ପ୍ରେମ, ସମ୍ପର୍କ, କଷ୍ଟ ଏବଂ ଘୃଣାର ଐତିହାସିକ କାହାଣୀ . . . ଜବରଦସ୍ତ ଏହି ‘କଲଙ୍କ’ର ଟିଜର

ରିଲିଜ୍ ହୋଇଛି କରଣ ଯୋହରଙ୍କ ଆଗାମୀ ଫିଲ୍ମ କଲଙ୍କର ଟିଜର । ଏହି ମଲଟିଷ୍ଟାରର ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ବରୁଣ ଧୱନ, ଆଲିୟା ଭଟ୍ଟ, ସଂଜୟ ଦତ୍ତ, ମାଧୁରୀ ଦିକ୍ଷୀତ, ସୋନାକ୍ଷୀ ସିହ୍ନା ଏବଂ ଆଦିତ୍ୟ ରାୟ କପୁର । ଏହି ଫିଲ୍ମର ସବୁଠାରୁ ବଡ଼ ଆକର୍ଷଣ ହେଉଛି ସଂଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷୀତଙ୍କ ଯୋଡି ।

ଟିଜର ଦେଖି ସ୍ପଷ୍ଟ ଜଣାପଡୁଛି ଯେ କରଣ ଯୋହରଙ୍କ ପ୍ରଡକ୍ସନର ଏହା ଏକ ଜବରଦସ୍ତ ଫିଲ୍ମ ସାବ୍ୟସ୍ତ ହୋଇପାରେ । ଫିଲ୍ମର ସେଟ୍ ଖୁବ୍ ଭବ୍ୟ ଏବଂ ସୁନ୍ଦର ହୋଇଛି । ପ୍ରାୟ ୧୫ ବର୍ଷ ପୂର୍ବେ ଏହି କାହାଣୀର ପରିକଳ୍ପନା କରିଥିଲେ କରଣ ବାପା ୟଶ୍ ଯୋହର । ଯାହାକୁ ଏବେ ଫିଲ୍ମର ରୂପ ଦେଇଛନ୍ତି କରଣ ।

kalankk teaser୧୯୪୫ ମସିହା ସମୟର କାହାଣୀ ହେଉଛି କଲଙ୍କ । ଏହି ସମୟରେ ନିଜ ମାନ ସମ୍ମାନ ପାଇଁ ଯୁଦ୍ଧ ବି ହୋଇଛି ଆଉ ଅମର ପ୍ରେମ ବି । ଏହି କଲଙ୍କ ସେହି ପ୍ରେମ ଏବଂ ଅହଙ୍କାରରେ ଜଳୁଥିବା ଦୀପର ଏକ ଉଜ୍ଜଳ କାହାଣୀ ।

ଫିଲ୍ମର କାହାଣୀ ରାଜା ରାଜୁଡା ଏବଂ ତାଙ୍କ ସାମ୍ରାଜ୍ୟ ଉପରେ ଆଧାରିତ । ଆଉ କରଣ ଯୋହର ସେହି ଭବ୍ୟତାକୁ ପୋଷାକ ପିନ୍ଧାଇଛନ୍ତି । ତାଙ୍କ ଫିଲ୍ମର କାହାଣୀରେ ସର୍ବଦା ପ୍ରେମ ଥାଏ କିନ୍ତୁ ସମ୍ପର୍କରେ ଥାଏ ସମସ୍ୟା । କିଛି ସମ୍ପର୍କ ଋଣ ପରି ହୋଇଥାଏ ଯାହାକୁ ପାଳନ ନୁହେଁ ସୁଝିବାକୁ ପଡିଥାଏ । କେବଳ ଏହି ଡାଏଲଗ୍ ହି ଆପଣଙ୍କ ଫିଲ୍ମର କାହାଣୀ ବୁଝିବାକୁ ସହଜ କରିଦେବ ।

ତେବେ ପ୍ରାୟ ୨୦ ବର୍ଷ ପରେ ଏକାଠି ନଜର ଆସିଛନ୍ତି ମାଧୁରୀ ଏବଂ ସଂଜୟ । ତେବେ ଫିଲ୍ମରେ ଷ୍ଟାରମାନଙ୍କ ଭିଡରେ କିଆରା ଆଡଭାଣୀ ଏବଂ କୁନାଲ୍ ଖେମୁ ମଧ୍ୟ ଅଛନ୍ତି । ୧୯ ଏପ୍ରିଲରେ ରିଲିଜ ହେବାକୁ ଥିବା କଲଙ୍କ ୧୭ ଏପ୍ରିଲରେ ରିଲିଜ୍ ହେବ ।

ଦେଖନ୍ତୁ ଟିଜର