ଗତ କିଛି ଦିନ ହେବ ବଲିଉଡ ଜଗତରେ ଯେମିତି ବିବାହ ଋତୁ ଚାଲିଛି । ଜଣେ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇ ହନିମୁନ ଟ୍ରିପରେ ଯାଉଥିବା ନଜର ଆସୁଛନ୍ତି । ଅନ୍ୟ ମାନଙ୍କ ପରି ସାଉଥ ଇଣ୍ଡଷ୍ଟ୍ରିର ନାମକରା ଅଭିନେତ୍ରୀ କାଜଲ ଅଗ୍ରୱାଲ, ବିଜନେସ ମ୍ୟାନ ଗୌତମ କିଚଲୁଙ୍କୁ ବିବାହ କରି ଲାଈମଲାଇଟକୁ ଆସିଥିଲେ । ଏମିତି ତାଙ୍କ ବିବାହ ସମୟର କିଛି ଫଟୋ ମଧ୍ୟ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଭାଇରାଲ ହୋଇଥିଲା । ଆଉ ଏହାର ୭ ଦିନ ପରେ ଦୁହେଁ ହନିମୁନ ପାଇଁ ମାଳଦ୍ଵୀପ ଯାଇଛନ୍ତି । ଆଉ ଦୁଇ ଜଣ ଯାକ ନିଜ ହନିମୁନ ଟ୍ରିପକୁ ଭରପୁର ଏନଜୟ କରୁଥିବା ମଧ୍ୟ ନଜର ଆସିଛନ୍ତି । ଏମିତିକି ନିଜ ବିଶେଷ ମୁହୂର୍ତ୍ତର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପିକ ଗୁଡିକରେ ଦୁହିଁଙ୍କ ରୋମାଣ୍ଟିକ ପିକ ଗୁଡିକୁ ସେମାନଙ୍କ ଫ୍ୟାନ୍ସ ମାନେ ବି ଖୁବ ପସନ୍ଦ କରିଥିବା ଦେଖାଦେଇଛି ।
ଏହି ଫଟୋ ଗୁଡିକରେ କାଜଲ ଏକ ସ୍କାଇ ବ୍ଲୁ ରଙ୍ଗର କ୍ରପ ଟପ ଓ ସ୍କଟ ପିନ୍ଧିଥିବା ନଜର ଆସିଛନ୍ତି । କିଛି ଫଟୋରେ କାଜଲ ଯୋଗ କରୁଥିବା ପୋଜରେ ନଜର ଆସିଥିବା ବେଳେ କେତେକରେ ପତିଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ଦେଖାଦେଇଛନ୍ତି । କହିରଖିବା ଉଚିତ ହେବକି, ଗତ ଅକ୍ଟୋବର ୩୦ ତାରିଖରେ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ ଦୁହିଁଙ୍କ ବିବାହ ହୋଇଥିଲା । ଆଉ ଏହି ସମୟରେ ଦୁଇ ପରିବାରର କିଛି ନିକଟତର ବନ୍ଧୁ ବାନ୍ଧବ ହିଁ ଉପସ୍ଥିତ ଥିଲେ । ଆଉ ଏବେ ଦୁହେଁ ମାଳଦ୍ଵୀପରେ ନିଜ ହନିମୁନ ଟ୍ରିପରେ ଅଛନ୍ତି ।
ଆଜିର ପରିବର୍ତ୍ତିତ ଲାଇଫ୍ ଷ୍ଟାଇଲ୍ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି…
ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…