କଙ୍ଗନାଙ୍କ ସହିତ ଏମର୍ଜେନ୍ସି ଦେଖିଲେ କେନ୍ଦ୍ରିୟ ମନ୍ତ୍ରୀ ନୀତିନ ଗଡକରୀ, ସାଥିରେ ନଜର ଆସିଲେ ଅନୁପମ ଖୈର

କଙ୍ଗନା ରଣାୟତ ଥିଏଟର ଭିତରେ ନୀତିନ ଗଡକରୀଙ୍କ ସହ ବସିଥିବା ଦେଖିବାକୁ ମିଳିଛି । ପାଖରେ ଅନୁପମ ଖୈର ମଧ୍ୟ ଅଛନ୍ତି ।  ସେମାନେ ପରସ୍ପର ସହ କଥାବାର୍ତ୍ତା ହେବାର ଦେଖିବାକୁ ମିଳିଛି । ନୀତିନ ଗଡକରୀଙ୍କ ହାବଭାବରୁ ଅନୁମାନ ହେଉଛି କି ତାଙ୍କୁ ଫିଲ୍ମ ବହୁତ ପସନ୍ଦ ହୋଇଛି ।  କହିରଖୁଛୁ କି କଙ୍ଗନା ୧୧ ଜାନୁୟାରୀରେ ନିଜର କିଛି ଫୋଟ ସେୟାର କରିଥିଲେ । ଯେଉଁଥିରେ ସେ ହଳଦିଆ ରଙ୍ଗର ଶାଢୀ ପିନ୍ଧିଥିଲେ । କଙ୍ଗନା ନିଜ ଫ୍ୟାନ୍ସ ମାନଙ୍କୁ ଅପଡେଟ ଦେଇଥିଲେ କି ସେ ନୀତିନ ଗଡକରୀଙ୍କ ସହ ନାଗପୁରରେ ସ୍ପେଶାଲ ସ୍କ୍ରିନିଙ୍ଗ ରଖିଛନ୍ତି ।

ଆମେ ଆପଣଙ୍କୁ କହି ରଖୁଛୁ କି କିଛି ଦିନ ପୂର୍ବରୁ କଙ୍ଗନା ଅନୁପମ ଖୈରଙ୍କ ମା ଦୁଲାରୀଙ୍କ ସହ ଦେଖା କରିଥିଲେ । ଏହି ସମୟର ଏକ ଭିଡିଓ ଅନୁପମ ସେୟାର କରିଥିଲେ । ସେଥିରେ ଲେଖିଥିଲେ କଙ୍ଗନା ଏବଂ ଦୁଲାରୀ ପର୍ବତ ଭଳି ଦୁଇ ଶକ୍ତ ମହିଳା ବୋଲି କହିଛନ୍ତି ବରିଷ୍ଠ କଳାକାର ଅନୁପମ ଖୈର । କିଛିଦିନ ପୂର୍ବରୁ କଙ୍ଗନା ହଠାତ ନିଷ୍ପତ୍ତି ନେଇଥିଲେ ସେ ମାଙ୍କର ଆଶୀର୍ବାଦ ନେବାପାଇଁ ଚାହୁଛନ୍ତି । ମାଙ୍କୁ ସଜେଇ ହେବା ପାଇଁ ସୁଯୋଗ ମିଳିନଥିଲା । ଏହି କଥାରେ ତାଙ୍କୁ ମୁଁ ବହୁତ ଚିଡାଇଥିଲି ।

କିନ୍ତୁ ଦୁଲାରୀ କଙ୍ଗନାଙ୍କୁ ଭରପୁର ଭଲପାଇବା ଓ ଆଶୀର୍ବାଦ ଦେଇଥିଲେ ।  ଏହା ସହିତ କଙ୍ଗନାଙ୍କ ସୁନ୍ଦରତାକୁ ମଧ୍ୟ ବେଶ ପ୍ରଶଂସା କରିଥିଲେ । ମାଙ୍କ ଚିରାଚରିତ ଡାଇଲଗ ଶୁଣିବାକୁ ମିଳିଥିଲା । କପଡାରୁ କଣ ମିଳିବ ଦୁଦୟ ସୁନ୍ଦର ହେବା ଉଚିତ । କଙ୍ଗନା ରଣାୟତ ଫିଲ୍ମ ଏମର୍ଜେନ୍ସିର ନିର୍ଦ୍ଦେଶନା ସମ୍ଭାଳିଛନ୍ତି । ଏହି ଫିଲ୍ମ ଏୈତିହାସିକ ରାଜନୈତିକ ଡ୍ରାମା ଅଟେ ।

ଭାରତରେ ଲୋକେ ଜରୁରୀକାଳୀନ ଘଟଣା ସମ୍ପର୍କରେ ଆଧାରିତ । ଏହି ଫିଲ୍ମରେ ଶ୍ରେୟସ ତଲପଡ଼େ , ଆଶିକ ଝାୱଡା, ମହିମା ଚୌଧୁରୀ, ଶତିଶ କୌଶିକ ମଧ୍ୟ ମୂଖ୍ୟ ଭୂମିକାରେ ନଜର ଆସିଥିଲେ । କଙ୍ଗନା ଏହି ଫିଲ୍ମରେ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ।

You might also like