ବଲିଉଡ୍ ଅଭିନେତ୍ରୀ କଲ୍କୀ କୋଚଲିନ୍ ଏବେ ଏବେ ମାତୃତ୍ୱ ଲାଭ କରିଛନ୍ତି। ସେ ନିଜ ନବଜନ୍ମିତ ଝିଅର ନାଁ ଘୋଷଣା କରିବା ପାଇଁ ଇନ୍ଷ୍ଟାଗ୍ରାମରେ ଏକ ନିଆରା ଢଙ୍ଗରେ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କ ନବଜାତକର ପାଦ ଛାପ ଦେଖିବାକୁ ମିଳିଛି। ତେବେ ଏହି ଫଟୋ ସମସ୍ତଙ୍କୁ ହୃଦୟକୁ ଛୁଇଁଯାଇଛି।
ଫଟୋ ପୋଷ୍ଟ କରି ସେ କ୍ୟାପ୍ସନ ଲେଖିଛନ୍ତି ଯେ ‘ସାପ୍ପୋର ସ୍ୱାଗତ କରନ୍ତୁ। ଜନ୍ମ ୦୭/୦୨/୨୦। ସେ ମୋ ଗର୍ଭାଶୟରେ ୯ ମାସ କାଳ ମୋମୋ ଭଳି ଆବୃତ୍ତ ରହିଥିଲା। ସମସ୍ତ ଶୁଭକାମନା ଏବଂ ସକାରାତ୍ମକ ଶକ୍ତି ପାଇଁ ଧନ୍ୟବାଦ’। ସେ ଏହି ପରିପ୍ରେକ୍ଷୀରେ ସମସ୍ତ ମହିଳାଙ୍କୁ ସମ୍ମାନ ଦେଇଛନ୍ତି, ଯେଉଁମାନେ କି ମା’ ହେବାର ପୂରା ଯାତ୍ରାରେ ସାମିଲ ହୋଇସାରିଛନ୍ତି।
ତେବେ କଲ୍କୀଙ୍କର ଏହି ପୋଷ୍ଟରେ କୋଙ୍କଣା ସେନ୍, ରୁଚା ଚଢା, ସୁମିତ୍ ବ୍ୟାସ, ଦିୟା ମିର୍ଜା, ଜିତେଶ ପିଲ୍ଲଇ ଓ ଶୋଭିତା ଧୁଲିପଲାଙ୍କ ଭଳି ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି।