କମଲ ହାସନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ପେଟ ଯନ୍ତ୍ରଣା ପରେ ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍‌ ତଥା ସାଉଥ୍‌ ଅଭିନେତା କମଲ ହାସନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। କୁହାଯାଉଛି କି, ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ବହୁତ ଜୋର୍‌ରେ ପେଟ ଯନ୍ତ୍ରଣା ହୋଇଥିଲା। ଏହାପରେ ହାସନଙ୍କୁ ତୁରନ୍ତ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନା ମୁତାବକ, ଅଭିନେତାଙ୍କୁ ଆଜି ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି।

ଯଦିଓ ଏ ନେଇ ହସ୍ପିଟାଲ ପକ୍ଷରୁ କୌଣସି ଅଫିସିଆଲ ବୟାନ ଜାରି କରାଯାଇ ନାହିଁ। କିନ୍ତୁ ସୂତ୍ରରୁ ଜଣାପଡ଼ିଛି କି, ଅଭିନେତାଙ୍କୁ ରୁଟିନ୍‌ ଚେକ୍‌ଅପ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଆଜି ତାଙ୍କୁ ଘରକୁ ଅଣାଯାଇଛି।

କମଲ ହାସନ ବର୍ତ୍ତମାନ ନିଜ ଅପ୍‌କମିଙ୍ଗ ଫିଲ୍ମ ‘ଇଣ୍ଡିଆନ-୨’ ଏବଂ ରିୟାଲିଟି ଶୋ’ ‘ବିଗ୍‌ ବସ୍‌’ ତାମିଲର ସୁଟିଂ କରୁଛନ୍ତି। ସେ ୨୦୨୪ର ଲୋକସଭା ନିର୍ବାଚନ ପୂର୍ବରୁ ଦଳୀୟ କାର୍ଯ୍ୟରେ ମଧ୍ୟ ବ୍ୟସ୍ତ ଅଛନ୍ତି।

ମିଳିଥିବା ସୂଚନା ମୁତାବକ, କମଲ ସୁଟିଂ ଏବଂ ଟ୍ରାଭେଲିଂରେ ବହୁତ ବ୍ୟସ୍ତ ରହୁଛନ୍ତି। ଏହି ଥକ୍କାପଣ ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ହାସନଙ୍କୁ ପ୍ରଥମେ ଅସ୍ଥିର ଲାଗିଥିଲା ଏବଂ ପରେ ପରେ ତାଙ୍କୁ ଜ୍ୱର ଆସିଥିଲା। ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ନିଆଯାଇଥିଲା।