ସୋସିଆଲ ମିଡିଆରେ ଭାଇରଲ ହେଉଛି କଙ୍ଗନା ପୁରୁଣା ଭିଡିଓ, ପୂର୍ବରୁ ଡ୍ରଗ୍‌ ଆଡିକ୍ଟ ଥିବା ସ୍ୱୀକାର କରିଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନା ଲଗାତାର ସ୍ୱର ଉତ୍ତୋଳନ କରିଆସୁଛନ୍ତି। ଶିବସେନା ନେତା ସଂଜୟ ରାଉତଙ୍କ ସହିତ ଯୁକ୍ତିତର୍କ ହେବା ପରେ କଙ୍ଗନାଙ୍କ ପାଇଁ ମୁସ୍କିଲ ବଢିଯାଇଛି। ନିକଟରେ ତାଙ୍କ ମୁମ୍ବାଇ ଅଫିସକୁ ମହାରାଷ୍ଟ୍ର ସରକାର ଭାଙ୍ଗିଦେଇଥିଲେ। ତା’ ପରେ ଏବେ କଙ୍ଗନା ଡ୍ରଗ୍ସ ନେଉଥିବା ଆରୋପରେ ମହାରାଷ୍ଟ୍ର ସରକାର ମୁମ୍ବାଇ ପୋଲିସକୁ ଏହି ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟରେ କଙ୍ଗନାଙ୍କ ଏକ ପୁରୁଣା ଭିଡିଓ ଭାଇରଲ ହୋଇଛି।

କଙ୍ଗନା ରଣାଓ୍ଵତ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହି ଭିଡିଓରେ କଙ୍ଗନା କହୁଛନ୍ତି କି, ଏମିତି ଏକ ସମୟ ଥିଲା, ଯେତେବେଳେ ସେ ବି ନିଶା ନେବାର ଅଭ୍ୟାସ କରିଥିଲେ। କଙ୍ଗନା କହୁଛନ୍ତି, ମୁଁ ଯେତେବେଳେ ଘରୁ ପଳାଇଆସିଥିଲି, ବର୍ଷେ ଦୁଇବର୍ଷ ପର୍ଯ୍ୟନ୍ତ ଡ୍ରଗ ଆଡିକ୍ଟ ଥିଲେ। ମୋ ଜୀବନରେ ଏମିତି କିଛି ଘଟଣା ସବୁ ଘଟୁଥିଲା ଯାହା ଅନ୍ୟ ଲୋକଙ୍କ ହାତରେ ଲାଗିଯାଇଥିଲା। ଯାହା ମୋ ପାଇଁ ବିପଦ ରହିଥିଲା। ଯେତେବେଳେ ଏସବୁ ଘଟୁଥିଲା, ସେତେବେଳେ ମୁଁ ଛୋଟ ରହିଥିଲି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଅଧ୍ୟୟନ ସୁମନଙ୍କ ପୁରୁଣା ଇଣ୍ଟରଭ୍ୟୁ ଆଧାରରେ ମୁମ୍ବାଇ ପୋଲିସକୁ ଡ୍ରଗ୍ସ ମାମଲାରେ ଯାଞ୍ଚ କରିବା ପାଇଁ କହିଛନ୍ତି। ଏହାଛଡା ସେ କଙ୍ଗନା ରଣାଓ୍ଵତ ଡ୍ରଗ୍ସ ନେଉଥିବା ଆରୋପ ମଧ୍ୟ ଲଗାଇଛନ୍ତି।

 

View this post on Instagram

 

#KanganaRanaut talks about the time when she couldn’t close her eyes because tears won’t stop. 🙏🙏

A post shared by Kangana Ranaut (@kanganaranaut) on

ଏହାକୁ ନେଇ କଙ୍ଗନା କହିଛନ୍ତି, ମୁମ୍ବାଇ ପୋଲିସ ଏବଂ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଏହି ଉପକାରରେ ମୁଁ ବହୁତ ଖୁସି। ଦୟାକରି ମୋର ଟେଷ୍ଟ କରାନ୍ତୁ। ମୋର କଲ୍‌ ରେକର୍ଡ ଯାଞ୍ଚ କରନ୍ତୁ। ଯଦି ମୋର କୌଣସି ଡ୍ରଗ ପେଡଲର ସହିତ କୌଣସି ଲିଙ୍କ ମିଳେ ତେବେ ମୁଁ ନିଜର ଭୁଲ ସ୍ୱୀକାର କରି ସବୁଦିନ ପାଇଁ ମୁମ୍ବାଇ ଛାଡିଦେବି।

Leave A Reply

Your email address will not be published.