ମନୋରଂଜନ

ନୂଆବର୍ଷରେ ସାଉଥ ସୁନ୍ଦରୀଙ୍କ ପାଇଁ ଖୁସି ଖବର, ମାଆ ହେବେ କାଜଲ

ସପ୍ତାହେ ଧରି କଳ୍ପନା ଜଳ୍ପନା ପରେ ଅଭିନେତ୍ରୀ କାଜଲ ଅଗ୍ରୱାଲ ଓ ସ୍ୱାମୀ ଗୌତମ ନିଜ ଘରକୁ ନୂଆଅତିଥୀ ଆସିବା ନେଇ ସୂଚନା ଦେଇଛନ୍ତି । ଅର୍ଥାତ ଖୁବଶୀଘ୍ର ସାଉଥ ସୁନ୍ଦରୀ କାଜଲ ଅଗ୍ରୱାଲ ମାଆ ହେବାକୁ ଯାଉଛନ୍ତି । ଗତବର୍ଷ ଅକ୍ଟୋବରରେ ନିଜର ଦୀର୍ଘ ଦିନର ପ୍ରେମିକା କାଜଲଙ୍କ ସହ ଗୌତମ କିଚଲୁଙ୍କ ବିବାହ ହୋଇଥିଲା । ଏବେ ସେ ସନ୍ତାନ ପାଇଁ ଖୁସି ଅଛନ୍ତି । ଶନିବାର ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲକୁ ନେଇ ଗୌତମ ଏକ ହଳଦୀଆ ରଙ୍ଗର ପୋଷାକରେ କାଜଲଙ୍କ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ କ୍ୟାପସନ ଅଛି ଏଠାରେ ଆପଣଙ୍କୁ ୨୦୨୨ ଦେଖୁଛି । ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରବା କ୍ୟାପସନ ପରେ ଜଣେ ଗର୍ଭବତୀ ମହିଳାଙ୍କ ଇମୋଜି ଦିଆଯାଇଛି । ଫ୍ୟାନ୍ସ ଓ ଫ୍ରେଣ୍ଡ୍ସଙ୍କ କମେଣ୍ଟ ବର୍ଷାରେ ପୋଷ୍ଟର ଭ୍ୟାଲ୍ୟୁ ଆହୁରି ବଢିଯାଇଥିଲା ।

ଶୁକ୍ରବାର ଦିନ କାଜଲ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲକୁ ନେଇ ସ୍ୱାମୀଙ୍କ ସହ ଏକ ସୁନ୍ଦର ଫିକ ସେୟାର କରିଛିନ୍ତି । ଯେଉଁଥିରେ ସ୍ୱାମୀ ଗୌତମ ତାଙ୍କ ପିଲାକୁ ଆଲିଙ୍ଗନ କରିବାର ଦେଖିବାକୁ ମିଳିଥିଲା । ଫଟୋରେ କାଜଲ ଏକ ଗ୍ରୀନ କଲରର ଗାଉନ ପିନ୍ଧିଥିବା ବେଳେ ଗୌତମ ତାଙ୍କ ସେମୀ କାଜୁଆଲ ଡ୍ରେସରେ ସ୍ମାର୍ଟ ଲୁକରେ ଥିଲେ । ସେ କ୍ୟାପସନ ସହିତ ସ୍ନାପ ସେୟାର କରିଛନ୍ତି ।

ଅକ୍ଟୋବର ୨୦୨୦ରେ ମୁମ୍ବାଇରେ କାଜଲ ଅଗ୍ରୱାଲ ଏବଂ ଗୌତମ କିଚଲୁଙ୍କ ବିବାହ ହୋଇଥିଲା । କୋଭିଡ କାରଣରୁ ବିବାହ ନିଜର ପରିବାର ଓ ପାଖ ସମ୍ପର୍କୀୟଙ୍କ ଉପସ୍ଥିତିରେ ସମାପନ ହୋଇଥିଲା । ଯଦି ଫିଲ୍ମ କଥା କୁହାଯାଏ ତେବେ କାଜଲ ଏବେବି କିଛି ଫିଲ୍ମର ସୁଟରେ ବ୍ୟସ୍ତ ଅଛନ୍ତି । ଏବଂ ତାଙ୍କ ହାତରେ ଅନେକ ଅପକମିଙ୍ଗ ପ୍ରୋଜେକ୍ଟ ମଧ୍ୟ ରହିଥିଲା ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

9 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

11 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

18 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

27 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

27 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

44 mins ago