ଜାଣନ୍ତୁ କଙ୍ଗନାଙ୍କ ସଂଘର୍ଷପୂର୍ଣ୍ଣ ଜୀବନୀରୁ କେଇ ପୃଷ୍ଠା, କାହିଁକି ତାଙ୍କୁ ଗାଧୋଇବାକୁ ଲାଗୁଥିଲା ଘୃଣା

୨୩ ମାର୍ଚ୍ଚ,ରଙ୍ଗନା ରାଣାଓ୍ଵତ୍‌ଙ୍କ ଜନ୍ମ ଦିନ । ବଲିଉଡ୍‌ର ରାଣୀ କୁହାଯାଉଥିବା କଙ୍ଗନା, ଫିଲ୍ମ ଜଗତକୁ ବହତ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି । ଆଜି ସେ ତାଙ୍କ ଫିଲ୍ମ କ୍ୟାରିଅରର ଯେଉଁ ଉଚ୍ଚତାରେ ପହଞ୍ଚିଛନ୍ତି ସେଠି ପହଞ୍ଚିବାକୁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଛି ।

kangana.JPG-3

ବଲିଉଡ୍‌ରେ ଥିବା ବେଳେ ତାଙ୍କ ଜୀବନରେ ଏମିତି ସମୟ ଆସିଥିଲା ସେ ଗାଧୋଇବା ଛାଡ଼ି ଦେଇଥିଲେ । ଆସନ୍ତୁ ଜାଣିବା ସେଦିନର ବିଶାଦଗ୍ରସ୍ତ ସମୟ ତାଙ୍କ ସଂଘର୍ଷମୟ ଜୀବନରୁ କିଛି ।

ଦିନ ଥିଲା ତାଙ୍କୁ ରାତି ରାତି ନିଦ ହେଉନଥିଲା । ଗାଧୋଇବା ପାଇଁ ତାଙ୍କୁ ଘୃଣା ଲାଗୁଥିଲା । ଏମିତିରେ ସେ କିଛି ଦିନ ଧରି ଗାଧୋଉ ନଥିଲେ । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଇଣ୍ଡଷ୍ଟ୍ରି ଆସିବା ପରେ ସେ ବହୁତ ଚିନ୍ତାଗ୍ରସ୍ତ ରହୁଥିଲେ ।

kangana.JPG-4

ସେ ସର୍ବଦା ନିଜର କଣ୍ଠ ସ୍ୱର ଓ ଇଂରାଜୀ କହିବାର ଶୈଳୀକୁ ନେଇ ବହୁତ ଚିନ୍ତିତ ରହୁଥିଲେ । ଏହାକୁ ନେଇ ସେ ବିଶାଦଗ୍ରସ୍ତ ହୋଇପଡ଼ିଥିଲେ । ସେଦିନର ଖରାପ ସମୟକୁ ସେ କେବେ ବି ଭୁଲିପାରିବେନି ବୋଲି କହିଛନ୍ତି । ସେ କୁହନ୍ତି ମୋର ଲଭ୍‌ ଲେଟର୍‌ ଲେଖିବା ବୟସରେ ମୁଁ ଜୀବନର ସଂଘର୍ଷ ମୋଡ଼ରେ ଠିଆହୋଇଥିଲି ।

ଏହି ଖରାପ ସମୟରୁ ମୁକୁଳିବା ପାଇଁ ସେ ଏଲିମେଣ୍ଟ, କମ୍ପୋଜିସନ୍‌ ଓ ଏନର୍ଜିସ ସମ୍ପର୍କରେ ପଢ଼ିବାକୁ ଲାଗିଲେ । ଧିରେ ଧିରେ ତାଙ୍କର ଜୀବନ ସୁଧୁରିବାକୁ ଲାଗିଲା । ଏବେ ତାଙ୍କୁ କିଛି ଭଲ ଫିଲ୍ମ ମଧ୍ୟ ମିଳିଲା । ସେ ତାହାର ସଦୁପଯୋଗ କରି ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି ।

kangana.JPG-2

ଦିନ ଥିଲା ସେ ମୁମ୍ବାଇରେ ଅଟୋ, ବସ୍‌ ଓ ଲୋକାଲ ଟ୍ରେନ୍‌ରେ ଯାତ୍ରା କରିଛନ୍ତି । ମାତ୍ର ଆଜି ସେ ବିଏମ୍‌ଡବ୍ଲ୍ୟୁ କାର୍‌ରେ ବୁଲୁଛନ୍ତି । କଠିନ ପରିଶ୍ରମ ଯୋଗୁ ତାଙ୍କୁ ଏହି ସ୍ଥାନ ମିଳିଛି ବୋଲି ସେ ତାଙ୍କ ସାକ୍ଷାତକାରରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.