ସାଉଥ ଷ୍ଟାର କମଲ ହାସନଙ୍କୁ କରୋନା, ଟ୍ଵିଟ କରି ଫ୍ୟାନ୍ସ ସୁରକ୍ଷିତ ରହିବା ପାଇଁ କଲେ ଅନୁରୋଧ

ଅଭିନେତା କମଲ ହାସନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନିକଟରେ ୟୁଏସ ଟ୍ରିପରୁ ଫେରିଥିଲେ କମଲ ହାସନ। ତା’ ପରେ ତାଙ୍କୁ ହଲକା ଥଣ୍ଡା ହୋଇଥିଲା। ଏହା ପରେ ଟେଷ୍ଟ କରିବା ପରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କମଲ ହାସନ କରୋନା ସଂକ୍ରମିତ ହେବା ପରେ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଅଭିନେତା କହିଛନ୍ତି, ମହାମାରୀ ଏପର୍ଯ୍ୟନ୍ତ ସରିନାହିଁ। ନିଜର ଧ୍ୟାନ ରଖନ୍ତୁ। କମଲ ହସନ କରୋନାର ଦୁଇଟି ଯାକ ଡୋଜ ନେଇସାରିଲେଣି।

କମଲ ହସନ ଲେଖିଛନ୍ତି, ‘ମୁଁ ଆମେରିକା ଯାତ୍ରାରୁ ଆସିବା ହାଲକା କାଶ ହୋଇଥିଲା। ତା’ରେ କରୋନା ପଜିଟିଭ ରିପୋର୍ଟ ଆସିଥିଲା। ମୁଁ ଆଇସୋଲେସନରେ ରହିଛି। ଏପର୍ଯ୍ୟନ୍ତ ମହାମାରୀ ଶେଷ ହୋଇନାହିଁ। ସମସ୍ତେ ସୁରକ୍ଷିତ ରହିବା ପାଇଁ ଅନୁରୋଧ କରୁଛି।

କମଲ ହାସନ କରୋନା ପଜିଟିଭି ରିପୋର୍ଟ ହେବା ପରେ ଫ୍ୟାନ୍ସ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.