ଗୋମାଂସ ବିବାଦ ମାମଲାରେ ହାଇକୋର୍ଟ କଙ୍ଗନାଙ୍କୁ ଦେଲେ କ୍ଲିନ୍‌ ଚିଟ୍‌

ନୂଆଦିଲ୍ଲୀ : ଗୋମାଂସ ବିବାଦ ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ  କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି। ଏହି ବିବାଦରେ କଙ୍ଗନା ବହୁତ ଅସୁବିଧାରେ ପଡିଥିଲେ ।

ଗୋମାଂସ ଭକ୍ଷଣ ନେଇ କଙ୍ଗନାଙ୍କ ଏକ ପୁରାତନ ଟୁଇଟ୍  ନେଇ ଝଡ଼ ଉଠିଥିଲା । କଙ୍ଗନାଙ୍କ ଟ୍ଵିଟ୍‌ ଧାର୍ମିକ ଭାବାବେଗକୁ ଆଘାତ ଦେବା ଅଭିଯୋଗରେ ଲୁଧିଆନାର ନବନୀତ ଗୋପୀ କଙ୍କନାଙ୍କ ବିରୋଧରେ ପଞ୍ଜାବ ଓ ହରିୟାଣା ହାଇାକୋର୍ଟରେ ପିଟିସନ୍ ଦାଏର କରିଥିଲେ ।

ହେଲେ ପିଟିସନରେ ସ୍ପଷ୍ଟ ତଥ୍ୟ ଓ ଏହା ବୁଝାପଡ଼ୁ ନଥିବା ଦର୍ଶାଇ ବିଚାରପତି ମନୋଜ ବଜାଜ୍ ପିଟିସନ୍ ଖାରଜ କରିଛନ୍ତି । ଅଦାଲତ କହିଛନ୍ତି ଯେ, କଙ୍ଗନା ଗୋମାଂସ ଭକ୍ଷଣ ପ୍ରସାର କରୁଥିବା ନେଇ ପୋଷ୍ଟରେ ଉଲ୍ଲେଖ ହୋଇନାହିଁ । ବଂର ଏଥିରେ ସେ ନିଜେ ନିରାମିଷାଶୀ ହୋଇଥିବା କଥା କହିଛନ୍ତି । ଦ୍ବିତୀୟ ପୋଷ୍ଟ୍ରେ ରତରେ ଓ ବିଦେଶରେ ଖାଦ୍ୟର ଭିନ୍ନତା ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

kangana-23

ଅଦାଲତ ଆହୁରି ମଧ୍ୟ କହିଛନ୍ତି, ଭାଇରାଲ୍ ହୋଇଥିବା ଏହି ପୋଷ୍ଟ୍ ଯେ, ଅଭିନେତ୍ରୀଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟରେ ପୋଷ୍ଟ୍ ହୋଇଛି ବୋଲି ସେମିତି କିଛି ତଥ୍ୟ  ସ୍ପଷ୍ଟ ଭାବେ ଜଣାପଡ଼ୁନାହିଁ । ତେଣୁ, ବାଦୀ କୌଣସି ଧର୍ତ୍ତବ୍ୟ ଅପରାଧ କରିଥିବା କଥା ତଥ୍ୟ କିମ୍ବା ପରିସ୍ଥିତିରୁ ସୂଚାଉ ନାହିଁ । ତେଣୁ ଏହି ମାମଲାରେ କଙ୍ଗନାଙ୍କୁ କୋର୍ଟ କ୍ଲିନ୍‌ ଚିଟ୍‌ ଦେଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.