ବ୍ରେନ୍‌ କ୍ୟାନ୍‌ସର ସହ ଲଢ଼ୁଥିବା ଫ୍ୟାନ୍‌ଙ୍କୁ ଭିଡିଓ କଲ୍‌ କଲେ କମଲ ହାସନ୍‌, ବଞ୍ଚିବାକୁ ବଢ଼ାଇଲେ ମନୋବଳ

ମହାନତା ଦେଖାଇଲେ ଅଭିନେତାରୁ ରାଜନେତା ପାଲଟିଥିବା ସୁପରଷ୍ଟାର କମଲ ହାସନ୍‌। ବ୍ରେନ୍‌ କ୍ୟାନସର ସହ ଲଢ଼ୁଥିବା ଜଣେ ଫ୍ୟାନ୍‌ଙ୍କୁ ଭିଡିଓ କଲ୍‌ କରି କମଲ ହାସନ୍‌ ତାଙ୍କ ମନୋବଳ ବଢ଼ାଇଛନ୍ତି। ଏବେ ତାଙ୍କ ଭିଡିଓ କଲ୍‌ ବେଳର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କଲ୍‌ ବେଳେ ଏହି ୬୬ ବର୍ଷୀୟ ଅଭିନେତାଙ୍କ ଭାବଭଙ୍ଗୀ ଲୋକଙ୍କୁ ଇମୋସନାଲ କରିଛି।

ବ୍ରେନ୍‌ କ୍ୟାନସରର ତୃତୀୟ ପର୍ଯ୍ୟାୟରେ ଥିବା ସାକେତ୍‌ ନାମକ ଜଣେ ଫ୍ୟାନ୍‌ଙ୍କୁ ବୁଧବାର କମଲ ହାସନ୍‌ ଭିଡିଓ କଲ୍‌ କରିଥିଲେ। କମଲ ହାସନ୍‌ଙ୍କ କଲ୍‌ ଦେଖି ସାକେତ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ। କିନ୍ତୁ ପରେ ଜାଣିଲେ ଯେ ସେ ସତରେ ସୁପରଷ୍ଟାର କମଲ ହାସନ୍‌ଙ୍କ ସହ କଥା ହେଉଛନ୍ତି। ସେ କେମିତି ଅଛନ୍ତି ବୋଲି ସାକେତ୍‌ ତାଙ୍କୁ ପ୍ରଥମେ ପଚାରିଥିଲେ ଓ ଏହାର ଜବାବରେ କମଲ ହାସନ୍‌ କହିଥିଲେ ଯେ ସେ ଜଣେ ସ୍ପେଶାଲ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି।

 

View this post on Instagram

 

A post shared by KVaaiMozhi (@k_vaaimozhi)

ସାକେତ୍‌ କହିଛନ୍ତି, ସେ ଏହି ରୋଗ ସହ ଲଢ଼ିବେ ଓ ନିଜ ନବଜାତ ଶିଶୁ ପାଇଁ ପୁଣିଥରେ ବଞ୍ଚିବେ। କମଲ ହାସନ ପ୍ରାୟ ୧୦ ମିନିଟ୍‌ରୁ ଅଧିକ ସମୟ ସାକେତ୍‌ ଓ ତାଙ୍କ ପରିବାର ସହ କଥା ହୋଇଥିଲେ। ପ୍ରକାଶ ଯେ ସାକେତ୍‌ଙ୍କ ଭଉଣୀ ସନ୍ଧ୍ୟା ବୈଦନାଥନ୍‌ କମଲ ହାସନ୍‌ଙ୍କ କାର୍ଯ୍ୟାଳୟରେ ସାକେତଙ୍କ ଇଚ୍ଛା ପୂରଣ କରିବା ପାଇଁ ଯୋଗାଯୋଗ କରିଥିଲେ। କମଲ ହାସନ୍‌ କଥା ହେବା ପରେ ସନ୍ଧ୍ୟା ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.