ମନୋରଂଜନ

ରିଲିଜ ହେଲା ବଲିଉଡ କୁଇନ୍‌ କଙ୍ଗନାଙ୍କ ଫିଲ୍ମ ‘ଚନ୍ଦ୍ରମୁଖୀ ୨’, ପ୍ରଥମ ଦିନରେ ଏତିକି କଲା ଆୟ

ଫିଲ୍ମ ‘ଧାକଡ’ ପରେ ପୁଣି କଙ୍ଗନା ରାଣାଓ୍ଵତ ଏକ ଧମାକାଦାର ଫିଲ୍ମ ନେଇ ସିନେ ପରଦାକୁ ଫେରିଛନ୍ତି । କଙ୍ଗନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଚନ୍ଦ୍ରମୁଖୀ ୨’ ସିନେମା ହଲରେ ରିଲିଜ ହୋଇଛି । କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ଆସିଥିଲା, ଯାହା ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥିଲା । ଫିଲ୍ମରେ ବଲିଉଡ କୁଇନ୍ କଙ୍ଗନା ଓ ସାଉଥ୍ ସୁପରଷ୍ଟାର ରାଘବ ଲରେନ୍ସ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏବେ ଫିଲ୍ମର ପ୍ରଥମ ଦିନର ରୋଜଗାର ସାମ୍ନାକୁ ଆସିଛି । ପ୍ରଥମ ଦିନରେ ଫିଲ୍ମ କିଛି ଖାସ୍ ରୋଜଗାର କରିନାହିଁ ।

‘ଚନ୍ଦ୍ରମୁଖୀ ୨’ ର ବଜେଟ୍ ପ୍ରାୟ ୫୦ ରୁ ୬୦ କୋଟି ଟଙ୍କା । ଏହି ଫିଲ୍ମଟି ସବୁ ଭାଷାରେ ରିଲିଜ୍ ହୋଇଛି । ପ୍ରଥମ ଦିନରେ ଏହା ୭.୫ କୋଟି ଟଙ୍କା ଆୟ କରିଛି। ‘ଚନ୍ଦ୍ରମୁଖୀ ୨’ ଏକ ଆକ୍ସନ, କମେଡି, ହରର ଏବଂ ରୋମାଣ୍ଟିକ୍ ଫିଲ୍ମ । ଏହି ଫିଲ୍ମରେ କଙ୍ଗନା ରାଣାଓ୍ଵତ ବହୁତ ସୁନ୍ଦର ଏବଂ ଭିନ୍ନ ଲୁକ୍ରେ ନଜର ଆସିଛନ୍ତି । ତେବେ କଙ୍ଗନାଙ୍କ ଏହି ଲୁକ୍ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି ।

ଏହି ଫିଲ୍ମରେ କଙ୍ଗନା ଓ ରାଘବଙ୍କ ବ୍ୟତୀତ ରାଧିକା ସାରଥକୁମାର, ମହିମା ନାମ୍ବିଆର, ଭାଡିଭେଲୁ, ସ୍ରିଷ୍ଟି ଡେଙ୍ଗେ, ଲକ୍ଷ୍ମୀ ମେନନ, ରବି ମାରିଆ ଓ ସୁରେଶ ମେନନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଲାଇକା କମ୍ପାନୀ ଫିଲ୍ମର ପ୍ରଡକ୍ସନ କରିଥିବା ବେଳେ ଏମ୍‌ଏମ୍‌ କିରାଭନୀ ଫିଲ୍ମର ସଙ୍ଗୀତ ପ୍ରସ୍ତୁତ କରିଛନ୍ତି । ୨୦୦୫ରେ ଆସିଥିବା ଫିଲ୍ମ ‘ଚନ୍ଦ୍ରମୁଖୀ’ର ସିକ୍ୱେଲ ହେଉଛି ‘ଚନ୍ଦ୍ରମୁଖୀ ୨’ । ଏହି ଫିଲ୍ମଟି ତେଲୁଗୁ, ତାମିଲ, ହିନ୍ଦୀ, ମାଲାୟାଲମ୍‌ ଓ କନ୍ନଡ ଭାଷାରେ ରିଲିଜ୍ ହୋଇଛି ।

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

10 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

11 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago