ମନୋରଂଜନ

ଚଣ୍ଡିଗଡ଼ ବିମାନବନ୍ଦରରେ ଚାପୁଡା ଖାଇବା ପରେ, ଏକ୍ସରେ ନିଜର ପ୍ରତିକ୍ରିୟା ରଖିଲେ କଙ୍ଗନା

ନୂଆଦିଲ୍ଲୀ:  ବିବାଦୀୟ ବୟାନ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ୍ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ବଲିଉଡରୁ ରାଜନୈତିକ ମଇଦାନରେ ପ୍ରବେଶ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । ନିର୍ବାଚନ ପାଇଁ ଗତ କିଛି ଦିନ ହେବ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ନେଇ ଭାରି ଚର୍ଚ୍ଚା । ତେବେ ପୁଣି ଏହି ନବନିର୍ବାଚିତ ସାଂସଦ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ସାଂସଦ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା । ହଁ ଆଜ୍ଞା ଚକିତ ଲାଗୁଥିଲେ ବି କଥାଟା ପୁରା ସତ । କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ଖାଇବାକୁ ପଡିଛି । ଚଣ୍ଡିଗଡ଼ ବିମାନବନ୍ଦରରେ ଜଣେ ସିଆଇଏସ୍‌ଏଫ୍‌ କନେଷ୍ଟବଳ ତାଙ୍କୁ ଚାପୁଡ଼ା ମାରିଥିବା ନେଇ ଅଭିଯୋଗ ଆଣିଛନ୍ତି କଙ୍ଗନା । ସୂଚନା ମୁତାବକ, କଙ୍ଗନା ବୋର୍ଡିଂ ପାଇଁ ଯାଉଥିବାବେଳେ ତାଙ୍କ ସହିତ ଏହି ଅଭାବନୀୟ ଘଟଣା ଘଟିଥିଲା । କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଏଫ୍‌ କ‌ନେଷ୍ଟବଳଙ୍କୁ ଚିହ୍ନଟ କରାଯାଇଛି । ତାଙ୍କ ନାଁ କୁଲୱିନ୍ଦର କୌର।

ଏଭଳି ନିନ୍ଦନୀୟ ଘଟଣା ଘଟାଇ ସାରିବା ପରେ ସିଆଇଏସଏଫ୍‌ କନେଷ୍ଟବଳ କୁଲୱିନ୍ଦର କୌର କହିଛନ୍ତି, ଏହି ଚାପୁଡା ପଛର କାରଣ ହେଉଛି କୃଷକ ମାନଙ୍କ ପ୍ରତି ଅସମ୍ମାନ । ସିଆଇଏସଏଫ କନେଷ୍ଟବଳ କହିଛନ୍ତି, କୃଷକ ଆନ୍ଦୋଳନ ପ୍ରସଙ୍ଗରେ କଙ୍ଗନା ଦେଇଥିବା ୧୦୦ ଟଙ୍କିଆ ଟିପ୍ପଣୀ ପାଇଁ ସେ ତୀବ୍ର ଅସନ୍ତୁଷ୍ଟ ଥିଲେ । କୃଷକମାନେ ୧୦୦ ଟଙ୍କା ପାଇଁ ସେଠାରେ ବସିଛନ୍ତି ବୋଲି କଙ୍ଗନା କହିଥିବାରୁ ସେ ତାଙ୍କୁ ଚାପୁଡ଼ା ମାରିଛନ୍ତି । ‌ଏହା ସହିତ ତାଙ୍କ ମାଆ ମଧ୍ୟ ଏହି ଅନ୍ଦୋଳନରେ ସାମିଲ ହୋଇ ଧାରଣା‌ରେ ବସିଥିଲେ। ଆନ୍ଦୋଳନକାରୀ ଚାଷୀମାନଙ୍କ ପ୍ରତି କଙ୍ଗନାଙ୍କ ଆପତ୍ତିଜନକ ମନ୍ତବ୍ୟ ତାଙ୍କୁ ବହୁତ ଖରାପ ଲାଗିଥିଲା ।

ଏପଟେ କଙ୍ଗନାଙ୍କୁ ଚାପୁଡ଼ା ମାରିବାପରେ ବଢିବାରେ ଚାଲିଛି ଅସନ୍ତୋଷ । ଏକ୍ସରେ ଏକ ପୋଷ୍ଟ୍‌ କରି କଙ୍ଗନା କହିଛନ୍ତି, ବର୍ତ୍ତମାନ ସୁରକ୍ଷିତ ଏବଂ ସମ୍ପୂର୍ଣ୍ଣ ଭାବେ ଠିକ୍‌ ଅଛନ୍ତି । ସିକ୍ୟୁରିଟି ଚେକ୍‌ ସମୟରେ ହଠାତ ଜଣେ ମହିଳା ସୁରକ୍ଷାକର୍ମୀ ‌ଆସି ତାଙ୍କୁ ଚାପୁଡ଼ା ମାରିବା ସହିତ ଗାଳିଗୁଲଜ କରିଥିଲେ । ତେବେ ଏସବୁ ଭିତରେ ସେ କହିଛନ୍ତି କି, ପଞ୍ଜାବରେ ଏଭଳି ଭାବେ ଆତଙ୍କବାଦ ବଢ଼ିବା‌ କାରଣ ପାଇଁ ସେ ଖୁବ୍ ମାତ୍ରାରେ ଚିନ୍ତିତ ଅଛନ୍ତି । ତେବେ ଏହି ଘଟଣା ପରେ ସଂପୃକ୍ତ କନଷ୍ଟବଳଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଏହି ଘଟଣାର ନିନ୍ଦା କରିବା ସହିତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ‌ଗ୍ରହଣ କରାଯିବ ବୋଲି କହିଛନ୍ତି ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago