ସାମ୍ନାକୁ ଆସିଲା ଫିଲ୍ମ ‘କଲ୍କୀ 2898 AD’ର ଦ୍ୱିତୀୟ ଟ୍ରେଲର, ଦମଦାର ଲୁକ୍ରେ ନଜର ଆସିଲେ ପ୍ରଭାସ

ଫିଲ୍ମ ‘କଲ୍କୀ 2898 AD’ର ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ଦେଖିବାକୁ ନେଇ ଉତ୍ସାହ ବହୁତ ବଢିଯାଇଛି । ତେବେ ନିର୍ମାତାମାନେ ଫିଲ୍ମକୁ ନେଇ କିଛି ନା କିଛି ପୋଷ୍ଟ ସେୟାର କରିବାକୁ ଲାଗିଛନ୍ତି । ଯେପରି ଟିଜର, ପୋଷ୍ଟର କିମ୍ବା ଟ୍ରେଲର ହେଉ, ନିର୍ମାତାମାନେ ଫିଲ୍ମକୁ ହାଇପିଂ କରିବାରେ କୌଣସି ରାସ୍ତା ଛାଡି ନାହାଁନ୍ତି ଏବଂ ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ଦ୍ୱିତୀୟ ଟ୍ରେଲର ସାମ୍ନାକୁ ଆଣିଛନ୍ତି । ଯାହାକୁ ଏକ ଭିନ୍ନ ନାମ ମଧ୍ୟ ଦିଆଯାଇଛି । ଏହି ଦ୍ୱିତୀୟ ଟ୍ରେଲରର ନାମ ହେଉଛି ‘କଲ୍କୀ 2898 AD’ ଫାଇନାଲ୍ ଓ୍ଵାର । ଏହି ଟ୍ରେଲର ରିଲିଜ ହେବା ପରଠାରୁ ଦର୍ଶକ ଫିଲ୍ମକୁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ଫିଲ୍ମ ‘କଲ୍କୀ 2898 ADରେ’ ଫାଇନାଲ୍ ଓ୍ଵାର ‘ଅଶ୍ୱତଥାମା ଶେଷ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି । ଯେଉଁଥିରେ ସମସ୍ତେ ଆକ୍ସନ୍ ଲୁକ୍ରେ ଦେଖିବାକୁ ମିଳିଛନ୍ତି । ତେବେ ଦ୍ୱିତୀୟ ଟ୍ରେଲରରେ ବିପଜ୍ଜନକ ଷ୍ଟଣ୍ଟ, ଭିଏଫଏକ୍ସ ଏବଂ ଜବରଦସ୍ତ ସିନ୍ ଦେଖିବାକୁ ମିଳିଛି । ଆପଣ ମଧ୍ୟ ଏହାକୁ ଦେଖିବ ଫିଲ୍ମର ଗମ୍ଭୀରତା ବୁଝି ପାରିବେ ।
୬୦୦ କୋଟି ଟଙ୍କା ବଜେଟରେ ନିର୍ମିତ ଫିଲ୍ମ ‘କଲ୍କୀ 2898 AD ଆଜି ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଭାରତୀୟ ଫିଲ୍ମ ହେବାକୁ ଯାଉଛି । ନିର୍ମାତାମାନେ ଦାବି କରିଛନ୍ତି ଯେ ଏହି ଫିଲ୍ମ ଏକ ଭିନ୍ନ ଏବଂ ସୁନ୍ଦର ଅନୁଭୂତି ଦେବ । ନାଗ ଅଶ୍ୱିନଙ୍କ ଦ୍ୱାରା ଲିଖିତ ଅର୍ଥାତ ନିର୍ଦ୍ଦେଶିତ ଏହି ଫିଲ୍ମଟି ବୈଜୟନ୍ତୀ ମୁଭିସ୍ ଦ୍ୱାରା ନିର୍ମିତ । ପ୍ରଭାସ ଫିଲ୍ମ ‘କଲ୍କୀ 2898 AD ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ ସହ ଦୀପିକା ପାଦୁକୋନ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।
ତେବେ ଫିଲ୍ମ ‘କଲ୍କୀ 2898 AD ଜୁନ୍ ୨୭ରେ ସିନେମା ହଲ୍ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମର ଷ୍ଟୋରି ବିଷୟରେ କୁହାଯାଉଛି ଯେ ଏହା କଳିଯୁଗର ବିନାଶ ଉପରେ ଆଧାରିତ ହେବ କାରଣ ପୁରାଣ ଅନୁଯାୟୀ କଳିଯୁଗରେ ଧର୍ମ ପ୍ରତିଷ୍ଠା ପାଇଁ କଲ୍କି ନାମକ ଏକ ଅବତାର ଜନ୍ମ ହେବ ଏବଂ ଏହା ବିଶ୍ୱରେ ବ୍ୟାପିଥିବା ଅନ୍ୟାୟକୁ ଶେଷ କରିବ । ଏହି ଫିଲ୍ମ ବହୁତ ସମୟ ଧରି ଚର୍ଚ୍ଚାରେ ରହିଛି । କାରଣ ସାଉଥ୍ ଏବଂ ବଲିଉଡର ଅନେକ ବଡ ଷ୍ଟାର ଏଥିରେ ନଜର ଆସିବାକୁ ଯାଉଛନ୍ତି । ଯେଉଁଠାରୁ ଅନ୍ୟାୟ ଦୂର ହେବ। ଫ୍ୟାନ୍ସ ଏହି ଫିଲ୍ମକୁ ବହୁତ ସମୟ ଧରି ଅପେକ୍ଷା କରାଯାଇଛି । ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଦିଶା ପାଟାନି, କମଲ ହାସନ ପ୍ରଭାସ ଏବଂ ଦୀପିକା ପାଦୁକୋନ ଏକାଠି ନଜର ଆସିବେ । ଅମିତାଭ ବଚ୍ଚନଙ୍କୁ ଦ୍ରୋଣାଙ୍କ ପୁଅ ‘ଅଶ୍ୱଥାମା’ର ଭୂମିକାରେ ନଜର ଆସିଥିବାବେଳେ ପ୍ରଭାସ ଏହି ଫିଲ୍ମରେ ଭୈରବ ଭୂମିକାରେ ନଜର ଆସିବେ। ଫିଲ୍ମର ଟ୍ରେଲର ରିଲିଜ ଏବେ ପ୍ରଶଂସକଙ୍କୁ ଅଧିକ ଉତ୍ସାହିତ କରିଛି ।