ଆରମ୍ଭ ହେବ ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ୍, ଜାଣନ୍ତୁ ଆଜିର ସିନେ ମେଳାରେ କେଉଁ ସବୁ ଫିଲ୍ମ ହେବ ପରିବେଷଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆରମ୍ଭ ହେଲା କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟରେ ଚଳଚ୍ଚିତ୍ର ପ୍ରଦର୍ଶନ । ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଏହି ଉତ୍ସବ ଆରମ୍ଭ ହୋଇଛି । ଆଜି ସନ୍ଧ୍ୟାରେ ଏହାର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ । ଉତ୍ସବରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରିବେ । ଉଦ୍‌ଘାଟନ ଉତ୍ସବରେ ‘ଭୋର୍’ ଚଳଚ୍ଚିତ୍ର ପ୍ରଦର୍ଶନ ହେବା ସହ ଏହାର ନିର୍ଦ୍ଦେଶକଙ୍କ ଦ୍ଵାରା ଚଳଚ୍ଚିତ୍ରର ସମୀକ୍ଷା କରାଯିବ । ଏହି ଫେଷ୍ଟିଭାଲ ସିନେ ନିର୍ଦ୍ଦେଶକ ପ୍ରଯୋଜକ ଏବଂ ସିନେପ୍ରେମୀଙ୍କ ମଧ୍ୟରେ ଏକ ନବଦିଗନ୍ତ ସୃଷ୍ଟି କରିବ ବୋଲି କିଟ୍ ସ୍କୁଲ ଅଫ ମିଡ଼ିଆ ସାଇନ୍ସର ସିଇଓ ହିମାଂଶୁ ଶେଖର ଖଟୁଆ କହିଛନ୍ତି ।

KGF-NEW-2

ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ (କେଜିଏଫ୍‌ଏଫ୍‌)ରେ ଦେଶ ବିଦେଶର ଅନେକ କୁଶଳୀ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ଉଚ୍ଚକୋଟୀର ସିନେମା ସବୁ ପ୍ରଦର୍ଶିତ ହେବ । ଯୁବ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ସ୍ୱପ୍ନକୁ ସାକାର କରିବା ହେଉଛି ଏହି ଉତ୍ସବର ଉଦ୍ଦେଶ୍ୟ ।କିଟ୍‌ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ମିଡିଆ ସାଇନସେସ୍‌ ପକ୍ଷରୁ ଏଫ୍‌ଏଫ୍‌ଏସ୍‌ଆଇ ସହଯୋଗରେ ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହେବ ।

KGF-NEW-4

କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌-୭ର ଅଡିଟୋରିୟମରେ ଚାଲିବ ଏହି ସିନେ ମେଳା । ଆସନ୍ତାକାଲି ସନ୍ଧ୍ୟା ୫ଟା ବେଳେ ଏହି ଉତ୍ସବର ଉଦ୍‌ଘାଟନ ହେବ । ବିଶେଷ ଭାବେ ସିନେମା ଶିକ୍ଷାର୍ଥୀମାନଙ୍କ ପାଇଁ ଏହି ଉତ୍ସବ ଖୁବ୍‌ ଶିକ୍ଷଣୀୟ ହେବ । ତେବେ ସକାଳ ୧୦ଟାରୁ ଆରମ୍ଭ ହେବାକୁ ଥିବା ଏହି କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲରେ ଆଜି  ଏହି ସବୁ ଫିଲ୍ମ ପରିବେଶିଷ କରାଯିବ ।

ଥରେ ନଜର ପକାନ୍ତୁ ଆଜିର ଫିଲ୍ମ ଲିଷ୍ଟ ଉପରେ:

kalinga

Leave A Reply

Your email address will not be published.