ମନୋରଂଜନ

ଷ୍ଟାର କିଡ୍‌ସଙ୍କ ବିନା ମେକ୍‌ଅପ୍‌ ଫଟୋ ସେୟାର କଲେ କଙ୍ଗନା, କହିଲେ- ‘କରନ୍‌ ଜୋହର କହୁଛନ୍ତି ଏମାନେ ସୁନ୍ଦରୀ’

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ନେପୋଟିଜମ୍‌ ବା ପରିବାରବାଦ ଏବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ସେବେଠାରୁ ସୋସିଆଲ ମିଡିଆରେ ‘ପାପା ହେ ନା’ ହ୍ୟାସ୍‌ ଟ୍ୟାଗ୍‌ ଟ୍ରେଣ୍ଡ କରୁଛି। ଏହା ମାଧ୍ୟମରେ ଫ୍ୟାନ୍‌ମାନେ ନେପୋଟିଜମ୍‌କୁ ନେଇ କମେଣ୍ଟ କରୁଛନ୍ତି। ଏହି ହାସ୍‌ଟ୍ୟାଗ୍‌ ବ୍ୟବହାର କରି ଜଣେ ୟୁଜର ଆଲିଆ ଭଟ୍ଟ, ସୋନମ୍‌ କପୁର, ସୋନାକ୍ଷୀ ସିହ୍ନା ଓ ସାରା ଅଲ୍ଲୀ ଖାନ୍‌ଙ୍କ ପୁରୁଣା ଫଟୋ ସେୟାର କରିଛନ୍ତି।

ଷ୍ଟାର କିଡ୍‌ସଙ୍କର ଏହି ଫଟୋକୁ କଙ୍ଗନା ରାଣାଓ୍ଵତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ରିଟ୍ଵିଟ୍‌ କରି ଏକ ମଜାଳିଆ କମେଣ୍ଟ ଲେଖିଛନ୍ତି। କଙ୍ଗନା ଲେଖିଛନ୍ତି କିଛି ଲୋକ କହିଛନ୍ତି ଯେ ‘ଏହା ବଡିସେମିଂ। ନା ଏହା ପ୍ରକୃତରେ ମୁଭି ମାଫିଆଙ୍କ ପାଇଁ ରିଆଲିଟି ଚେକ୍‌। କରନ୍‌ ଜୋହରଙ୍କ ଭଳି ଲୋକ ଯିଏ ରେକର୍ଡରେ ଯାଇ କହୁଛନ୍ତି ଯେ ଯଦି ଆଉଟ ସାଇଡର ଷ୍ଟାର କିଡ୍‌ସଙ୍କ ଭଳି ଗୁଡ ଲୁକିଂ ନୁହେଁ ତ ସେଥିରେ ତାଙ୍କର କ’ଣ ଭୁଲ। ଲୋକମାନେ ସତ ଜାଣିବା ଉଚିତ’।

ସେୟାର କରାଯାଇଥିବା ଫଟୋରେ ଆଲିଆ ଭଟ୍ଟ, ସୋନମ୍‌ କପୁର, ସୋନାକ୍ଷୀ ସିହ୍ନା ଓ ସାରା ଅଲ୍ଲୀ ଖାନ୍‌ ଅଛନ୍ତି। ଏହା ବହୁ ବର୍ଷ ତଳର ଫଟୋ ଯେତେବେଳେ ଏମାନେ ସେଲିବ୍ରିଟି ନଥିଲେ। ଏଣୁ ସମସ୍ତେ ମୋଟୀ ଓ କାଳୀ ଦିଶୁଛନ୍ତି। ସେମାନଙ୍କର ଏହି ଫଟୋକୁ ଦେଖିଲେ କେହି ବି ବିଶ୍ୱାସ କରିବେନି ଯେ ଏମାନେ ଏବେ ଜଣେ ଜଣେ ହିରୋଇନ୍‌।

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ କଙ୍ଗନା ରାଣାଓ୍ଵତ ମର୍ଡର ବୋଲି କହିଛନ୍ତି। ସେ ଏକ ଭିଡିଓ ସେୟାର କରି କେତେକ ତଥ୍ୟ ଦେଇ ଏଭଳି କହିଛନ୍ତି। ଭିଡିଓରେ କଙ୍ଗନା କହିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ପରେ କେତେକ କଥା ବାହାରକୁ ଆସିଛି। ସୁଶାନ୍ତ ନିଜ କ୍ୟାରିୟରକୁ ନେଇ ଚିନ୍ତାରେ ଥିବା ତାଙ୍କ ପିତା କହିଛନ୍ତି। ଏଥିସହ ଜାଣିଶୁଣି ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ତଡ଼ିବାକୁ ଏଭଳି ଚକ୍ରାନ୍ତ ଚାଲିଥିବା କହିଛନ୍ତି କଙ୍ଗନା।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago