ନବବର୍ଷରେ ଫ୍ୟାନ୍ସଙ୍କୁ ଶୁଭେଛା ଜଣାଇଛନ୍ତି କାଜୋଲ ଓ ଅଜୟ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ଦେଶ ଓ ଦୁନିଆରେ ସମସ୍ତେ ୨୦୨୪ ମସିହାକୁ ବିଦାୟ ଦେଇଛନ୍ତି ଏବଂ ୨୦୨୫ ନବବର୍ଷକୁ ସ୍ବାଗତ କରିଛନ୍ତି । ବଲିଉଡ ଅଭିନେତ୍ରୀ କାଜୋଲ ପୁରୁଣା ବର୍ଷକୁ ବିଦାୟ ଦେଇ ନବବର୍ଷରେ ଫ୍ୟାନ୍ସ ମାନଙ୍କୁ ଶୁଭେଛା ଜଣାଇଛନ୍ତି । ଏହାସହ ସୋସିଆଲ ମିଡିଆରେ ସେ ପରିବାର ସହ ଏକ ଫଟୋ ସେୟାର କରିଛନ୍ତି ।

କାଜୋଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟ୍ରାଗ୍ରାମରେ ନିଜ ସ୍ବାମୀ ଅଜୟ ଦେବଗନ ଓ ପୁଅ ୟୁଗ ଏବଂ ଝିଅ ନିଶା ସହିତ ନୂଆବର୍ଷ ସେଲିବ୍ରେସନର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ନୂଆବର୍ଷର ସେଲିବ୍ରେସନରେ କାଜୋଲଙ୍କ ମାଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । କାଜୋଲ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିବା ଦ୍ବାରା ଫ୍ୟାନ୍ସ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଥାଏ ।

ଯେମିତିକି କାଜୋଲ ଏହି ସେଲିବ୍ରେସନର ଫଟୋ ପୋଷ୍ଟ କଲାପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି ଆପଣମାନଙ୍କୁ ନବବର୍ଷର ଶୁଭେଛା ଜଣାଉଛୁ । ଆପଣଙ୍କ ଘରେ ଅତିଥୀ ଆସନ୍ତୁ । ଆପଣଙ୍କ ଟେବଲ ଖାଇବାରେ ଭରି ରହୁ । ଆପଣମାନେ ସବୁ ବହୁତ ଆନନ୍ଦ କରନ୍ତୁ । ଆପଣଙ୍କ ପୋଡଶୀ କୁହନ୍ତୁ କି ଆପଣଙ୍କ ପାର୍ଟି କିଭଳି ଦୀର୍ଘ ଓ ମଜାଦାର ହୋଇଥିଲା । ଆପଣ ସବୁବେଳେ ଖୁସିରେ ରୁହନ୍ତୁ ଓ ସମସ୍ତଙ୍କୁ ଖୁସି ବାଣ୍ଟନ୍ତୁ ।

ଅଜୟ ଦେବଗନ ମଧ୍ୟ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଥିଲେ । ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ସେ ମଧ୍ୟ ଲେଖିଥିଲେ ଆଜି ପର୍ଯ୍ୟନ୍ତ ଯାତ୍ରାର ମୁଁ କୃତଜ୍ଞ ଅଟେ । ୨୦୨୫ରେ କଣ ହେବାକୁ ଯାଉଛି ତାହାକୁ ନେଇ ଖୁବ ଉତ୍ସାହିତ ଅଛି । ନୁତନବର୍ଷର ଅନେକ ଅନେକ ଶୁଭ କାମନା ଜଣାଇଛନ୍ତି ।

ଆପଣମାନଙ୍କୁ କହି ରଖୁଛୁ କି ଏହା ପୁର୍ବରୁ କାଜୋଲ କହିଥିଲେ କି ଗତ ବର୍ଷ ତାଙ୍କ ପାଇଁ ଖୁବ ଭଲ ରହିଥିଲା ଆଉ ଏବେ ଏହି ନବବର୍ଷ ଆହୁରୀ ସୁନ୍ଦର ହେବାକୁ ଯାଉଛି । ଯଦି ଆମେ ଅଭିନେତ୍ରୀଙ୍କର କାମ କଥା କହିବା ତାହା ହେଲେ ଏହି ବର୍ଷ ଶଶାଙ୍କ ଚତୁରବେଦୀ ର ଥ୍ରୀଲର ଫିଲ୍ମ ଦୋ ପତ୍ନୀ ରେ ଦେଖିବାକୁ ମିଳିଥିଲା । କାଜୋଲଙ୍କୁ ଏହି ଫିଲ୍ମରେ କ୍ରିତି ସେନନ, ଏବଂ ଟିଭି ଅଭିନେତା ଶାହିର ଶେଖଙ୍କ ସହ ଦେଖିବାକୁ ମିଳିଥିଲା ।