କଙ୍ଗନାଙ୍କ ନୂଆ ବାୟୋପିକ ମୁଭି ପାଇଁ ପୂର୍ବ ପ୍ରସ୍ତୁତି, ଇନଷ୍ଟାରେ ଦେଲେ ସୂଚନା

ସୋସିଆଲ ମିଡିଆରେ କଙ୍ଗନା ସବୁବେଳେ ଆକ୍ଟିଭ ରହିଥାନ୍ତି । ତାଙ୍କ ପୋଷ୍ଟ ଉପରେ ରହିଥାଏ ସମସ୍ତଙ୍କ ନଜର । ଅନେକ ପୋଷ୍ଟ ତାଙ୍କର କଣ୍ଟୋର୍ଭସି ହେବା କାରଣରୁ ସେ ଖୁବ ଚର୍ଚ୍ଚାରେ ରୁହନ୍ତି । ନିକଟ ଅତୀତରେ କଙ୍ଗନା ରଣାୱତ ଜୟ ଲଲିତାଙ୍କ ବାୟୋପିକରେ ନଜର ଆସିଥିଲେ । ଏବେ ସେ ଆଉ ଏକ ନୂଆ ବାୟୋପିକ ପାଇଁ ପ୍ରସ୍ତୁତି ଚଲାଇଛନ୍ତି ।

କଙ୍ଗନା ଖୁବ ଶୀଘ୍ର ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ସେ ଏହି ସମ୍ପର୍କରେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ଏହାସହ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଆଗକୁ କଙ୍ଗନା କୁଇନଙ୍କର ଏମରଞ୍ଜେନସି , ଇନ୍ଦିରା ଗାନ୍ଧୀ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏଥିପାଇଁ ସେ ନିଜର ପରଫେକ୍ଟ ଲୁକ ପାଇଁ ବ୍ୟସ୍ତ ଅଛନ୍ତି ।

 

View this post on Instagram

 

A post shared by Kangana Ranaut (@kanganaranaut)

ଏହାପୂର୍ବରୁ କଙ୍ଗନା ଅନେକ ହିଟ ଫିଲ୍ମ ଦେଇଛନ୍ତି । ମଣିକର୍ଣ୍ଣିକାରେ ଝାନ୍ସି ରାଣୀ ସହ ନିକଟ ଅତୀତରେ ରିଲିଜ ହୋଇଥିବା ବୟୋପିକ ଫିଲ୍ମରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଆକ୍ଟ୍ରେସ ଜୟ ଲଳିତାଙ୍କ ଭୂମିକାରେ ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.