ୟୁଜର୍ସଙ୍କ ଧମକ ଶୁଣି ନିଆଁ ହେଲେ କଙ୍ଗନା ରାଣାଓ୍ଵତ୍‌, କହିଲେ ‘ବ୍ଲକ୍‌ କରିଦିଅ କିନ୍ତୁ ଘୃଣା କରୁଥିବା ଲୋକଙ୍କ ଭଳି ଭଲ ପାଅନି’

ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ନିଜ ବେପରଓ୍ଵା ବୟାନ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। କଙ୍ଗନା ସବୁବେଳେ ସୋସିଆଲ ମିଡିଆରେ ଖୋଲାଖୋଲି ନିଜ ମତ ରଖିଥାଆନ୍ତି। ଗତ କିଛି ଦିନ ଧରି ସେ ବଲିଉଡ୍‌ରେ ନେପୋଟିଜମ୍‌ ଭଳି ବିଷୟକୁ ନେଇ ଆଲୋଚନା କରୁଛନ୍ତି। ଏଥିପାଇଁ କେତେବେଳେ ତାଙ୍କୁ ସୋସିଆଲ ମିଡିଆ ୟୁଜର୍ସଙ୍କ ସପୋର୍ଟ ମିଳୁଛି ତ ଆଉ କେତେବେଳେ ଟ୍ରୋଲ ହେଉଛନ୍ତି କଙ୍ଗନା। ମାତ୍ର ସେ କେବେ ବି ନିଜ କଥା ରଖିବାରୁ ବିରତ ହୁଅନ୍ତି ନାହିଁ।

ଇତିମଧ୍ୟରେ କଙ୍ଗନା ନିଜ ନୂଆ ଟ୍ଵିଟ୍‌ରେ ଉକ୍ତ ୟୁଜର୍ସଙ୍କୁ ନେଇ ଆଲୋଚନା କରିଛନ୍ତି ଯେଉଁମାନେ ତାଙ୍କ ପୋଷ୍ଟରେ କମେଣ୍ଟ କରି ଚୁପ୍‌ ରହିବାକୁ ପରାମର୍ଶ ଦେଉଛନ୍ତି ଓ କହୁଛନ୍ତି ସେ ଏମିତି ନ କଲେ ତାଙ୍କୁ ବ୍ଲକ୍‌ କରିଦେବେ।

କଙ୍ଗନା ଟ୍ଵିଟ୍‌ କରି ଲେଖିଛନ୍ତି ‘ଯେଉଁ ଫ୍ୟାନ୍‌ମାନେ ମୋ ଟ୍ଵିଟରକୁ ଫଲୋ କରୁଛନ୍ତି ଓ ମୋତେ କହୁଛନ୍ତି ସେମାନେ ଥକିଗଲେଣି ଏବଂ ଏବେ ମୁଁ ଚୁପ୍‌ ରହିବା ଉଚିତ। ମୁଁ କହୁଛି ଆପଣ ମୋତେ ମ୍ୟୁଟ୍‌, ଅନ୍‌ଫଲୋ ବା ବ୍ଲକ୍‌ କରି ଦିଅନ୍ତୁ। ଯଦି ଆପଣ ଏଭଳି ନ କରିବେ ତେବେ ସ୍ପଷ୍ଟଭାବେ ଏହା ମିଛ ହେବ। ମୋତେ ଘୃଣା କରୁଥିବା ଲୋକଙ୍କ ଭଳି ଭଲ ପାଆନ୍ତୁ ନାହିଁ, କିନ୍ତୁ ଯଦି ଆପଣ କିଛି ଭଲ ଜାଣନ୍ତି ନାହିଁ ତେବେ ଠିକ୍‌ ଅଛି ଯେମିତି କରୁଛନ୍ତି ସେମିତି କରନ୍ତୁ। ଭଲ ପାଇବା’।

କାମ ବିଷୟରେ କହିବା ତ କଙ୍ଗନା ଏବେ ଜୟଲଳିତାଙ୍କ ବାୟୋପିକ୍‌ ‘ଥଲଇବି’ର ସୁଟିଂ କରୁଛନ୍ତି। ଏଥିସହ ସେ ନିଜ ଆଗାମୀ ପ୍ରୋଜେକ୍ଟ ‘ତେଜସ୍‌’ରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସର୍ବେଶ ମେବାଡା ନିର୍ଦ୍ଦେଶନା ଦେଇଛନ୍ତି। ତେଜସ୍‌ରେ କଙ୍ଗନା ଜଣେ ବାୟୁସେନା ଅଧିକାରୀ ଭୂମିକାରେ ନଜର ଆସିବେ।

Leave A Reply

Your email address will not be published.