ପୂଜା ସମୟରେ ପରସ୍ପର ଭିତରେ ଝଗଡ଼ା ଲାଗିଗଲେ କଜୋଲ ଓ ତନୀଷା, ମଝିରେ ପଶି ଦୁଇଜଣଙ୍କୁ ଶାନ୍ତ କଲେ ମା’ ତନୁଜା

ବଲିଉଡ୍‌ ଅଭିନେତ୍ରୀ କଜୋଲ ନିଜର ଦୁର୍ଗା ପୂଜା ଭିଡିଓକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ସବୁ ଲୁକ୍‌କୁ ଲୋକେ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। କିନ୍ତୁ ପୂଜା ସମୟରେ ପେଣ୍ଡାଲ ନିକଟରେ ଅଭିନେତ୍ରୀଙ୍କର ନିଜ ଭଉଣୀ ସହିତ ହୋଇଥିବା ଝଗଡ଼ା ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଯାଇଛି। ତନୀଷା ମୁଖାର୍ଜୀ ଓ କାଜୋଲ ପରସ୍ପର ସହ ଯୁକ୍ତିତର୍କ କରୁଥିବା ନଜର ଆସିଛନ୍ତି ଏବଂ ସେମାନଙ୍କୁ ଚୁପ୍‌ କରେଇବା ପାଇଁ ମା’ ତନୁଜାଙ୍କୁ ସେମାନଙ୍କ ମଝିରେ ଆସିବାକୁ ପଡ଼ିଛି।

କଜୋଲ କହିଲେ ଶଟ୍‌-ଅପ୍‌

ଦୁର୍ଗା ପୂଜା ଉତ୍ସବକୁ କଜୋଲ ପ୍ରତ୍ୟେକ ବର୍ଷ ବଡ଼ ଧୁମ୍‌ଧାମରେ ପାଳନ କରିଥାଆନ୍ତି। ଏଥର ମଧ୍ୟ ତାଙ୍କର ଏବଂ ତାଙ୍କ ପରିବାରର ଫଟୋ ଓ ଭିଡିଓ ଖୁବ୍‌ ଭାଇରାଲ ହୋଇଛି। ଏହାରି ଭିତରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କଜୋଲ ଓ ତାଙ୍କ ଭଉଣୀ ତନୀଷା ଖୁବ୍‌ ଝଗଡ଼ା ଲାଗୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓରେ କଜୋଲ, ତନୀଷାଙ୍କୁ ଶଟ୍‌-ଅପ୍‌ କହୁଛନ୍ତି। ତନୀଷା ମଧ୍ୟ ଚୁପ୍‌ ନ ରହି କଜୋଲଙ୍କୁ କିଛି କହୁଥିବାର ଦେଖିବାକୁ ମିଳୁଛନ୍ତି, ଯାହାକୁ ନେଇ ମା’ ତନୁଜା ସେମାନଙ୍କୁ ଚୁପ୍‌ କରାଇ ଦେଉଛନ୍ତି।

ଦୁଇ ଭଉଣୀଙ୍କ ଭିତରେ ଜବରଦସ୍ତ ଝଗଡ଼ା

ଚଳିତ ବର୍ଷ ଦୁର୍ଗା ପୂଜା ସମୟର କଜୋଲଙ୍କର କେତେଗୁଡ଼ିଏ ଭିଡିଓ ସାମ୍ନାକୁ ଆସିଛି। ଏକ ଭିଡିଓରେ ସେ ନିଜ ଅଙ୍କଲଙ୍କୁ ଭେଟି କାନ୍ଦୁଥିବାର ମଧ୍ୟ ଦେଖାଯାଉଛନ୍ତି। ଏବେ ଯେଉଁ ଭିଡିଓ ଭାଇରାଲ ହେଉଛି, ତାହାକୁ ଦେଖିଲେ ଲାଗୁଛି, ଯେମିତି ଦୁଇ ଭଉଣୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଜୋର୍‌ଦାର ଝଗଡ଼ା ଲାଗି ଯାଇଛି। ମା’ ତନୁଜା ଦୁଇଜଣଙ୍କୁ ଶାନ୍ତ କରାଉଛନ୍ତି। ଏହାର କିଛି ସେକେଣ୍ଡ ଭିତରେ ୩ ଜଣ ଯାକ ପୂଜା ପେଣ୍ଡାଲ ପାଖରେ ଛିଡ଼ା ହୋଇ ଫଟୋ ପାଇଁ ପୋଜ୍‌ ଦେଉଛନ୍ତି। କିନ୍ତୁ ଏହି ସମୟରେ ତନୀଷା, କଜୋଲଙ୍କୁ ସାମାନ୍ୟ ଦୂରେଇ ରହିବାକୁ କହୁଛନ୍ତି। ସେ ହସିକି ପୋଜ୍‌ ଦେଉଛନ୍ତି ଏବଂ କହୁଛନ୍ତି ‘ସ୍ପେସ୍‌’। ଏହି ସବୁ ଦୃଶ୍ୟ ଫଟୋଗ୍ରାଫରଙ୍କ କ୍ୟାମେରାରେ କଏଦ ହୋଇଯାଇଛି। ଭିଡିଓ ଭାଇରାଲ ହେବା ପରେ ଲୋକେ ମଧ୍ୟ ବିଭିନ୍ନ ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି।

କଜୋଲଙ୍କ କାମ

ଓ୍ଵାର୍କଫ୍ରଣ୍ଟ ବିଷୟରେ ଆଲୋଚନା କଲେ, କଜୋଲ ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ। ଯଦିଓ ଏକ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ସେ କହିଥିଲେ କି, ‘ଏ ପର୍ଯ୍ୟନ୍ତ ସେମାନେ ମୋତେ ଆପ୍ରୋଚ କରି ନାହାନ୍ତି। ମୁଁ ସ୍କ୍ରିପ୍ଟ ଶୁଣୁଛି ଏବଂ ପଢ଼ୁଛି। ଏଥି ସହିତ ଲୋକମାନଙ୍କଠାରୁ ଆଇଡିଆ ନେବା ପାଇଁ ଭର୍ଚୁଆଲି ମିଟିଂ ମଧ୍ୟ କରୁଛି। ଯଦିଓ ଏବେ ସୁଦ୍ଧା କିଛି ଫାଇନାଲ ହୋଇନାହିଁ’। କହି ରଖୁଛୁ, କଜୋଲ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଥିଲେ କି, ସେ ‘The Last Hurrah’ ଫିଲ୍ମରେ ନଜର ଆସିବେ।

video courtesy: Filmy Crazy

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.