳା ପତ୍ରକାର ମଧ୍ୟ କୈଳାଶଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

Kailash-Kher

ଅଭିଯୋଗ ପରେ ଉତ୍ତରରେ ଗାୟକ କହିଛନ୍ତି, ମୁଁ ଏହି ସମସ୍ତ ଆରୋପ ବିଷୟରେ ଜାଣିବା ପରେ ମତେ ବହୁତ ଖରାପ ଲାଗିଲା। ମୋର କୌଣସି କଥା କାହାକୁ ଖରାପ ଲାଗିଛି ବା କିଛି ଭୁଲ ବୁଝାବଣା ହୋଇଛି ତେବେ ତାହା ପାଇଁ ମୁଁ କ୍ଷମା ମାଗିବାକୁ ଚାହିଁବି। ବୋଲି ପ୍ରତିକ୍ରିୟା ରଖିଥିଲେ ଗାୟକ କୌଳାଶ ଖେର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.