ଜୀବନରେ ସବୁକିଛି ପାଇଥିବା କମଲ ହାସନ ଲଭ୍‌ ଲାଇଫରେ ଅସଫଳ, ଦୁଇଥର ବିବାହ କରି ମଧ୍ୟ ଏବେ ବଞ୍ଚୁଛନ୍ତି ଏକାକୀ ଜୀବନ

ସାଉଥ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଛୋଟ ଠାରୁ ବଡ ଯାଏଁ ସମସ୍ତେ ତାଙ୍କର ଦିଓ୍ଵାନା। ସାଉଥ ଫିଲ୍ମରୁ ଆରମ୍ଭ କରି ବଲିଉଡ ଫିଲ୍ମ ସବୁଥିରେ ଅଭିନୟ କରିଛନ୍ତି। କମଲ ଜଣେ ନିର୍ଦ୍ଦେଶକ, ସ୍କ୍ରିନ୍ ରାଇଟର୍, ନିର୍ମାତା ଏବଂ ପ୍ଲେବ୍ୟାକ୍ ସିଙ୍ଗର । ଜୀବନରେ ସବୁକିଛି ପାଇଥିବା କମଲ ହାସନ କିନ୍ତୁ ଲଭ ଲାଇଫରେ ହାର ମାନିଛନ୍ତି। ଦୁଇଟି ବିବାହ ଏବଂ ୩ଟି ଆଫେୟର୍ସ ଥାଇ ମଧ୍ୟ ଆଜି ବି ଏକାକୀ ଜୀବନ ବିତାଉଛନ୍ତି।

୧୯୫୪ରେ ନଭେମ୍ବର ୭ ରେ ଜନ୍ମ ହୋଇଥିବା କମଲ ତାଙ୍କ ଅଭିନୟ ପାଇଁ ବେଶ୍ ଜଣାଶୁଣା। କମଲ ଶିଶୁ କଳାକାର ଭାବରେ ଫିଲ୍ମରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ୧୯୭୫ ରେ ‘ଅପୂର୍ବା ରାଙ୍ଗାଗଲ’ ସହିତ ଡେବ୍ୟୁ କରିଥିଲେ। ଅଭିନେତା ଦୁଇଥର ବିବାହ କରି ବି ଆଜି ସିଙ୍ଗଲ୍ ଜୀବନ ବିତାଉଛନ୍ତି। ତାଙ୍କର ଦୁଇଟି ଯାକ ବିବାହ ଅସଫଳ ହୋଇ ଛାଡପତ୍ର ହୋଇଯାଇଛି।

୧୯୭୦ ଦଶକରେ କମଲ ଅଭିନେତ୍ରୀ ଶ୍ରୀବିଧାଙ୍କ ସହ କିଛି ଫିଲ୍ମରେ କାମ କରିଥିଲେ। ଦୁହିଁଙ୍କ ସଂପର୍କକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥିବା ବେଳେ ସେମାନଙ୍କର ସମ୍ପର୍କ ବହୁତ ଦିନ ରହିଲା ନାହିଁ । ଏହା ପରେ କମଲ ହାସନ ୧୯୭୮ ମସିହାରେ ବାଣୀ ଗଣପତିଙ୍କୁ ବିବାହ କରିଥିଲେ। କିନ୍ତୁ ୧୦ ବର୍ଷ ପରେ ଦୁହେଁ ଅଲଗା ହୋଇଗଲେ।

ବାଣୀଙ୍କ ସହ ଛାଡପତ୍ର ପରେ କମଲ ଅଭିନେତ୍ରୀ ସାରିକାଙ୍କୁ ନେଇ କିଛିଦିନ ଚର୍ଚ୍ଚାରେ ରହିଲେ। ବିବାହ ପୂର୍ବରୁ ଉଭୟେ ଏକ ଝିଅ ଶ୍ରୁତିଙ୍କୁ ଜନ୍ମ ଦେଇଥିଲେ। ତା’ ପରେ ଦୁହେଁ ବିବାହ କରିଥିଲେ। ବିବାହ ପରେ ଅକ୍ଷରା ହାସନ ଜନ୍ମ ହୋଇଥିଲେ। କମଲ ହାସନ ଏବଂ ସାରିକାଙ୍କ ସମ୍ପର୍କ ମଧ୍ୟ ଅଧିକ ଦିନ ରହିଲା ନାହିଁ ଏବଂ ଦୁହେଁ ୨୦୦୪ ମସିହାରେ ଅଲଗା ହୋଇଗଲେ।

ସାରିକାଙ୍କ ଠାରୁ ଅଲଗା ହେବା ପରେ ନିଜଠାରୁ ୨୨ ବର୍ଷ ସାନ ଅଭିନେତ୍ରୀ ସିମ୍ରନ୍ ବଗାଙ୍କ ସହ ତାଙ୍କ ସଂପର୍କ ନେଇ ଚର୍ଚ୍ଚା ହୋଇଥିଲା। ହେଲେ ସିମ୍ରନ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ବିବାହ କରିଥିଲେ । ଏହା ବ୍ୟତୀତ କମଲ ୧୩ ବର୍ଷ ଅଭିନେତ୍ରୀ ଗୌତମୀଙ୍କ ସହ ଲିଭ୍-ଇନ୍ରେ ରହିଥିଲେ ଏବଂ ୨୦୧୬ରେ ମଧ୍ୟ ଅଲଗା ହୋଇଗଲେ।

Leave A Reply

Your email address will not be published.