ଆସନ୍ତା କାଲି ରିଲିଜ ହେବ କମଲ ହାସନଙ୍କ ଅଭିନୀତ “ବିକ୍ରମ”ର ଅଡିଓ ଓ ଟ୍ରେଲର

ଅଭିନେତା କମଲ ହାସନ ଯେବେ ନିଜ ଆଗାମୀ ଫିଲ୍ମ “ବିକ୍ରମ” ବାବଦରେ ଘୋଷଣା କରିଛନ୍ତି  । ସେବେଠାରୁ ହିଁ ତାଙ୍କ ପ୍ରଶଂସଙ୍କ ମାନେ ବି ଖୁବ ଉତ୍ସାହିତ ଅଛନ୍ତି  । ଫିଲ୍ମକୁ ନେଇ ପ୍ରତିଟି ଅପଡେଟ ମଧ୍ୟ ସଂଗ୍ରହ କରୁଛନ୍ତି  । ଆସନ୍ତା କାଲି ଫିଲ୍ମର ଟ୍ରେଲର ଓ ଅଡିଓ ଲଞ୍ଚ ହେବା ନେଇ ଖବର ମିଳିଛି  । ରାଜ କମଲ ଫିଲ୍ମସର ଟ୍ୱିଟର ହ୍ୟାଣ୍ଡଲରୁ ଏହି ସୂଚନା ମିଳିଛି  । ଟ୍ୱିଟରରେ ଏକ ପୋଷ୍ଟର ସେୟାର କରାଯାଇଥିବାବେଳେ ଏଥିରେ କମଲ ହାସନ ଏକ ପିସ୍ତଲ ଧରି ଛିଡା ହୋଇଥିବା ନେଇ ନଜର ଆସିଛନ୍ତି  । ଆଉ ଏହାର କ୍ୟାପ୍ସନରେ ଲେଖାଯାଇଛିକି “ଅଡିଓ ଆଣ୍ଡ ଟ୍ରେଲର ଲଞ୍ଚ ଟୁମୋରୋ”  । କହିରଖିବା ଉଚିତ ହେବକି ଆସନ୍ତା ଜୁନ ୩ ତାରିଖରେ ଏହି ଫିଲ୍ମ ରିଲିଜ ହେବା ନେଇ ସ୍ଥିର କରାଯାଇଛି  ।

ଏଇ ନିକଟରେ ଫିଲ୍ମର ପ୍ରଥମ ଗୀତ “ପତ୍ଥଲା ପତ୍ଥଲା…..” କୁ ରିଲିଜ କରାଯାଇଛି  । ଏହାକୁ ନିଜେ କମଲ ହାସନ ଲେଖିଥିବା ବେଳେ ନିଜେ ମଧ୍ୟ ଏଥିରେ କଣ୍ଠଦାନ ମଧ୍ୟ କରିଛନ୍ତି  । କିନ୍ତୁ ଅନ୍ୟ ପକ୍ଷରେ ଏହି ଗୀତକୁ ନେଇ କମଳ ବିବାଦରେ ମଧ୍ୟ ପଡିଯାଇଛନ୍ତି  । ତାଙ୍କ ଉପରେ ଏକ କେଶ ମଧ୍ୟ ଦରଜ ହୋଇଛି  । ଅବଶ୍ୟ ଭିଡିଓ ଷ୍ଟ୍ରିମିଙ୍ଗ ସାଇଟରେ ଏହି ଗୀତ ଖୁବ ଟ୍ରେଣ୍ଡ ମଧ୍ୟ କରୁଛି  । ରିପୋର୍ଟ ଅନୁଯାୟୀ କମଲ ହାସନଙ୍କ ବିରୋଧରେ “ପତ୍ଥଲା ପତ୍ଥଲା” ଗୀତକୁ ନେଇ ଚେନ୍ନାଇ ପୋଲିସ ଆୟୁକ୍ତଙ୍କ କାର୍ଯ୍ୟାଳୟ ତଥା ପୋଲିସ ଷ୍ଟେସନରେ ଏକ କେଶ ମଧ୍ୟ ଦରଜ ହୋଇଛି  । ଜଣେ ସାମାଜିକ କର୍ମୀ ଦାବି କରିଛନ୍ତିକି ଏହି ଗୀତରେ କେନ୍ଦ୍ର ସରକାରଙ୍କ ମଜାକ ଉଡ଼ାଯାଇଛି  । ଆଉ ଏହାଦ୍ୱାରା ଦେଶର ଧାର୍ମିକ ସ୍ଥିତି ଖରାପ ହେବାରେ ଲାଗିଛି  ।ଏହି କାରଣରୁ ଗୀତରୁ କିଛି ପଦ ହଟାଇବାକୁ ବାରମ୍ବାର ଦାବି ହୋଇଆସୁଛି  ।

କହିରଖିବା ଉଚିତ ହେବକି “ବିକ୍ରମ” ହେଉଛି କମଲ ହାସନଙ୍କ ଭାରତୀୟ- ତାମିଲ ଭାଷାର ଏକ ଆକ୍ସନ ଥ୍ରୀଲର  । ଏହା ନିର୍ଦ୍ଦେଶନା ଲୋକେଶ କନଗରାଜ କରିଛନ୍ତି  । ଫିଲ୍ମର ନିର୍ମାଣ ରାଜ କମଲଙ୍କ “ରାଜ କମଲ ଫିଲ୍ମସ ଇଣ୍ଟରନ୍ୟାସନାଲ” ବ୍ୟାନରରେ ପ୍ରସ୍ତୁତ ହୋଇଛି  ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.