ଜୟଲଳିତାଙ୍କ ପରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ବଲିଉଡ କୁଇନ, ଭୂମିକାକୁ ନେଇ କହିଲେ ଏମିତି କଥା

ଜୟଲଳିତାଙ୍କ ପରେ ପୁଣି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ଉପରେ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି। ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଧାରିତ ଏହି ରାଜନୈତିକ ଡ୍ରାମା ଫିଲ୍ମରେ ଇନ୍ଦିରାଙ୍କ ଭୂମିକାରେ ବଲିଉଡ କୁଇନ କଙ୍ଗନା ରଣାୱତ ମୁଖ୍ଯ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଯାଇଛି ଏବଂ ଏହାର ବାକି କାମ ବି ଖୁବ୍ ଶୀଘ୍ର ଆରମ୍ଭ ହେବ ।

କଙ୍ଗନା ଜାରି କରିଥିବା ସରକାରୀ ବିବୃତ୍ତିରେ କହିଛନ୍ତି ଯେ, ସେ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଧାରିତ ଏକ ଫିଲ୍ମରେ କାମ କରୁଛନ୍ତି। ଏହି ଫିଲ୍ମର ସ୍କ୍ରିପ୍ଟ ପ୍ରାୟତଃ ପ୍ରସ୍ତୁତ ହୋଇସାରିଛି। ଏହା ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ ନୁହେଁ, ବରଂ ଏହା ଏକ ପିରିୟଡ ଡ୍ରାମା ଚଳଚ୍ଚିତ୍ର ହେବ ଯାହା ଆଜିର ପିଢ଼ିକୁ ସମାଜରେ ରାଜନୀତିର ଖେଳ ଦେଖାଇବ ।

କଙ୍ଗନା କହିଛନ୍ତି ଯେ, ତାଙ୍କ ବ୍ୟତୀତ ଫିଲ୍ମରେ ଅନେକ ଜଣାଶୁଣା କଳାକାର ଏଥିରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସଞ୍ଜୟ ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପରି ଅନେକ ଚରିତ୍ରରେ ଅଭିନୟ କରିବେ। କଙ୍ଗନା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଫିଲ୍ମଟି ଏକ ପୁସ୍ତକ ଉପରେ ଆଧାରିତ ହେବ। ସୂଚନାଯୋଗ୍ଯ, କଙ୍ଗନାଙ୍କ ଅପକମିଂ ଫିଲ୍ମମ ‘ଥଲାଇଭି’ ରିଲିଜ ହେବାକୁ ପ୍ରସ୍ତୁତ ରହିଛି। ଏହାସହିତ କଙ୍ଗନାଙ୍କ ଆଉ ଦୁଇଟି ଫିଲ୍ମ ‘ତେଜସ ଏବଂ ଧାକଡ’ରେ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.