ୱାଜିଦଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ପତ୍ନୀଙ୍କ ଅଭିଯୋଗ, କହିଲେ ଧର୍ମ ପରିବର୍ତ୍ତନ କରିବାକୁ ପକାଯାଉଛି ଚାପ

କରୋନା କାଳରେ ବଲିଉଡ ଇଣ୍ଡଷ୍ଟ୍ରୀ ଅନେକ ଲୋକପ୍ରିୟ କଳାକାରଙ୍କୁ ହରାଇଛି। ଏମାନଙ୍କ ମଧ୍ୟରେ ଦିବଂଗତ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ ଖାନ ଅନ୍ଯତମ। ତାଙ୍କର ଦୀର୍ଘ ଦିନର ରୋଗ ଯୋଗୁଁ ଜୁନ ୧, ୨୦୨୦ରେ ପରଲୋକ ହୋଇଥିଲା। ଏହାପରେ ଚର୍ଚ୍ଚିତ ସାଦିନ-ୱାଜିଦ ଯୋଡ଼ି ସବୁଦିନ ପାଇଁ ଭାଙ୍ଗି ଯାଇଥିଲା। ଏବେ ତାଙ୍କ ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ କମଲରୁଖ ଖାନ। ଅନ୍ତର୍ଜାତୀୟ ବିବାହକୁ ନେଇ ପ୍ରଥମ ଥର ନିଜର ପ୍ରତିକ୍ରିୟା ରଖିଛନ୍ତି କମଲରୁଖ। କମଲରୁଖ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବଡ଼ ପୋଷ୍ଟ ମାଧ୍ୟମରେ ନିଜ ବିବାହକୁ ନେଇ ଲେଖିଛନ୍ତି।

ସେ ଲେଖିଛନ୍ତି, ‘ଓ୍ବାଜିଦଙ୍କୁ ବିବାହ କରିବା ପୂର୍ବରୁ ୧୦ ବର୍ଷ ରିଲେସନ୍ସିପରେ ଥିଲି। ମୁଁ ପାର୍ସି ଓ ସେ ମୁସଲିମ୍ ଥିଲେ। ଆମେ ଏମିତି ଥିଲୁ ଯାହାକୁ ଆପଣ ‘କଲେଜ୍ ସ୍ବିଟ୍ହାର୍ଟସ୍’ ବୋଲି କହିପାରିବେ। ଶେଷରେ ବିବାହ କରିବା ପାଇଁ ସ୍ବତନ୍ତ୍ର ବିବାହ ଆକ୍ଟ ଜରିଆରେ ପ୍ରେମ୍ ପାଇଁ ବିବାହ କରିଥିଲୁ।’ ଇଣ୍ଟରକାଷ୍ଟ ବିବାହ କରିବା ପରେ ଧର୍ମ ଆଧାରରେ ଭେଦଭାବର ସାମ୍ନା କରିବାକୁ ପଡୁଛି। ଯାହା ଅତ୍ଯନ୍ତ ଦୁଃଖର ବିଷୟ।

 

View this post on Instagram

 

A post shared by Kamalrukh Kahn (@kamalrukhkhan)


ସୂଚନାଯୋଗ୍ୟ, ଓ୍ବାଜିଦ ଖାନ ୧୯୯୮ରେ ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର କ୍ୟା ତୋ ଡରନା କ୍ୟା’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବଲିଉଡକୁ ବହୁ ଜବରଦସ୍ତ ଟ୍ରାକ୍ ଭେଟି ଦେଇଛନ୍ତି। ୨୦୨୦, ୩୧ ମଇରେ ତାଙ୍କ ଦେହ ଖରାପ ହେବାରୁ ହସପିଟାଲରେ ଆଡମିଟ୍ କରାଯାଇଥିଲା। ତା’ ପରେ ଜୁନ ୧, ୨୦୨୦ରେ ପରଲୋକ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.