କରବା ଚୌଥକୁ ନେଇ ମଜାକ ଉଡାଉଥିବା ଲୋକଙ୍କୁ କଡା ଜବାବ ଦେଲେ କଙ୍ଗନା

ବିବାଦୀୟ ବୟାନକୁ ନେଇ ଅଧିକାଂଶ ସମାୟରେ ଚର୍ଚ୍ଚାରେ ଥିବା କଙ୍ଗନା ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ ମାନ ସେୟାର କରିଥାନ୍ତି । ତାଙ୍କର କିଛି କିଛି ବୟାନକୁ ଫ୍ୟାନ୍ସ ମାନେ ପସନ୍ଦ କରିଥିବା ବେଳେ କିଛି ଜଣ ସମାଲୋଚନା କରିଥାନ୍ତି । ଏଥର କରବା ଚଉଥ ଅବସରରେ କଙ୍ଗନା ନିଜ ପିଲାଦିନର ସ୍ମୃତି ସବୁକୁ ସେୟାର କରିଛନ୍ତି । ନିଜ ଅଫିସିଆଲ ଆକାଉଣ୍ଟରେ ଏକ ଲମ୍ବା ଚୌଡା ନୋଟ ସେୟାର କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତିକି ତାଙ୍କ ପରିବାର ଲୋକେ ଏହି ପର୍ବ ଟିକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି । ସେ ଏହା ମଧ୍ୟ ଲେଖିଛନ୍ତିକି, ” ବଡ ହେବା ପରେ ସେ ନିଜ ଜେଜେ ମା, ମା , ଖୁଡି ଆଦିଙ୍କୁ କରବା ଚୋୖଥ ଖୁବ ନିଷ୍ଠାର ସହ ପାଳନ କରୁଥିବାର ଦେଖିଛନ୍ତି । ସେମାନେ ଏକ ନୂଆ ବହୁ ପରି ସଜବାଜ ହେବା ପରେ ହିଁ ବ୍ରତ ପାଳନ କରିଥାନ୍ତି । ହାତରେ ମେହେନ୍ଦି, ନେଲପେଣ୍ଟ ଆଦି ଲଗାଇବା ସହ ଗୀତ ମଧ୍ୟ ଗାଇଥାନ୍ତି । ଯାହା ଫଳରେ ଘରର ମାହୋଲ ଏକ ପ୍ରକାର ବଦଳି ଯାଇଥାଏ । କିନ୍ତୁ ଏହିସମୟରେ ଘରର ପୁରୁଷ ମାନେ ସେମାନଙ୍କର ଖୁବ ଥଟ୍ଟା କରି ଆସୁଥିଲେ ।

ଆଉ କହୁଥିଲେକି ସେମାନେ ଆଜି ରୋଷେଇ କରିନଥିବାରୁ ତାଙ୍କ ଭଗବାନ ଭୋକିଲା ଅଛନ୍ତି । ଏହାର ଜବାବରେ କଙ୍ଗନା ଲେଖିଛନ୍ତିକି, ମୋର ଆଜି ବି ସେସବୁ ଦିନ ବେଶ ଭଲ ଭାବରେ ମନେ ରହିଛି । ବ୍ରତ ରଖୁଥିବା ସମସ୍ତ ମହିଳା ମାନଙ୍କୁ ମୋର ଶୁଭକାମନା । କେହି ବି ଏହାର ମଜାକ ଉଡ଼ାନ୍ତୁ ନାହିଁ । ଏହି ବ୍ରତର ରୀତିନୀତି ଆଦିକୁ ମୁଁ ଖୁବ ପସନ୍ଦ କରେ । ଆପଣ କେତେ ବି ବଡ ହୋଇଯାଆନ୍ତୁ ନାହିଁ, ଆପଣଙ୍କୁ ପ୍ରତିବର୍ଷ ଏହି ଖାସ ଦିନ ବଂଚିବାକୁ ଏକ ମୌକା ମିଳିଥାଏ । ସମସ୍ତେ ଏକ କନ୍ୟା ଟିଏ ପରି ସଜେଇ ହୋଇଥାନ୍ତି । ଏହା ସହ ସେ ଲେଖିଛନ୍ତି, ଆପଣ କେତେ ବି ଲଡନ୍ତୁ ନା ନାହିଁ ଆପଣଙ୍କ ସମ୍ପର୍କରେ କେବେ ବି ପରିବର୍ତ୍ତନ ଆସେନାହିଁ । ଏହି ଦିନ ନିଜ ପାର୍ଟନରଙ୍କ ଶୁଭ କାମନା କରିବା ସହ ଦୀର୍ଘାୟୁ ପାଇଁ କାମନା କରିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.