ମା’ଙ୍କୁ ଦେଖିବା ପରେ ମୁଁ ଅଭିନୟ କରିବାକୁ ଚାହୁଁ ନଥିଲି : କାଜଲ

ମୁମ୍ବାଇ : ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ବଲିଉଡ ଅଭିନେତ୍ରୀ କାଜଲ। ପ୍ରାୟ ଦୁଇ ଦଶକ ହେବ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରାଜ୍‌ କରୁଛନ୍ତି। ମାତ୍ର ବାସ୍ତବରେ ସେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ ବୋଲି କହିଛନ୍ତି କାଜଲ। ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ବଲିଉଡ ଅଭିନେତ୍ରୀ କାଜଲ। ପ୍ରାୟ ଦୁଇ ଦଶକ ହେବ ସେ ଅଭିନୟ କରିବା ପାଇଁ ମିଳୁଥିବା ପାରିଶ୍ରମିକ ବହୁତ କମ୍‌ ବୋଲି କାଜଲ ଭାବୁଥିଲେ। ସେ କହିଛନ୍ତି, ଛୋଟବେଳେ ମୋ ମା’ ଦିନ ରାତି ସୁଟିଂରେ ବ୍ୟସ୍ତ ରହୁଥିଲେ। ମାତ୍ର ତାଙ୍କୁ ଏଥିପାଇଁ ଯଥେଷ୍ଟ ପାରିଶ୍ରମିକ ମିଳୁନଥିଲା ବୋଲି ମୋତେ ଲାଗୁଥିଲା। ମୁଁ ଚାହୁଁଥିଲି ମା’ ଏମିତି କାମ କରନ୍ତୁ, ଯେଉଁଥିରେ ମାସ ଶେଷକୁ ତାଙ୍କୁ ଚେକ୍‌ ମିଳୁଥିବ।

kajol-

 

 

ଏବେ ହେଲିକ୍ୟାପ୍ଟର ଇଲା ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି କାଜଲ। ଫିଲ୍ମରେ ସେ ଜଣେ ମର୍ଡନ ମା’ ଭୂମିକାରେ ନଜର ଆସିବେ। ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହା ସହ ଫିଲ୍ମରେ ୯୦ଦଶକର ସୁପରହିଟ୍‌ ଗୀତ ରୁକ୍‌ ରୁକ୍‌ ସଙ୍ଗକୁ ରିକ୍ରିଏଟ କରାଯାଇଛି। ଯେଉଁଥିରେ କାଜଲଙ୍କ ଦମଦାର ଡ୍ୟାନ୍ସ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.