କଙ୍ଗନା ସେୟାର କଲେ ମେଜର ଟ୍ରାନ୍ସଫର୍ମେସନ ଫଟୋ, ପୋଷ୍ଟ ହେଲା ଭାଇରାଲ

କଙ୍ଗନା ରଣାଓ୍ଵତ ଏବେ ବ୍ୟାକ ଟୁ ବ୍ୟାକ ପ୍ରୋଜେକ୍ଟ ସୁଟିଂରେ ବ୍ୟସ୍ତ ରହୁଛନ୍ତି। ନିକଟ ଅତୀତରେ ରାଜନୀତି ଭିତ୍ତିକ ଫିଲ୍ମ ଥଲାଇବିର ସୁଟିଂ ଶେଷ ହୋଇଛି। ଏହାପରେ ଅଭିନେତ୍ରୀ କଙ୍ଗନା ଦେଶ ବାହାରେ ନିଜର ଆକ୍ସନ ମୁଭି ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହାରି ମଧ୍ୟରେ ଫିଲ୍ମର ଅନେକ ଭାଗର ସୁଟିଂ ସମାପ୍ତ ହୋଇ ସାରିଛି।

ତେବେ ନିଜ ଦର୍ଶକଙ୍କ ପାଇଁ କଙ୍ଗନା ଖୁବ ପରିଶ୍ରମ କରୁଛନ୍ତି। ଫିଲ୍ମରେ ନିଜ ଭୂମିକାକୁ ନେଇ ଖୁବ ସତର୍କ ଅଛନ୍ତି କଙ୍ଗନା। ରୋଲ ପାଇଁ ସେ ନିଜର ଟ୍ରାନ୍ସଫର୍ମେସନ କରିଥିବାର ଦେଖିବାକୁ ମିଳିଛି। ଥଲାଇବିରେ ସେ ସ୍ୱର୍ଗତଃଜ ଜୟଲଳିତାଙ୍କ ଭୂମିକାରେ ନଜର ଆସିଥିବା ବେଳେ ନିଜ ଓଜନ ବଢ଼ାଇଥିଲେ। ଏହାସହ ଧାକଡ଼ ମୁଭିରେ ଫାଇଟରର ଭୂୂମିକା ନିର୍ବାହ କରୁଛନ୍ତି।

ତେବେ ଏଭଳି ଡିମାଣ୍ଡିଙ୍ଗ ରୋଲ ପାଇଁ ସେ ନିଜର ଟ୍ରାନ୍ସଫର୍ମେସନ କରିଛନ୍ତି। ଏହାର ଏକ ପୋଷ୍ଟ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବାର ଦେଖିବାକୁ ମିଳିଛି। ଏଥିରେ ତାଙ୍କର ୨ଟି ଫଟୋ କୁଲେଜ ରହିଥିବାର ଆପଣ ଦେଖିବାକୁ ପାଇବେ।

 

View this post on Instagram

 

A post shared by Kangana Ranaut (@kanganaranaut)

କଷ୍ଟୁମର ଡିଜାଇନର ଶୀତଲ ଶର୍ମା କଙ୍ଗନାଙ୍କ ଏହି ପୋଷ୍ଟକୁ ରି-ସେୟାର କରିଛନ୍ତି। ଏହାସହ କଙ୍ଗନାଙ୍କୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.