ରିଲିଜ୍‌ ହେଲା ‘କଲ୍‌କୀ 2898 AD’, ଫିଲ୍ମକୁ ନେଇ ଫ୍ୟାନ୍ସ ଦେଲେ ଭିନ୍ନ ଭିନ୍ନ ପ୍ରତିକ୍ରିୟା

ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ଅଭିନୀତ ‘କଲ୍‌କୀ 2898 AD’ହେଉଛି ୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ । ଏହି ଫିଲ୍ମ ଅନେକ ଦିନ ହେବ ବହୁତ ଚର୍ଚ୍ଚାରେ ରହିଛି । ତେବେ ଏହାର ଜବରଦସ୍ତ ଆଡଭାନ୍ସ ବୁକିଂ ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ଫିଲ୍ମ ‘କଲ୍କୀ 2898 AD’ ସିନେମା ହଲ୍‌ରେ ରିଲିଜ୍‌ ହୋଇଛି । ଏହି ଫିଲ୍ମକୁ ଦର୍ଶକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ତେବେ ଫିଲ୍ମ ‘କଲ୍‌କୀ 2898 AD’ର ପ୍ରଥମ ଶୋ ଏକ ଆମେରିକୀୟ ଥିଏଟରରେ ଚାଲିଥିଲା ଏବଂ ଏହା ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା । ପ୍ରଭାସଙ୍କ ଏଣ୍ଟ୍ରି ସିନ୍‌ ଦେଖିବା ପରେ ଫ୍ୟାନ୍ସ ଏହାର ଖୁବ୍‌ ପ୍ରଶଂସା କରୁଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଏହି ଫିଲ୍ମ ଅନ୍ୟ ସମସ୍ତ ସ୍ଥାନରେ କିପରି କଲେକ୍ସନ୍‌ କରିଛି ଏବଂ ଦର୍ଶକ ଏହାକୁ କେତେ ପସନ୍ଦ କରୁଛନ୍ତି ।

ତେବେ ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଲ୍‌କୀ 2898 AD’ ଭଗବାନ ବିଷ୍ଣୁଙ୍କ ଏକ ଆଧୁନିକ ରୂପକୁ ଦର୍ଶଇଛି । ଯିଏ ପୃଥିବୀକୁ ଖରାପ ଶକ୍ତିରୁ ରକ୍ଷା କରିବା ପାଇଁ ଅବତରଣ କରିଛନ୍ତି । ଏପରି ଭାବେ ଫିଲ୍ମଟି ପୂରା ଆଧ୍ୟାତ୍ମିକ ଷ୍ଟୋରି ଉପରେ ତିଆରି ହୋଇଛି । ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି । ତେବେ ଫିଲ୍ମକୁ ନେଇ ଦର୍ଶକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଫିଲ୍ମକୁ ନେଇ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ପ୍ରଭାସ ଏବଂ ନାଗ ଅଶ୍ୱିନ ଇତିହାସ ସୃଷ୍ଟି କରିଛନ୍ତି । ଫିଲ୍ମର ପ୍ରଥମ ୩୦ ମିନିଟରେ ଆପଣ ଏହାକୁ ଅନୁଭବ କରିବେ । ଏପରି ଅନେକ ପ୍ରକାରର କଥା ଲେଖାଯାଉଛି ।

ଆପଣମାନେ ଜାଣି ଆଶ୍ଚଯ୍ୟ ହେବେ ଯେ ଏହି ଫିଲ୍ମ ‘କଲ୍‌କୀ 2898 AD’ ଭାରତର ସମସ୍ତ ଭାଷାରେ ୧୯ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି କରିସାରିଛି । ଘରୋଇ ବକ୍ସ ଅଫିସରେ ଫିଲ୍ମ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା କଲେକ୍ସନ୍ କରିଛି । ଏପରି ଭାବେ ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ସର୍ବଭାରତୀୟ ସ୍ତରରେ ଏହି ଫିଲ୍ମ ୨୦୦ କୋଟି ଟଙ୍କା ଅତିକ୍ରମ କରିପାରିବ । ସୂଚନା ଅନୁଯାୟୀ, ଫିଲ୍ମ ‘କଲ୍‌କୀ 2898 AD’କେବଳ ତେଲୁଗୁ ଭାଷାରେ ୧୫ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି କରିଛି । ଏହି ଫିଲ୍ମଟି ଆଡଭାନ୍ସ ବୁକିଂରେ ସାରା ଦେଶରେ ୫୫ କୋଟିରୁ ଅଧିକ କଲେକ୍ସନ୍‌ କରିସାରିଛି ।

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଲ୍‌କୀ 2898 AD’ରେ ପ୍ରଭାସଙ୍କ ସହ ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, ଦିଶା ପାଟାନି ଏବଂ କମଲ ହାସନ ଶୋଭାନା, ବ୍ରାହ୍ମଣାନନ୍ଦ, ମାଲଭିକା ନନ୍ଦନ ଏବଂ ଶାସତ ଚାଟାର୍ଜୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।