Categories: ମନୋରଂଜନ

’ମଣିକର୍ଣ୍ଣିକା’ ବିରୋଧରେ ଏପରି ଖରାପ ଲେଖିଥିଲେ ଖବରଦାତା, ପ୍ରବଳ ବର୍ଷିଲେ କଙ୍ଗନା, ବଢ଼ିଗଲା ଯୁକ୍ତିତର୍କ

ବଲିଉଡ୍ କୁଇନ୍ କଙ୍ଗନା ରାଣାୱାତଙ୍କୁ ବିବାଦ ପିଛା ଛାଡ଼ୁନି। ଭଉଣୀ ରଙ୍ଗୋଲି ଚନ୍ଦେଲ ଆସିବା ଦିନଠାରୁ କଙ୍ଗନା ବଲିଉଡ୍ କଳାକାର, ନିର୍ଦ୍ଦେଶକ ଓ ନିର୍ମାତାମାନଙ୍କ ବିରୋଧରେ ପ୍ରବଳ ବର୍ଷୁଛନ୍ତି। ଆଉ ଏବେ ତାଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ଖବରଦାତା।

ନିକଟରେ ‘ଜଜମେଣ୍ଟାଲ ହୈ କ୍ୟା’ର ଏକ ରିମିକ୍ସ ପ୍ରମୋଶନାଲ ସଙ୍ଗ୍ ଉନ୍ମୋଚନ ଅବସରରେ କଙ୍ଗନା ଜଣେ ଖବରଦାତାଙ୍କୁ ଉତ୍ତମ ମଧ୍ୟମ ଶୁଣାଇଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଯାଇଥିଲା। କଙ୍ଗନାଙ୍କ ଅଭିଯୋଗ ଥିଲା ଯେ ଖବରଦାତା ତାଙ୍କ ଫିଲ୍ମ ’ମଣିକର୍ଣ୍ଣିକା’ ବିଷୟରେ ନେଗେଟିଭ୍ କଥା ଲେଖିଥିଲେ। ଯଦିଓ ଖବରଦାତା ଜଣକ ଅଭିଯୋଗକୁ ଗ୍ରହଣ କରୁ ନ ଥିଲେ, କିନ୍ତୁ ଏହି ଅଭିନେତ୍ରୀ ତାଙ୍କ କଥା ଆଦୌ ଶୁଣି ନ ଥିଲେ।

ଏହାସହ ଆଉ ମଧ୍ୟ ପଢ଼ନ୍ତୁ : ଇଶା ଗୁପ୍ତା ଆଣିଲେ ହୋଟେଲ ମାଲିକଙ୍କ ବିରୋଧରେ ର୍ଦୁବ୍ୟବହାର ଅଭିଯୋଗ : କହିଲେ, “ଏମିତି ଲାଗିଲା ଯେପରି ମୋ ସହ…

ଏବେ କଙ୍ଗନା ନିଜର ରିଲିଜ୍ ଅପେକ୍ଷାରେ ଥିବା ଫିଲ୍ମ ‘‘ଜଜମେଣ୍ଟାଲ ହୈ କ୍ୟା’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏ ପର୍ଯ୍ୟନ୍ତ ଫିଲ୍ମକୁ ନେଇ ସେଭଳି କିଛି ଖାସ୍ ବିବାଦ ଉଠିନି। ହୁଏତ ସେଥିପାଇଁ ଫିଲ୍ମର ଗୀତ ଉନ୍ମୋଚନ ଉତ୍ସବରେ ପହଞ୍ଚିଥିବା କଙ୍ଗନା ପ୍ରେସ୍ କନଫେରେନ୍ସରେ ଖବରଦାତାଙ୍କ ସହ ଜୋରରେ ଝଗଡ଼ିଥିଲେ।

ଯେତେବେଳେ ଖବରଦାତା ଜଷ୍ଟିନ୍ ରାଓ ନିଜ ନାମ ନେଇ କଙ୍ଗନାଙ୍କୁ ପ୍ରଶ୍ନ ପଚାରିଥିଲେ, ସେତେବେଳେ କଙ୍ଗନାଙ୍କୁ ଉକ୍ତ ଖବରଦାତାଙ୍କ ଦ୍ବାରା ଲେଖାଯାଇଥିବା ଏକ ଖବର ମନେ ପଡ଼ିଯାଇଥିଲା, ଯାହାକି ‘ମଣିକର୍ଣ୍ଣିକା’ ରିଲିଜ୍ ସମୟରେ ତାଙ୍କ ବିରୋଧରେ ଲେଖାଯାଇଥିଲା।

