ସୁଶାନ୍ତଙ୍କୁ ମନେ ପକାଇ ଜନ୍ମ ଦିନରେ ଫଟୋ ସେୟାର କଲେ କଙ୍ଗନା ରଣାୱତ୍,ମୁକେଶ ଛାବ୍ରା ଓ ଅନୁଷ୍କା ଶର୍ମା
ଆଜି ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନ। ହୁଏତ ସେ ଆଜି ଆମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କୁ ସବୁଦିନ ପାଇଁ ସମସ୍ତେ ମନ ରଖିଛନ୍ତି। ତାଙ୍କ ଜନ୍ମ ଦିନରେ ଆଜି ତାଙ୍କୁ ତାଙ୍କର ଅନେକ ଫ୍ୟାନ୍ସ ମନେପକାଇଛନ୍ତି। ତାଙ୍କ ଜନ୍ମ ଦିନରେ ଆଜି ତାଙ୍କୁ ମନେ ପକାଇ କଙ୍ଗନା ରଣାୱତ୍ ମଧ୍ୟ ସୁଶାନ୍ତଙ୍କର ଏକ ଫଟୋ ତାଙ୍କ ଇଂସ୍ତାଗ୍ରାମରେ ସେୟାର କରିଛନ୍ତି । ୧୯୮୬ ମସିହା ୨୧ ଜାନୁଆରୀରେ ସୁଶାନ୍ତ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିଲେ।
ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ପ୍ରାୟ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶଂସକଙ୍କ ହୃଦୟରେ ତାଙ୍କ ସ୍ମୃତି ଆଜି ମଧ୍ୟ ସତେଜ ରହିଛି। ଆଜି ସକାଳୁ #JusticeForSushantSinghRajput ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ତାଙ୍କ ଫଟୋ ସେୟାର କରି ସାରା ବିଶ୍ୱରୁ ପ୍ରଶଂସକମାନେ ତାଙ୍କୁ ସ୍ମରଣ କରୁଛନ୍ତି ।
ତେବେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ତାଙ୍କ ଜନ୍ମଦିନରେ ସୁଶାନ୍ତଙ୍କୁ ମନେ ପକାଇଛନ୍ତି।
ସୁଶାନ୍ତଙ୍କ ଛବି ଶେୟାର କରି କଙ୍ଗନା ଲେଖିଛନ୍ତି, ‘ Happy Birthday day to this Star in the Sky’। ତେବେ କଙ୍ଗନାଙ୍କ ଏହି ଷ୍ଟୋରୀ ପୋଷ୍ଟ କରିବା ଦେଖି ତାଙ୍କର ଅନେକ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି – ଜଣେ ଅଭିନେତାଙ୍କ ଜନ୍ମଦିନ ପାଇଁ ଏତେ ଉତ୍ସାହ କେବେବି ଦେଖିନଥିଲେ ।
ସୁଶାନ୍ତଙ୍କୁ ମନେପକାଇ ତାଙ୍କ ଜନ୍ମ ଦିନରେ ଫଟୋ ସେୟାର କରିଥିବାରୁ ଧନ୍ୟବାଦ ।
ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ତୁମେ ଯେଉଁଠାରେ ଅଛନ୍ତି ସେଠାରେ ଖୁସି ରୁହ ସୁଶାନ୍ତ। ତୁମେ ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ। ତୁମେ ସବୁବେଳେ ଆମ ହୃଦୟରେ ଅମର ରହିବ। ତେଣୁ ଆଜି ମଧ୍ୟ ସୁଶାନ୍ତଙ୍କୁ ସମସ୍ତେ ମନେରଖିଛନ୍ତି । ସେ ଜଣେ ଭଲ କଳାକାର ଥିଲେ ଓ ଜଣେ ଭଲ ମଣିଷ ମଧ୍ୟ। ଖାଲି କଙ୍ଗନା ନୁହେଁ ନିଜ ବନ୍ଧୁଙ୍କୁ ମନେ ପକାଇ ମୁକେଶ ଛାବ୍ରା ଓ ଅନୁଷ୍କା ଶର୍ମା ମଧ୍ୟ ସୁଶାନ୍ତଙ୍କ ଫଟୋ ଇଂସ୍ତାଗ୍ରାମରେ ସେୟାର କରିଛନ୍ତି।ତେବେ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଆଜି ପର୍ଯ୍ୟନ୍ତ ମଧ୍ୟ ରହସ୍ୟ ହୋଇ ରହିଛି।