ପୁଣି ଥରେ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଲେ କଙ୍ଗନା, ଉଦ୍ଧବଙ୍କୁ ଆକ୍ଷେପ କରି କହିଲେ ଏମିତି କିଛି

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ଠାରୁ ଆରମ୍ଭ କରି ପ୍ରାୟ ସବୁ କ୍ଷେତ୍ରରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଆସୁଥିବାର ଦେଖାଯାଉଛି । ରାଜନୀତି କ୍ଷେତ୍ରରେ ଏହି ମାମଲା ଏକ ପ୍ରକାର ଚହଳ ସୃଷ୍ଟି କରିଛି । ନିକଟରେ ଏହି ମାମଲାରେ ସରକାରଙ୍କ ବିରୋଧରେ ବକ୍ତବ୍ୟ ଦେଇ ହରିୟାଣାର ପ୍ରସିଦ୍ଧ ୟୁଟ୍ୟୁବ ଅଭିନେତା ସାହିଲ ଚୌଧୁରୀ ମୁମ୍ବାଇ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ସାହିଲଙ୍କ ଗିରଫଦାରୀ ଉପରେ ଟ୍ୱିଟ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା ରାଣାବତ । ସାହିଲଙ୍କ ଗିରଫକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଭର୍ଚ୍ଛନା କରିଛନ୍ତି କଙ୍ଗନା । ନିଜ ଟ୍ୱିଟର ଆକାଉଣ୍ଟରେ କଙ୍ଗନା ମହାରାଷ୍ଟ୍ର ସରକାରଙ୍କୁ ସିଧାସଳଖ ଭର୍ଛନା କରିବା ସହ ନିର୍ମାତା- ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଅପିଲ କରିଛନ୍ତି । ଏହା ସହ କଙ୍ଗନା ମରାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଆକ୍ଷେପ କହିଛନ୍ତିକି, ଏଠାରେ କେମିତି ଏକ ପ୍ରକାର ଗୁଣ୍ଡାରାଜ ଚାଲିଛି ।

ବିଶ୍ୱର ସବୁଠୁ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ ଉପରେ ସ୍ୱର ଉଠାଇବାକୁ କେହି ବି ସାହସ କରୁନାହାନ୍ତି । ନିଜର ଏହି ଟ୍ୱିଟରେ କଂଗ୍ରେସ ଦଳକୁ ଟ୍ୟାଗ କରି କଙ୍ଗନା ପ୍ରଶ୍ନ କରିଛନ୍ତିକି, ଏଥିପାଇଁ କିଏ ପ୍ରକୃତରେ ଦାୟୀ । ଏହିପରି ଭାବେ କଙ୍ଗନା ନିଜର ଦୁଇଟି ଟ୍ୱିଟ ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହା ସହ ସାହିଲଙ୍କୁ ତୁରନ୍ତ ତାଙ୍କୁ ଛାଡ଼ି ଦେବାକୁ ଦାବି କରିଛନ୍ତି । କହିରଖିବା ଉଚିତ ହେବଯେ, ବର୍ତ୍ତମାନ ସମୟରେ ଆଗ ଅପେକ୍ଷା କଙ୍ଗନା ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ସକ୍ରିୟ ରହୁଥିବା ବେଳେ ବିଭିନ୍ନ ସାମାଜିକ- ରାଜନୀତିକ ଘଟଣା ଗୁଡିକରେ ନିଜ ମତ ରଖୁଛନ୍ତି ।