ପୁଣିଥରେ କଙ୍ଗନା ଖୋଲିଲେ ମୁଁହ, କାଳିପୂଜାକୁ ନେଇ ଶାକିବଙ୍କ କ୍ଷମା ପାର୍ଥନାର ଦେଲେ ଜବାବ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ସବୁ ପ୍ରସଙ୍ଗରେ ନିଜ ରାୟ ଦେଇଥାନ୍ତି। ବର୍ତ୍ତମାନ ସେ ବାଙ୍ଗଲାଦେଶୀ କ୍ରିକେଟର ଶାକିବ-ଅଲ-ହସନଙ୍କ ମାମଲାରେ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। ନିକଟରେ ଶାକିବ ଅଲ ହସନ କାଳୀ ପୂଜାରେ ଯାଇଥିବାରୁ ଇସ୍ଲାମିକ ମଳିକବାଦୀମାନେ ତାଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିଲେ। ଧମକ ମିଳିବାରୁ ଶାକିବ ସେମାନଙ୍କୁ କ୍ଷମା ମାଗିଥିଲେ।

KANGANA2

ଏହି ଘଟଣାକୁ ନେଇ କଙ୍ଗନା ପୁଣିଥରେ ନିଜ ମତ ଟ୍ଵିଟର ମାଧ୍ୟମରେ ପ୍ରକାଶ କରି ସିଧାସଳଖ ଶାକିବଙ୍କୁ ଟାର୍ଗେଟ କରିଛନ୍ତି। ସେ ଟ୍ଵିଟ କରି କହିଛନ୍ତି ଯେ ମନ୍ଦିରକୁ ଯିବା ପାଇଁ କାହିଁକି ଡରୁଛ? ଏହା ପଛରେ କିଛି ତ କାରଣ ଥିବ? ବିନା କାରଣରେ କେହି ଏତେ ଡରି ଯାଏନାହିଁ। ଆମକୁ ଯଦି ଜୀବନସାରା ମସ୍‌ଜିଦରେ ବିତାଇବାକୁ କୁହାଯାଏ ତେବେବି ରାମ ନାମକୁ ଆମ ମନରୁ କେହି ବାହାର କରି ପାରିବେ ନାହିଁ। ନିଜ ଭକ୍ତି ଉପରେ ବିଶ୍ୱାସ ନାହିଁ ନା ନିଜ ଅତୀତ ତୁମକୁ ମନ୍ଦିର ଆଡକୁ ଆକର୍ଷିତ କରୁଛି। ନିଜକୁ ପଚାର..

 

କେବଳ ସେତିକି ନୁହେଁ କଙ୍ଗନା ଆଉଥରେ ଟ୍ଵିଟ କରି ମଧ୍ୟ କହିଛନ୍ତି ଯେ , ଯେତେବେଳେ ତାଙ୍କ ପାଖରେ ତୁମ ପ୍ରଶ୍ନର କୌଣସି ଉତ୍ତର ନଥାଏ ସେତେବେଳେ ସେମାନେ ତୁମ ଘର ଭାଙ୍ଗି ଦିଅନ୍ତି, ହାଜତରେ ପୁରାଇ ଦିଅନ୍ତି। ତୁମ ସ୍ୱର ଉପରେ ଚାପ ପକାଇବା ସହିତ ତୁମ ଡିଜିଟାଲ ମାଧ୍ୟମକୁ ବନ୍ଦ କରି ଦିଅନ୍ତି । କୌଣସି ବ୍ୟକ୍ତିର ଡିଜିଟାଲ ପରିଚୟକୁ ବନ୍ଦ କରିବା ଅର୍ଥ ଭର୍ଚୁଆଲ ଦୁନିଆରେ ହତ୍ୟା କରିବା ସାଙ୍ଗରେ ସମାନ। ଏନେଇ ଆଇନ ତରଫରୁ କଡା ନିୟମ ଲାଗୁ ହେବା ଆବଶ୍ୟକ।

ତେବେ ଶାକିବଙ୍କୁ ଜୀବନରୁ ମାରିଦେବାର ଧମକ ମିଳିବା ପରେ ସେ ଅନଲାଇନ ମାଧ୍ୟମରେ କହିଥିଲେ ଯେ ସେ କେବଳ ଦୁଇ ମିନିଟ ପାଇଁ ସେହି ଷ୍ଟେଜରେ ଥିଲେ। ଜଣେ ସଚ୍ଚୋଟ ମୁସଲମାନ ହୋଇଥିବାରୁ ସେ ଏହିପରି କାର୍ଯ୍ୟ କରିବେ ନାହିଁ ବୋଲି ମଧ୍ୟ କହିଥିଲେ। ତେବେ ସେହି କାର୍ଯ୍ୟକ୍ରମକୁ ଶାକିବଙ୍କ ଯିବା ମଧ୍ୟ ଭୁଲଥିଲା ବୋଲି ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.