ଦୀପିକାଙ୍କୁ ପ୍ରଶଂସା କଲେ କଙ୍ଗନା, ଆକାଉଣ୍ଟ୍ ହ୍ୟାକ୍ ହୋଇଛି କି ବୋଲି ପ୍ରଶ୍ନ କଲେ ଟ୍ରୋଲର୍ସ
ଓସ୍କାର ୨୦୨୩ରେ ଭାରତକୁ ଗର୍ବିତ କରିଛନ୍ତି ଦୀପିକା ପାଦୁକୋନ। ଯାହାକୁ ନେଇ ଦୀପିକାଙ୍କୁ ପ୍ରଶଂସା କରିଛନ୍ତି କଙ୍ଗନା ରାଣାୱତ। କଙ୍ଗନା ଏନେଇ ଟ୍ବିଟ୍ କରିଛନ୍ତି। ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ। ଯାହାଫଳରେ ‘ଆକାଉଣ୍ଟ୍ ହ୍ୟାକ୍ ହୋଇଯାଇଛି କି?’ ବୋଲି ପ୍ରଶ୍ନ କରିଛନ୍ତି ଟ୍ରୋଲର୍ସ।

ଓସ୍କାର ୨୦୨୩ରେ ଭାରତକୁ ଗର୍ବିତ କରିଛନ୍ତି ଦୀପିକା ପାଦୁକୋନ। ଯାହାକୁ ନେଇ ଦୀପିକାଙ୍କୁ ପ୍ରଶଂସା କରିଛନ୍ତି କଙ୍ଗନା ରାଣାୱତ। କଙ୍ଗନା ଏନେଇ ଟ୍ବିଟ୍ କରିଛନ୍ତି। ଦୀପିକା ପୁଣି ଥରେ ବିଶ୍ୱ ଦରବାରରେ ଭାରତକୁ ଗର୍ବିତ କରିଛନ୍ତି। ଓସ୍କାର ୨୦୨୩ରେ ଦୀପିକା ଏକମାତ୍ର ଭାରତୀୟ ଉପସ୍ଥାପିକା ଥିଲେ। ଏକ କଳା ରଙ୍ଗର ଗାଉନରେ ସେ ଖୁବ୍ ଚମତ୍କାର ଦେଖାଯାଉଥିଲେ। ସେ ତାଙ୍କ ଏକାଡେମୀ ପୁରସ୍କାର ଲୁକ୍ ସହିତ ସମସ୍ତଙ୍କୁ ଚକିତ କରିଦେଇଥିଲେ। ‘ଭାରତୀୟ ମହିଳା ଶ୍ରେଷ୍ଠ’ ବୋଲି ଦୀପିକା ପ୍ରମାଣିତ କରିଦେଲେ ବୋଲି ନିଜ ଟ୍ବିଟ୍ ମାଧ୍ଯମରେ କଙ୍ଗନା କହିଛନ୍ତି।
How beautiful @deepikapadukone looks, not easy to stand there holding entire nation together, carrying its image, reputation on those delicate shoulders and speaking so graciously and confidently. Deepika stands tall as a testimony to the fact that Indian women are the best ❤️🇮🇳 https://t.co/KsrADwxrPT
— Kangana Ranaut (@KanganaTeam) March 13, 2023
ତେବେ ସବୁବେଳେ ବଲିଉଡ କଳାକାରଙ୍କୁ ଟାର୍ଗେଟ କରୁଥିବା କଙ୍ଗନାଙ୍କ ଟ୍ବିଟ୍ ପୋଷ୍ଟ୍ ଜରିଆରେ ଦୀପିକାଙ୍କ ପ୍ରଶଂସା କରିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ। ଯାହାଫଳରେ ‘ଆକାଉଣ୍ଟ୍ ହ୍ୟାକ୍ ହୋଇଯାଇଛି କି?’ ବୋଲି ପ୍ରଶ୍ନ କରିଛନ୍ତି ଟ୍ରୋଲର୍ସ। ଦୀପିକାଙ୍କ ପ୍ରଶଂସା କରି କଙ୍ଗନା କରିଥିବା ଟ୍ବିଟ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ସହ ଟ୍ରୋଲ୍ ର ଶିକାର ହୋଇଛି।
ସୂଚନା ଥାଉକି, ଶ୍ରେଷ୍ଠ ମୂଳ ଗୀତ ପାଇଁ ଓସ୍କାର ପୁରସ୍କାର ପାଇଥିବା ଆର୍ଆର୍ଆର୍ର ‘ନାଟୁ ନାଟୁ’ ଗୀତ ଇତିହାସ ସୃଷ୍ଟି କରିଛି। ଏମ୍ଏମ୍ କିରାଭାନି ପୁରସ୍କାର ଗ୍ରହଣ କରିବାକୁ ମଞ୍ଚକୁ ଆସିବାବେଳେ ଦର୍ଶକ ଗ୍ୟାଲେରୀରେ ବସିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ଯାହାଙ୍କ ଆଖିରୁ ସେହି ସମୟରେ ଲୁହ ଝରି ପଡ଼ିଥିଲା। ଟିମ୍ଠାରୁ ଦୂରରେ ବସି ଦୀପିକା ଫିଲ୍ମକୁ ସମର୍ଥନ ଜଣାଇଥିଲେ ଏବଂ ନିଜ ସିଟ୍ ରେ ବସି ଖୁସିରେ ଆତ୍ମବିଭୋର ହୋଇ ପଡିଥିଲେ। ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।