ପ୍ରେସ୍ କନଫେରେନ୍ସରେ କଙ୍ଗନା ଜଷ୍ଟିନଙ୍କ ବେଜିତ୍ କରିବା ଆରମ୍ଭ କରିଦେଇଥିଲେ। ଜଷ୍ଟିନ୍ ଯେତେବେଳେ ତାଙ୍କୁ ପ୍ରଶ୍ନ ପଚାରିଥିଲେ, କଙ୍ଗନା ଉତ୍ତର ଦେବା ପରିବର୍ତ୍ତେ ଗୋଟିଏ ଗୋଟିଏ ଅଭିଯୋଗ ଉଠାଇଥିଲେ।

ବଲିଉଡ୍ ଅଭିନେତ୍ରୀ ଅଭିଯୋଗ ଆଣିଥିଲେ ଯେ ଜଷ୍ଟିନ୍ ମନରେ ଦୁର୍ଭାବନା ଆଣି ’ମଣିକର୍ଣ୍ଣିକା’ ବିରୋଧରେ ଅନେକ ମିଛ ଲେଖିଥିଲେ। ଏହାସହ ତାଙ୍କ ବିରୋଧରେ ମଧ୍ୟ ବହୁ ଅସ୍ପଷ୍ଟ କଥା ଟୁଇଟ୍ କରିଥିଲେ।

ସେପଟେ କଙ୍ଗନାଙ୍କ ଅଭିଯୋଗ ଶୁଣି ଜଷ୍ଟିନ୍ କହିଥିଲେ, ସେ କେବେ ବି ତାଙ୍କ ବିରୋଧରେ ମିଛ ଲେଖିପାରିବେ ନାହିଁ। ସେ ଯାହା ବି ଲେଖନ୍ତି, ସତ ହିଁ ଲେଖନ୍ତି। ତେବେ କଙ୍ଗନା ଲଗାତାର ତାଙ୍କ ଉପରେ ହମଲା କରିବା ଭଳି ଗଳି ଦେଉଥିଲେ।

ଯୁକ୍ତତର୍କ ବେଳେ କଙ୍ଗନା ଏହା ମଧ୍ୟ କହିଥିଲେ, ଜଷ୍ଟିନ୍ ’ମଣିକର୍ଣ୍ଣିକା’ ସମ୍ବନ୍ଧିତ ଏକ ସାକ୍ଷାତକାର ନେବା ସମୟରେ ତାଙ୍କ ଭ୍ୟାନିଟି ଭ୍ୟାନରେ ୩ ଘଣ୍ଟା ବିତାଇଥିଲେ ଏବଂ ତାଙ୍କ ସହିତ ଲଞ୍ଚ୍ କରିଥିଲେ। ହେଲେ ଜଷ୍ଟିନ୍ ଏହାକୁ ମିଛ ବୋଲି କହିଥିଲେ। ସେ ବାରମ୍ବାର ଦୋହରାଇଥିଲେ, ନା ସେ କେବେ କଙ୍ଗନାଙ୍କ ସହ ଲଞ୍ଚ କରିଛନ୍ତି ନା ଭ୍ୟାନିଟି ଭ୍ୟାନରେ ୩ ଘଣ୍ଟା ବିତାଇଛନ୍ତି। କିନ୍ତୁ କଙ୍ଗନା ତାଙ୍କର କୌଣସି କଥା ଶୁଣିବା ପରିସ୍ଥିତିରେ ନ ଥିଲେ। ଏପରି କି, ଜଷ୍ଟିନ୍ ତାଙ୍କ ପାଖକୁ ମେସେଜ୍ ବି କରୁଥିଲେ ବୋଲି କଙ୍ଗନା କହିଥିଲେ। ଏହା ଶୁଣି ଜଷ୍ଟିନ୍ ଉକ୍ତ ମେସେଜର ସ୍କ୍ରିନ୍ ସଟ୍ ଦେବାକୁ କହିବାରୁ କଙ୍ଗନା ପରେ ଦେବେ ବୋଲି କହିଥିଲେ।

ଉଭୟଙ୍କ ମଧ୍ୟରେ ହେଉଥିବା ଯୁକ୍ତିତର୍କ ଶୁଣି କାର୍ଯ୍ୟକ୍ରମର ହୋଷ୍ଟ୍ ଖବରଦାତାଙ୍କୁ ଚୁପ୍ ହେବାକୁ କହିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଅନ୍ୟ ଖବରଦାତା ଏହାକୁ ବିରୋଧ କରିବା ସହ କେବେ ବି ଖବରଦାତାମାନଙ୍କ ମୁହଁ ବନ୍ଦ ନ କରିବାକୁ ପରାମର୍ଶ ଦେଇଥିଲେ।

Roshni

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

3 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

16 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

25 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

29 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago