ବହୁତ ଜଲଦି ମା ହେବାକୁ ଯାଉଛନ୍ତି କାଜଲ, ସ୍ୱାମୀ ଏଭଳି ଅନ୍ଦାଜରେ ଦେଲେ ସୂଚନା

ବହୁତ ଜଲଦି ମା ହେବାକୁ ଯାଉଛନ୍ତି ସୁନ୍ଦରୀ ନାୟିକା କାଜଲ ଅଗ୍ରଓ୍ଵାଲ। ନିଜେ ସ୍ୱାମୀ ଗୌତମ କିଚଲୁ ଜଣାଇଛନ୍ତି ଏହି ଖୁସି ଖବର। ସେ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଏହି ଖବର ଦେଇଛନ୍ତି। ତାଙ୍କ ପୋଷ୍ଟରୁ ଜଣାପଡୁଛି ଯେ କାଜଲ ଗର୍ଭବତୀ ଅଛନ୍ତି ଏବଂ ତାଙ୍କ ବେବି ୨୦୨୨ରେ ହିଁ ଆସିବାକୁ ଯାଉଛି। ନୂଆବର୍ଷର ପ୍ରଥମ ଦିନରେ ହିଁ ଦୁହେଁ ଏହି ଖବର ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି।
ଗୌତମ କାଜଲଙ୍କର ଏକ ସୁନ୍ଦର ଫଟୋ ସେୟାର କରି ଏହି ଖବରର ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ୨୦୨୨ରେ ଏପରି ଦେଖାଯାଉଛ। ଏହାସହିତ ସେ ଏକ ପ୍ରେଗନାଣ୍ଟ ମହିଳାଙ୍କ ଇମୋଜି ଦେଇଛନ୍ତି। ସେ ଏହି କଥାକୁ କ୍ରିପଟିକ୍ ଅନ୍ଦାଜରେ କହିଛନ୍ତି। ଏଥିରେ କାଜଲଙ୍କ ଫଟୋ ସେୟାର କରିଛନ୍ତି ସ୍ୱାମୀ ଗୌତମ। ଯେଉଁଥିରେ କାଜଲ ଅଗ୍ରଓ୍ଵାଲ ଏକ ଚୌକିରେ ବସିଥିବା ନଜର ଆସୁଛନ୍ତି ଏବଂ କ୍ୟାମେରା ଆଡକୁ ଲୁକ୍ ଦେଇଛନ୍ତି। କାଜଲ ଏହି ଫଟୋରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।
View this post on Instagram
ଶୁକ୍ରବାର କାଜଲ ଏବଂ ଗୌତମ କିଚଲୁଙ୍କର ଏ ଫଟୋ ପୋଷ୍ଟ କରିଥିଲେ କାଜଲ। ଯେଉଁଥିରେ ବେବି ବମ୍ପ ସହ ନଜର ଆସୁଛନ୍ତି କାଜଲ। ଏଥିରେ ସେ ଗ୍ରୀନ କଲରର ଡ୍ରେସ ପିନ୍ଧିଛନ୍ତି। କାଜଲ ଅଗ୍ରଓ୍ଵାଲ ଜଣେ ଫିଲ୍ମ ଅଭିନେତ୍ରୀ। ଅନେକ ଫିଲ୍ମରେ କାମ କରିଛନ୍ତି ସେ। ଦର୍ଶକ ତାଙ୍କର ଫିଲ୍ମକୁ ବହୁତ ପସନ୍ଦ କରନ୍ତି। ସେ ସୋସିଆଲ ମିଡିଆରେ ବି ବହୁତ ଆକ୍ଟିଭ ରୁହନ୍ତି।
View this post on Instagram