ବଢ଼ିଲା କଙ୍ଗନାଙ୍କ ଅଡ଼ୁଆ, କୃଷକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ

ବଢ଼ିଲା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡ଼ୁଆ। ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପ୍ରବନ୍ଧ ସମିତି(DSGMC) କଙ୍ଗନାଙ୍କୁ ନୋଟିସ ଜାରି କରିଛି। ନୋଟିସ ମାଧ୍ୟମରେ କଙ୍ଗନାଙ୍କୁ କେନ୍ଦ୍ର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ ପାଇଁ ବିନା ସର୍ତ୍ତରେ କ୍ଷମା ମାଗିବାକୁ କହିଛନ୍ତି ଓ କଙ୍ଗନାଙ୍କୁ ଉକ୍ତ ଟ୍ୱିଟକୁ ଡିଲିଟ୍ କରିବାକୁ ମଧ୍ୟ କହିଛନ୍ତି।

ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପ୍ରବନ୍ଧ ସମିତିର ଅଧ୍ୟକ୍ଷ ମନଜିନ୍ଦର ସିଂ ସିରସା ଟ୍ୱିଟ କରି ଲେଖିଛନ୍ତି, ଆମେ କଙ୍ଗନା ରାଣାୱତଙ୍କୁ ଜଣେ କୃଷକଙ୍କ ବୃଦ୍ଧା ମାଙ୍କୁ ୧୦୦ ଟଙ୍କାରେ ଉପଲବ୍ଧ ହେବା ସମ୍ବନ୍ଧୀୟ ଟିପ୍ପଣୀ ଥିବା ଆପତ୍ତିଜନକ ଟ୍ୱିଟ ପାଇଁ ତାଙ୍କୁ ଆଇନତଃ ନୋଟିସ ପଠାଇଛୁ। ତାଙ୍କ ଟ୍ୱିଟ କୃଷକଙ୍କ ଆନ୍ଦୋଳନକୁ ରାଷ୍ଟ୍ରବିରୋଧୀ ଦର୍ଶାଉଛି। କୃଷକଙ୍କ ବିରୋଧରେ ତାଙ୍କ ସମ୍ବେଦନହୀନ ଟ୍ୱିଟ ଯୋଗୁ ତାଙ୍କୁ କ୍ଷମା ମାଗିବାକୁ କହିଛୁ। କଙ୍ଗନା ଚଳିତ ସପ୍ତାହରେ କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ବୃଦ୍ଧାଙ୍କୁ ଶାହିନବାଗ ଆନ୍ଦୋଳନ ଯୋଗୁ ଲୋକପ୍ରିୟ ହୋଇଥିବା ଦାଦି ବିଲିକ୍ସ ବାନୋ ବୋଲି କହିଥିଲେ।

ପ୍ରକାଶ ଯେ କଙ୍ଗନା ଟ୍ୱିଟରରେ କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ଦୁଇ ଜଣ ବୃଦ୍ଧାଙ୍କ ଫଟୋ ସେୟାର କରି କହିଥିଲେ ଏମାନେ ୧୦୦ ଟଙ୍କା ନେଇ ଆନ୍ଦୋଳନ କରିବାକୁ ଆସିଛନ୍ତି। ତେବେ ଏହି ବିବାଦୀୟ ବୟାନ ପରେ ଲୋକମାନେ କଙ୍ଗନାଙ୍କୁ ତୀବ୍ର ବିରୋଧ କରିଥିଲେ। ଫଳରେ ସେ ତୁରନ୍ତ ଉକ୍ତ ଟ୍ୱିଟକୁ ଡିଲିଟ୍ କରିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.