କମଲ ହାସନ ନିଜ ଦୁଇ ଝିଅଙ୍କ ସହ ମିଶି ଦେଲେ ଭୋଟ୍‌, ଶ୍ରୁତି-ଅକ୍ଷରା ଶେୟାର କଲେ ଫଟୋ

ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଅଲଗା ଅଲଗା ପର୍ଯ୍ୟାୟରେ ଭୋଟିଂ ଆରମ୍ଭ ହୋଇଯାଇଛି। ତାମିଲନାଡ଼ୁରେ ମଧ୍ୟ ଭୋଟିଂ ଜାରି ରହିଛି। ଏମ୍‌ଏନ୍‌ଏମ୍‌ ନେତା ତଥା ଅଭିନେତା କମଲ ହାସନଙ୍କ ପାର୍ଟି ମକ୍କଲ ନିଧି ମାଇମ୍‌(MNM) କୋୟମ୍ବଟୁର ଦକ୍ଷିଣରୁ ନିର୍ବାଚନ ଲଢ଼ୁଛି। କମଲ ହାସନ ନିଜର ଦୁଇ ଝିଅ ଶ୍ରୁତି ଓ ଅକ୍ଷରାଙ୍କ ସହିତ ଭୋଟ ଦେବାକୁ ପହଞ୍ଚିଥିଲେ। ଏବେ ଶ୍ରୁତି ଫଟୋ ଶେୟାର କରି ଏହାର ଝଲକ ଦେଖାଇଛନ୍ତି।

ଶ୍ରୁତି ହାସନ ପାପା କମଲ ଓ ଭଉଣୀ ଅକ୍ଷରାଙ୍କ ସହିତ ଫଟୋ ଶେୟାର କରି ଲେଖିଛନ୍ତି, ‘ଭୋଟ କରିବାର ସମୟ ଆସିଗଲା’। ତିନି ଜଣ ଯାକ ମାସ୍କ ପିନ୍ଧିଥିବା ଫଟୋରେ ଦେଖିବାକୁ ମିଳୁଛି। ଅକ୍ଷରା ମଧ୍ୟ ଭୋଟ ଦେବାର ଚିହ୍ନ ଦେଖାଇ ନିଜର ସେଲ୍ଫି ଶେୟାର କରିଛନ୍ତି। ଏଥିସହିତ ସେ ଲୋକଙ୍କୁ ମତଦାନ କରିବାକୁ ଅପିଲ ବି କରିଛନ୍ତି।

ସେପଟେ କମଲ ହାସନଙ୍କ ନିର୍ବାଚନ ପ୍ରଚାରରେ ଅକ୍ଷରା କୌଣସି ସୁଯୋଗ ଛାଡ଼ି ନ ଥିଲେ। ରବିବାର ପ୍ରଚାରରେ ସେ କୋୟମ୍ବଟୁରର ଘର ଘର ବୁଲି ଲୋକଙ୍କୁ କମଲ ହାସନଙ୍କ ପାଇଁ ଭୋଟ ଦେବାକୁ ଅପିଲ କରିଥିଲେ। ଏପରି କି, ସେ ଢୋଲ ନଗାଡା ସହିତ ଡ୍ୟାନ୍ସ ମଧ୍ୟ କରିଥିଲେ।

କହି ରଖୁଛୁ, ମକ୍କଲ ନିଧି ମାଇମ୍‌(MNM) ୧୪୨ ଆସନରେ ନିଜ ଭାଗ୍ୟ ସହ ଲଢ଼ୁଛି। କମଲ ହାସନ କୋୟମ୍ବଟୁର ଦକ୍ଷିଣରୁ ନିର୍ବାଚନରେ ଛିଡ଼ା ହୋଇଛନ୍ତି, ଯାହାକି ପଞ୍ଚିମାଞ୍ଚଳର ଏକ ଅଂଶ। ଦିନ ଥିଲା, ଏହାକୁ ଏଆଇଡିଏମ୍‌କେର ଗଡ଼ ଭାବେ ଜଣାଯାଉଥିଲା। ଏଠି ବିଜେପି ମହିଳା ମୋର୍ଚ୍ଚାର ବନଥୀ ଶ୍ରୀନିବାସନ ଅଭିନେତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚନ ଲଢ଼ୁଛନ୍ତି।

 

View this post on Instagram

 

A post shared by Shruti Haasan (@shrutzhaasan)

 

View this post on Instagram

 

A post shared by Akshara Haasan (@aksharaa.haasan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.