କେରଳରେ ପହଞ୍ଚି ରାମେଶ୍ୱରମ୍‌ ଜ୍ୟୋତିର୍ଲିଙ୍ଗ ଦର୍ଶନ କଲେ କଙ୍ଗନା ରାଣାଓ୍ଵତ୍‌, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଜଣେ ଧର୍ମପରାୟଣା ମଣିଷ। ସେ ପ୍ରାୟ ସମୟ ଦେଶ, ବିଦେଶରେ ଥିବା ବିଭିନ୍ନ ଧାର୍ମିକ ସ୍ଥଳ ଦର୍ଶନ କରିବାକୁ ଯାଆନ୍ତି। ଏଥର କଙ୍ଗନା ପହଞ୍ଚିଥିଲେ କେରଳରେ। ସେଠାରେ ସେ ରାମେଶ୍ୱରମ୍‌ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିଥିଲେ। ସେଠାରୁ କଙ୍ଗନାଙ୍କର କିଛି ଫଟୋ ଏବେ ସାମ୍ନାକୁ ଆସିଛି।

k22

ଏମିତିରେ କଙ୍ଗନା ସୋସିଆଲ ମିଡିଆରେ ନାହାଁନ୍ତି, କିନ୍ତୁ ଟିମ୍‌ କଙ୍ଗନା ରାଣାଓ୍ଵତ୍‌ ଦ୍ୱାରା ଅପ୍‌ଲୋଡ କରାଯାଇଥିବା ଫଟୋଗୁଡ଼ିକରେ ସେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରୁଥିବା ନଜରକୁ ଆସୁଛନ୍ତି। ଏକ ଫଟୋରେ କଙ୍ଗନା ହାତ ଯୋଡ଼ି ଛିଡ଼ାହୋଇଥିବା ବେଳେ ଆଉ ଏକ ଫଟୋରେ ଶିବଙ୍କ ଶିରରେ ଜଳ ଅର୍ପଣ କରୁଛନ୍ତି।

k33

ସୋସିଆଲ ମିଡିଆରେ କଙ୍ଗନାଙ୍କ ଫଟୋ ଖୁବ୍‌ ଭାଇରାଲ ହେଉଛି। ସେ ମନ୍ଦିର ପରିକ୍ରମା କରୁଥିବା ଦେଖାଯାଉଛନ୍ତି। ଏହାଛଡ଼ା ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍‌ କଲାମଙ୍କ ଘରକୁ ଯାଇ ତାଙ୍କ ସ୍ମୃତିଚାରଣ କରିଛନ୍ତି।