ସୁଶାନ୍ତଙ୍କ ଜନ୍ମ ଦିନକୁ ଧୁମଧାମରେ ପାଳନ କରିବାକୁ ଫ୍ୟାନ୍ସ ମାନଙ୍କୁ ଅନୁରୋଧ କଲେ କଙ୍ଗନା

ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆଜି ହେଉଛି ଜନ୍ମଦିନ । ଜୀବିତ ଥିଲେ ଆଜି ସେ ୩୫ ତମ ଜନ୍ମଦିନ ପାଳିଥାନ୍ତେ । ତାଙ୍କ ଫ୍ୟାନ୍ସ, ସାଙ୍ଗଙ୍କ ସମେତ ପରିବାର ଲୋକେ ଏହି ଦିନକୁ #SushantDay ଭାବରେ ପାଳନ କରୁଛନ୍ତି ।ଏଭିତରେ ସୁଶାନ୍ତଙ୍କ ମୃତ୍ୟୁ ପରେ ସର୍ବାଧିକ ଚର୍ଚ୍ଚାକୁ ଆସିଥିବା କଙ୍ଗନା ବି ସୁଶାନ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି । ସୁଶାନ୍ତ ଜୀବିତ ଥିବା ବେଳେ ସେ ତାଙ୍କୁ ସମର୍ଥନ କରିପାରିନଥିବାରୁ ସେ ଏବେ ପଶ୍ଚାତାପ କରୁଥିବା ନେଇ କହିଛନ୍ତି । ଟ୍ୱିଟ କରି ହିଁ କଙ୍ଗନା ଏବାବଦରେ କହିଥିଲେ | ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ଜଣାପଡିବା ପରେ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ସମର୍ଥନରେ ଆଗକୁ ଆସିଥିଲେ । ଆଉ କହିଥିଲେକି କିଛି ବଲିଉଡ ମାଫିଆ ମାନେ ହିଁ ସୁଶାନ୍ତଙ୍କ ଜୀବନ ନେଇଛନ୍ତି ।

ସୁଶାନ୍ତଙ୍କ ଜନ୍ମଦିନରେ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ କଙ୍ଗନା କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତିକି, ” ପ୍ରିୟ ସୁଶାନ୍ତ, ମୁଭି ମାଫିଆ ମାନେ ତମକୁ ଖୁବ ହଇରାଣ କରିଛନ୍ତି । ସୋସିଆଲ ମିଡିଆରେ ତମେ ବାରବାର ଏନେଇ ଗୁହାରି କରିଥିଲେ ବି ମୁଁ ସେସମୟରେ ତମ ସାଥି ଦେଇପାରିନଥିଲି । ଯାହାର ପଶ୍ଚାତାପ ଏବେ କରୁଛି |” ହ୍ୟାପି ବାର୍ଥ ଡ଼େ ଡିୟର ୱନ #SushantDay ” ।ଏହା ସହ ସୁଶାନ୍ତଙ୍କ ଜନ୍ମଦିନକୁ ଆନନ୍ଦ ଉଲ୍ଲାସରେ ପାଳନ କରିବାକୁ ଅନୁରୋଧ କରିଛନ୍ତି କଙ୍ଗନା ।

ଏହା ପରେ କଙ୍ଗନା ଗୋଟେ ପଟେ ଗୋଟେ ଟ୍ୱିଟ କରି ମୁଭି ମାଫିଆ ମାନଙ୍କୁ ଟାର୍ଗେଟ କରିଥିଲେ । ଏହା ସହ ଲଢେଇରେ ସୁଶାନ୍ତଙ୍କ ପରିବାରକୁ ବି ସମର୍ଥନ କରିଥିଲେ । କହିରଖିବା ଉଚିତ ହେବକି, ଗତ ବର୍ଷ ଜୁନ ୧୪ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା । ଘଟଣାକୁ ୭ ମାସ ବିତିଯାଇଥିଲେ ବି ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିପାରିନାହିଁ ।

Leave A Reply

Your email address will not be published.